ଓକିଲସଂଘ ନିର୍ବାଚନ ଲାଗି ସରିଲା ପ୍ରାର୍ଥିପତ୍ର ଦାଖଲ: ଆଗକୁ ହେବ ଲଢେଇ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ତତ୍ୱାବଧାନରେ ମଙ୍ଗଳବାର ଶେଷ ହୋଇଛି। ସଭାପତି ପଦବି ଲାଗି ସ୍ବରାଜ୍ୟ ପାଣିଗ୍ରାହୀ, ପ୍ରଭାତ କୁମାର ପଟ୍ଟନାୟକ, ରମାରଞ୍ଜନ ଦାଶ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦବି ଲାଗି ଦୂର୍ଗାଚରଣ ଦାଶ ଓ ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ସମ୍ପାଦକ ପଦବି ଲାଗି ରବିନ୍ଦ୍ର କୁମାର ସାହୁ, ଅମ୍ରେଶ ତ୍ରୀପାଠୀ ଓ […] The post ଓକିଲସଂଘ ନିର୍ବାଚନ ଲାଗି ସରିଲା ପ୍ରାର୍ଥିପତ୍ର ଦାଖଲ: ଆଗକୁ ହେବ ଲଢେଇ appeared first on Dharitri Odia News.

ଓକିଲସଂଘ ନିର୍ବାଚନ ଲାଗି ସରିଲା ପ୍ରାର୍ଥିପତ୍ର ଦାଖଲ: ଆଗକୁ ହେବ ଲଢେଇ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ତତ୍ୱାବଧାନରେ ମଙ୍ଗଳବାର ଶେଷ ହୋଇଛି।

ସଭାପତି ପଦବି ଲାଗି ସ୍ବରାଜ୍ୟ ପାଣିଗ୍ରାହୀ, ପ୍ରଭାତ କୁମାର ପଟ୍ଟନାୟକ, ରମାରଞ୍ଜନ ଦାଶ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦବି ଲାଗି ଦୂର୍ଗାଚରଣ ଦାଶ ଓ ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।

ସେହିପରି ସମ୍ପାଦକ ପଦବି ଲାଗି ରବିନ୍ଦ୍ର କୁମାର ସାହୁ, ଅମ୍ରେଶ ତ୍ରୀପାଠୀ ଓ ପ୍ରଶାନ୍ତ କୁମାର ପାଢୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସହସମ୍ପାଦକ ପଦବି ଲାଗି ନିରଞ୍ଜନ ବେହେରା ଜଣେମାତ୍ର ପାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ନିଜ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏନେଇ କୋର୍ଟ ପରିସର ବେଶ୍‌ ସରଗରମ ହୋଇପଡିଛି।

The post ଓକିଲସଂଘ ନିର୍ବାଚନ ଲାଗି ସରିଲା ପ୍ରାର୍ଥିପତ୍ର ଦାଖଲ: ଆଗକୁ ହେବ ଲଢେଇ appeared first on Dharitri Odia News.