ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍‌ ପଡିଲେ ଏହି ବରିଷ୍ଠ ନେତା

ଚଣ୍ଡିଗଡ,୧୩।୩: ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଶପଥ ଗ୍ରହଣ କରିଛନ୍ତି। ତେବେ ଭାଜପା ନୂଆ କ୍ୟାବିନେଟରୁ ଆଉ ଏକ ବ ନାଁକୁ ବାଦ ଦେଇଛି। ଅନୀଲ ବିଜ୍‌ ହରିଆଣା ଭାଜପାରର ସବୁଠାରୁ ଟାଣୁଆ ନେତା। ଖଟ୍ଟରଙ୍କ ପରେ ସେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଗଣତି ହୁଅନ୍ତି। କିନ୍ତୁ ତାଙ୍କୁ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ମିଳି ନାହିଁ। ଯାହାକୁ ନେଇ ସେ ଅସନ୍ତୋଷ ଅଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନାୟବ ସିଂ ଶପଥ ଗ୍ରହଣ […] The post ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍‌ ପଡିଲେ ଏହି ବରିଷ୍ଠ ନେତା appeared first on Dharitri Odia News.

ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍‌ ପଡିଲେ ଏହି ବରିଷ୍ଠ ନେତା

ଚଣ୍ଡିଗଡ,୧୩।୩: ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଶପଥ ଗ୍ରହଣ କରିଛନ୍ତି। ତେବେ ଭାଜପା ନୂଆ କ୍ୟାବିନେଟରୁ ଆଉ ଏକ ବ ନାଁକୁ ବାଦ ଦେଇଛି। ଅନୀଲ ବିଜ୍‌ ହରିଆଣା ଭାଜପାରର ସବୁଠାରୁ ଟାଣୁଆ ନେତା। ଖଟ୍ଟରଙ୍କ ପରେ ସେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଗଣତି ହୁଅନ୍ତି। କିନ୍ତୁ ତାଙ୍କୁ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ମିଳି ନାହିଁ। ଯାହାକୁ ନେଇ ସେ ଅସନ୍ତୋଷ ଅଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନାୟବ ସିଂ ଶପଥ ଗ୍ରହଣ ସମାରୋହରେ ଅନୀଲ ଯୋଗ ଦେଇନାହାନ୍ତି। ଖଟ୍ଟର ସରକାରରେ ଥିବା ୫ ଜଣ ମନ୍ତ୍ରୀ ନାୟବ ସିଂହଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଅନୀଲ ହରିୟାଣାର ଗୃହମନ୍ତ୍ରୀ ଭାବେ କାମ କରୁଥିଲେ। କୁହାଯାଉଥିଲା ଯେ ବିଜ୍‌ ହରିୟାଣାର ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି।

The post ହରିୟାଣା ଭାଜପା କ୍ୟାବିନେଟରୁ ବାଦ୍‌ ପଡିଲେ ଏହି ବରିଷ୍ଠ ନେତା appeared first on Dharitri Odia News.