‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ ଫ୍ଲପ ହୋଇଗଲା ବୋଲି ସେ କହିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀ ଜିତିବେ। ଲୋକେ ମେଣ୍ଟ ସରକାରଙ୍କ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍‌ ଦେଇଛନ୍ତି ବୋଲି ସେ କହିଛନ୍ତି। ଗୌତମ ବୁଦ୍ଧ ନଗରରେ ଏକ ସଭାରେ ଭାଜପାକୁ ଟାର୍ଗେଟ କରି ଶାସନ କାଳରେ ଯୁବବର୍ଗଙ୍କୁ ଚାକିରି […] The post ‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’ appeared first on Dharitri Odia News.

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ ଫ୍ଲପ ହୋଇଗଲା ବୋଲି ସେ କହିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀ ଜିତିବେ। ଲୋକେ ମେଣ୍ଟ ସରକାରଙ୍କ ପ୍ରାର୍ଥୀଙ୍କ ପକ୍ଷରେ ଭୋଟ୍‌ ଦେଇଛନ୍ତି ବୋଲି ସେ କହିଛନ୍ତି।

ଗୌତମ ବୁଦ୍ଧ ନଗରରେ ଏକ ସଭାରେ ଭାଜପାକୁ ଟାର୍ଗେଟ କରି ଶାସନ କାଳରେ ଯୁବବର୍ଗଙ୍କୁ ଚାକିରି ମିଳୁନାହିଁ ବୋଲି କହିଛନ୍ତି ଅଖିଳେଶ। ଏହି କାରଣରୁ ସେମାନେ ଆତ୍ମହତ୍ୟା କରୁଛନ୍ତି। ହେଲେ ମେଣ୍ଟ ସରକାର ଆସିଲେ ଯୁବବର୍ଗଙ୍କୁ ଚାକିରି ମିଳିବ ବୋଲି ସେ କହିଛନ୍ତି।

କହିରଖୁଛୁ, ଶୁକ୍ରବାର ଦେଶର ୧୦୨ ଲୋକ ସଭା କେନ୍ଦ୍ରରେ ମତଦାନ ହୋଇଥିଲା। ଏଥିରେ ଉତ୍ତରପ୍ରଦେଶର ୮ ଆସନରେ ମତଦାନ ହୋଇଛି।

 

The post ‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’ appeared first on Dharitri Odia News.