ଦେଶରେ ଲାଗୁ ହେବ ଭାରତୀୟ ମାନକ ସମୟ : ଆସିଲା ଚିଠା ନିୟମାବଳୀ

ନୂଆଦିଲ୍ଲୀ,୨୮ା୧: ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ପାଇଁ ଜିଏସ୍‌ଟି ଲାଗୁ କରାଯିବା ସହ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଖୁବ୍‌ଶୀଘ୍ର ସାରା ଦେଶର ସବୁ ସେକ୍ଟରରେ ଗୋଟିଏ ସମୟ ଲାଗୁ କରିବା ନିମନ୍ତେ ଖାଉଟି ବ୍ୟାପାର ବିଭାଗ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଟାଇମ୍‌’ ଚିଠା ନିୟମାବଳୀ ବା ଡ୍ରାଫ୍ଟ ମେଟ୍ରୋଲୋଜି (ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଟାଇମ୍‌) ନିୟମାବଳୀ, […] The post ଦେଶରେ ଲାଗୁ ହେବ ଭାରତୀୟ ମାନକ ସମୟ : ଆସିଲା ଚିଠା ନିୟମାବଳୀ appeared first on Dharitri Odia News.

ଦେଶରେ ଲାଗୁ ହେବ ଭାରତୀୟ ମାନକ ସମୟ : ଆସିଲା ଚିଠା ନିୟମାବଳୀ

ନୂଆଦିଲ୍ଲୀ,୨୮ା୧: ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ପାଇଁ ଜିଏସ୍‌ଟି ଲାଗୁ କରାଯିବା ସହ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଖୁବ୍‌ଶୀଘ୍ର ସାରା ଦେଶର ସବୁ ସେକ୍ଟରରେ ଗୋଟିଏ ସମୟ ଲାଗୁ କରିବା ନିମନ୍ତେ ଖାଉଟି ବ୍ୟାପାର ବିଭାଗ ‘ଓ୍ବାନ୍‌ ନେଶନ, ଓ୍ବାନ୍‌ ଟାଇମ୍‌’ ଚିଠା ନିୟମାବଳୀ ବା ଡ୍ରାଫ୍ଟ ମେଟ୍ରୋଲୋଜି (ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଟାଇମ୍‌) ନିୟମାବଳୀ, ୨୦୨୫ ପ୍ରକାଶ କରିଛି।

ସାରା ଦେଶରେ ଏକସଙ୍ଗେ ଏବଂ ଠିକ୍‌ ଭାବରେ ଭାରତୀୟ ମାନକ ସମୟ (ଆଇଏସ୍‌ଟି) ପ୍ରତିଷ୍ଠା ଲାଗି ଏହା ଏକ ପଦକ୍ଷେପ। ସମୟ ରେକର୍ଡ କରିବାରେ ସମାନତାକୁ ସୁନିଶ୍ଚିତ କରିବା, ଆର୍ଥତ୍କ ସାମର୍ଥ୍ୟ ବୃଦ୍ଧି ତଥା ଜାତୀୟ ସୁରକ୍ଷା ବଢ଼ାଇବା ଏହାର ଲକ୍ଷ୍ୟ। ନ୍ୟାଶନାଲ ଫିଜିକ୍ସ ଲାବରେଟୋରି (ଏନ୍‌ପିଏଲ୍‌) ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମିଳିତ ଭାବେ ଏହି ପ୍ରକଳ୍ପକୁ ବିକଶିତ କରିଛନ୍ତି।

ଆଇଏସ୍‌ଟିକୁ ମିଲିସେକେଣ୍ଡରୁ ମାଇକ୍ରୋସେକେଣ୍ଡରେ ବିଭାଜିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ ନିୟମାବଳୀ ଟେଲି ଯୋଗାଯୋଗ, ଜାହାଜ ଚଳାଚଳ, ପାଓ୍ବାର ଗ୍ରୀଡ୍‌, ବ୍ୟାଙ୍କିଙ୍ଗ୍‌, ଡିଜିଟାଲ ଗଭର୍ନାନ୍ସ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ସମ୍ପ୍ରତି ଅଧିକାଂଶ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା (ଟିଏସ୍‌ପି) ଏବଂ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ (ଆଇଏସ୍‌ପି)ଗୁଡ଼ିକ ଆଇଏସ୍‌ଟି ବଦଳରେ ଜିପିଏସ୍‌ ଭଳି ବିଦେଶୀ ସମୟ ଉତ୍ସ ଉପରେ ନିର୍ଭର କରୁଛନ୍ତି, ଯାହା ସାଇବର ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିଶ୍ୱସନୀୟତା ପ୍ରତି ବିପଦ ସୃଷ୍ଟି କରିଛି। ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ଟାଇମ୍‌ ପାଇଁ ଏକ କମିଟି ଗଠନ କରାଯାଇଛି, ଯେଉଁଥିରେ ଏନ୍‌ପିଏଲ୍‌, ଇସ୍ରୋ, ଆଇଆଇଟି କାନ୍‌ପୁର, ଏନ୍‌ଆଇସି, ଏସ୍‌ଇଆର୍‌ଟି-ଇନ୍‌, ସେବି ଏବଂ ରେଲ୍‌ଓ୍ବେ, ଟେଲିକମ୍‌, ଆର୍ଥତ୍କ ସେବା ଆଦି ବିଭିନ୍ନ ବିଭାଗରୁ ପ୍ରତିନିଧି ରହିଛନ୍ତି। ଜାନୁଆରୀ ୧୫ରେ ଚିଠା ନିୟମାବଳୀ ପ୍ରକାଶ ପାଇଥିବାବେଳେ ଏଥିପାଇଁ ଜନସାଧାରଣଙ୍କ ପରାମର୍ଶ ମଗାଯାଇଛି। ଖାଉଟି ବ୍ୟାପାର ବିଭାଗ ଓ୍ବେବ୍‌ସାଇଟ୍‌ ଜରିଆରେ ମତାମତ ପଠାଇବାର ଶେଷ ତାରିଖ ଫେବୃଆରୀ ୧୪ ରହିଛି।

The post ଦେଶରେ ଲାଗୁ ହେବ ଭାରତୀୟ ମାନକ ସମୟ : ଆସିଲା ଚିଠା ନିୟମାବଳୀ appeared first on Dharitri Odia News.