ଶପଥ ପୂର୍ବରୁ ବଡ଼ ପ୍ରତିଶ୍ରୁତି ଦେଲେ ମୋହନ ମାଝି

ଭୁବନେଶ୍ୱର,୧୨।୬: ଆଜିଠାରୁ ଓଡ଼ିଶାରେ ଭାଜପା ସରକାର ଆରମ୍ଭ ହେବାକୁ ଯାଉଛି। ମୋହନ ମାଝି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଶପଥ ନେବା ପୂର୍ବରୁ ମୋହନ ଗୋପବନ୍ଧୁ ଛକରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ସମୟରେ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତିପରିଡା ଏବଂ କେଭି ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ। ମାଲ୍ୟାର୍ପଣ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ କହିଛନ୍ତି, ଶପଥ ପାଠ ପରେ ୧୦୦ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରିବୁ […] The post ଶପଥ ପୂର୍ବରୁ ବଡ଼ ପ୍ରତିଶ୍ରୁତି ଦେଲେ ମୋହନ ମାଝି appeared first on Dharitri Odia News.

ଶପଥ ପୂର୍ବରୁ ବଡ଼ ପ୍ରତିଶ୍ରୁତି ଦେଲେ ମୋହନ ମାଝି

ଭୁବନେଶ୍ୱର,୧୨।୬: ଆଜିଠାରୁ ଓଡ଼ିଶାରେ ଭାଜପା ସରକାର ଆରମ୍ଭ ହେବାକୁ ଯାଉଛି। ମୋହନ ମାଝି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଶପଥ ନେବା ପୂର୍ବରୁ ମୋହନ ଗୋପବନ୍ଧୁ ଛକରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ସମୟରେ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତିପରିଡା ଏବଂ କେଭି ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ। ମାଲ୍ୟାର୍ପଣ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ କହିଛନ୍ତି, ଶପଥ ପାଠ ପରେ ୧୦୦ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରିବୁ ଏବଂ ସାଢେ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ ଆରମ୍ଭ କରିବୁ।

ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସେ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି ଓ ସେମାନଙ୍କ କାମ ନିଶ୍ଚିୟ କରିବେ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ବହୁତ କାମ ପଡ଼ିରହିବା ସହିତ ସେମାନଙ୍କ ଅଞ୍ଚଳର ମଧ୍ୟ ଅନେକ କାର୍ଯ୍ୟ ହୋଇପାରିନି। ସେମାନଙ୍କ ଅଞ୍ଚଳରେ ବିକାଶ କିପରି ପହଞ୍ଚତ୍ବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ଗତ ସରକାରରେ ଏନେଇ ଚିନ୍ତା କରାଗଲା ନାହିଁ। ତେଣୁ ଦଳର ଚିନ୍ତାଧାରାକୁ ନେଇ ଭାଜପା ସଂକଳ୍ପପତ୍ରରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ଯେପରିକି ସୁଭଦ୍ରା ଯୋଜନା, ଏମଏସ୍ପି ବୃଦ୍ଧି କରିବା ଆଦି ସବୁ କଥା ପୂରଣ କରିବା ଦିଗରେ କାର୍ଯ୍ୟ କରାଯିବ। ଏବେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଆସିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସେ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ରାଜ୍ୟରେ ଆସନ୍ତା ୫୦ ବର୍ଷ ପାଇଁ କିପରି ବିକାଶମୂଳକ କାର୍ଯ୍ୟ ହେବ, ସେନେଇ ଆଲୋଚନା କରିଛନ୍ତି। ୨୪ ବର୍ଷରେ ଓଡ଼ିଶାରେ ହୋଇପାରି ନ ଥିବା କାର୍ଯ୍ୟ ୫ ବର୍ଷରେ କିପରି ହେବ, ସେଥିପ୍ରତି ଗୁରୁତ୍ୱ ଦେବେ ବୋଲି ମୋହନ କହିଛନ୍ତି।

The post ଶପଥ ପୂର୍ବରୁ ବଡ଼ ପ୍ରତିଶ୍ରୁତି ଦେଲେ ମୋହନ ମାଝି appeared first on Dharitri Odia News.