୨୦୨୮ରେ ଭାରତର ଶୁକ୍ର ମିଶନ

ବେଙ୍ଗାଲୁରୁ, ୨।୧୦:‘ଚନ୍ଦ୍ରୟାନ-୩’ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ‘ମିଶନ ଶୁକ୍ର’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରୋର ଏହି ବହୁ ପ୍ରତୀକ୍ଷିତ ମିଶନର ନାମ ଭେନସ ଅର୍ବିଟର ମିଶନ(ଭିଓଏମ୍‌) ରହିଥିବାବେଳେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୨୩୬ କୋଟି ଟଙ୍କାର ରାଶିକୁ ଅନୁମୋଦନ କରାଯାଇଛି। ମଙ୍ଗଳବାର ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୮ ମାର୍ଚ୍ଚ ୨୯ରେ ‘ଶୁକ୍ରୟାନ-୧’ ମହାକାଶ ଯାନକୁ ଉତ୍‌କ୍ଷେପଣ କରାଯିବ। ଶକ୍ତିଶାଳୀ ଲଞ୍ଚ୍‌ ଭେଇକିଲ ମାର୍କ-୩(ଏଲ୍‌ଭିଏମ୍‌-୩) ରକେଟର ବ୍ୟବହାର […] The post ୨୦୨୮ରେ ଭାରତର ଶୁକ୍ର ମିଶନ appeared first on Dharitri Odia News.

୨୦୨୮ରେ ଭାରତର ଶୁକ୍ର ମିଶନ

ବେଙ୍ଗାଲୁରୁ, ୨।୧୦:‘ଚନ୍ଦ୍ରୟାନ-୩’ ମିଶନର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ‘ମିଶନ ଶୁକ୍ର’ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଇସ୍ରୋର ଏହି ବହୁ ପ୍ରତୀକ୍ଷିତ ମିଶନର ନାମ ଭେନସ ଅର୍ବିଟର ମିଶନ(ଭିଓଏମ୍‌) ରହିଥିବାବେଳେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୨୩୬ କୋଟି ଟଙ୍କାର ରାଶିକୁ ଅନୁମୋଦନ କରାଯାଇଛି। ମଙ୍ଗଳବାର ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୮ ମାର୍ଚ୍ଚ ୨୯ରେ ‘ଶୁକ୍ରୟାନ-୧’ ମହାକାଶ ଯାନକୁ ଉତ୍‌କ୍ଷେପଣ କରାଯିବ। ଶକ୍ତିଶାଳୀ ଲଞ୍ଚ୍‌ ଭେଇକିଲ ମାର୍କ-୩(ଏଲ୍‌ଭିଏମ୍‌-୩) ରକେଟର ବ୍ୟବହାର କରି ଇସ୍ରୋ ପକ୍ଷରୁ ଏହି ମିଶନକୁ ଲଞ୍ଚ୍‌ କରାଯିବ। ତେବେ ଶୁକ୍ରଗ୍ରହରେ ପହଞ୍ଚିବାକୁ ‘ଶୁକ୍ରୟାନ-୧’କୁ ୧୧୨ ଦିନ ସମୟ ଲାଗିବ। ୨୦୨୮ ଜୁଲାଇ ୧୯ରେ ଏହା ଶୁକ୍ରପୃଷ୍ଠରେ ଅବତରଣ କରିବ। କ୍ରମାଗତ ଭାବରେ ମହାକାଶ କ୍ଷେତ୍ରରେ ସଫଳତା ହାସଲ କରି ଚାଲିଥିବା ଇସ୍ରୋ ପାଇଁ ଏହା ଆଉ ଏକ ବଡ଼ ସଫଳତା ହେବ।
ଗ୍ରହକୁ ନେଇ ଅଧ୍ୟୟନ ପାଇଁ ଭେନସ୍‌ ଅର୍ବିଟର ମିଶନ ଭାରତର ପ୍ରଥମ ପ୍ରୟାସ ହେବ। ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣକୁ ବ୍ୟବହାର କରି ଶୁକ୍ର ଗ୍ରହର ବାୟୁ ମଣ୍ଡଳୀୟ ସ୍ଥିତି, ଭୂପୃଷ୍ଠ ଏବଂ ଭୌଗୋଳିକ ବୈଶିଷ୍ଟ୍ୟଗୁଡ଼ିକୁ ଉକ୍ତ ମିଶନ ମାଧ୍ୟମରେ ଇସ୍ରୋ ଅଧ୍ୟୟନ କରିବ। ଖାସ୍‌କରି ଶୁକ୍ର ଗ୍ରହରେ ସମ୍ଭାବ୍ୟ ଆଗ୍ନେୟଗିରି ଏବଂ ଭୂକମ୍ପର କାର୍ଯ୍ୟକଳାପ ଉପରେ ଏହି ମିଶନ ମାଧ୍ୟମରେ ଇସ୍ରୋ ବୈଜ୍ଞାନିକମାନେ ଅନୁସନ୍ଧାନ କରିପାରିବେ। ଏହି ମିଶନରେ ଶୁକ୍ରୟାନ-୧ ସହ ସିନ୍ଥେଟିକ୍‌ ଆର୍ପେଚର ରାଡାର, ଇନ୍‌ଫ୍ରାଡ୍‌, ଅଲ୍‌ଟ୍ରା ଭାୟୋଲେଟ କ୍ୟାମେରା, ସେନ୍ସର ଆଦି ସହ ଅନେକ ଅତ୍ୟାଧୁନିକ ଉପକରଣକୁ ଶୁକ୍ର ଗ୍ରହର ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ
ପଠାଯିବ। ଉକ୍ତ ଉପକରଣଗୁଡ଼ିକ ମାଧ୍ୟମରେ ଶୁକ୍ର ଗ୍ରହର ବାତାବରଣ ସମ୍ପର୍କରେ ଇସ୍ରୋ ବୈଜ୍ଞାନିକମାନେ ଅନୁସନ୍ଧାନ କରିପାରିବେ।

The post ୨୦୨୮ରେ ଭାରତର ଶୁକ୍ର ମିଶନ appeared first on Dharitri Odia News.