ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ

କୋରାପୁଟ/ନାରାୟଣପାଟଣା,୧୫ା୩(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ଥାନା ଅଧିନସ୍ଥ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଙ୍ଗୁରୁ ତାଡ଼ିଙ୍ଗିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କିଏ କାହିଁକି ହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। The post ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ appeared first on Dharitri Odia News.

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ

କୋରାପୁଟ/ନାରାୟଣପାଟଣା,୧୫ା୩(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ଥାନା ଅଧିନସ୍ଥ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଙ୍ଗୁରୁ ତାଡ଼ିଙ୍ଗିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଥିବା କୁହାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ କିଏ କାହିଁକି ହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

The post ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରି ପୋତିଦେଲେ appeared first on Dharitri Odia News.