ତ୍ରିପୁରାରେ କାହିଁକି ବ୍ୟାପୁଛି ଏଡ୍‌ସ? ୮୨୮ ଛାତ୍ର ପଜିଟିଭ୍‌, ୪୭ ମୃତ

ଅଗରତାଲା,୧୦।୭: ତ୍ରିପୁରାରେ ଛାତ୍ରମାନଙ୍କ ମଧ୍ୟରେ ଏଡ୍‌ସ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ୮୨୮ଜଣ ଛାତ୍ର ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମାତ୍ର ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଏଭଳି ଭାବେ ଏଡ୍‌ସ ରୋଗୀ ବୃଦ୍ଧି ମାମଲା ଚିନ୍ତାର ବିଷୟ ପାଲଟିଛି। ରାଜ୍ୟର ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ରିପୋର୍ଟ ଅନୁଯାୟୀ,ତ୍ରିପୁରାରେ ୮୨୮ ଛାତ୍ର ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ […] The post ତ୍ରିପୁରାରେ କାହିଁକି ବ୍ୟାପୁଛି ଏଡ୍‌ସ? ୮୨୮ ଛାତ୍ର ପଜିଟିଭ୍‌, ୪୭ ମୃତ appeared first on Dharitri Odia News.

ତ୍ରିପୁରାରେ କାହିଁକି ବ୍ୟାପୁଛି ଏଡ୍‌ସ? ୮୨୮ ଛାତ୍ର ପଜିଟିଭ୍‌, ୪୭ ମୃତ

ଅଗରତାଲା,୧୦।୭: ତ୍ରିପୁରାରେ ଛାତ୍ରମାନଙ୍କ ମଧ୍ୟରେ ଏଡ୍‌ସ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ୮୨୮ଜଣ ଛାତ୍ର ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମାତ୍ର ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଏଭଳି ଭାବେ ଏଡ୍‌ସ ରୋଗୀ ବୃଦ୍ଧି ମାମଲା ଚିନ୍ତାର ବିଷୟ ପାଲଟିଛି।

ରାଜ୍ୟର ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ରିପୋର୍ଟ ଅନୁଯାୟୀ,ତ୍ରିପୁରାରେ ୮୨୮ ଛାତ୍ର ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ତାଲିକା ଏପ୍ରିଲ ୨୦୦୭ରୁ ମେ’ ୨୦୨୪ ପର୍ଯ୍ୟନ୍ତର ରହିଛି। ଗତ କିଛି ବର୍ଷ ଧରି ଆକ୍ରାନ୍ତଙ୍କ ମାଗଣା ଚିକିତ୍ସା କରାଯାଉଥିଲେ ହେଁ କିଛି ଜୀବନ ହରାଇଛନ୍ତି।

ତେବେ ରାଜ୍ୟର ୨୨୦ ସ୍କୁଲ, ୨୪ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଏହି ଛାତ୍ରମାନେ ଅଧ୍ୟୟନ କରୁଥିବା ଜଣାପଡ଼ିଛି। ତେବେ ନିଶା ସେବନ ଲାଗି ସେମାନେ ଏଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। କାରଣ ସେମାନେ ଇଞ୍ଜେକ୍ସନ ଜରିଆରେ ଡ୍ରଗ୍ସ ନେଉଥିଲେ, ଯାହାଦ୍ୱାରା ଏଡ୍‌ସ ବ୍ୟାପିଛି।

The post ତ୍ରିପୁରାରେ କାହିଁକି ବ୍ୟାପୁଛି ଏଡ୍‌ସ? ୮୨୮ ଛାତ୍ର ପଜିଟିଭ୍‌, ୪୭ ମୃତ appeared first on Dharitri Odia News.