ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି
ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି। ଏହି ଶେଷଦିନରେ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାର କରାଯାଇଥିବା ବେଳେ ସେଥିମଧ୍ୟରୁ ବିଜେଡି ତାର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ କମାଲ ଦେଖାଇ ହଜାର ହଜାର କର୍ମୀଙ୍କୁ ନେଇ ପୁରୁଷୋତ୍ତମପୁରରେ ରୋଡ୍ ଶୋ’ ମାଧ୍ୟମରେ ପ୍ରଚାର କରି ଶକ୍ତି ଦେଖାଇଛନ୍ତି ବିଧାୟିକା ପ୍ରାର୍ଥିନୀ ସୂର୍ଯ୍ୟମଣି ବୈଦ୍ୟ। କିଛିଦିନ ହେଲା […] The post ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି appeared first on Dharitri Odia News.
ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି। ଏହି ଶେଷଦିନରେ କଂଗ୍ରେସ, ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାର କରାଯାଇଥିବା ବେଳେ ସେଥିମଧ୍ୟରୁ ବିଜେଡି ତାର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ କମାଲ ଦେଖାଇ ହଜାର ହଜାର କର୍ମୀଙ୍କୁ ନେଇ ପୁରୁଷୋତ୍ତମପୁରରେ ରୋଡ୍ ଶୋ’ ମାଧ୍ୟମରେ ପ୍ରଚାର କରି ଶକ୍ତି ଦେଖାଇଛନ୍ତି ବିଧାୟିକା ପ୍ରାର୍ଥିନୀ ସୂର୍ଯ୍ୟମଣି ବୈଦ୍ୟ। କିଛିଦିନ ହେଲା ବିଜେଡିରେ ଦେଖାଦେଇଥିବା ଅସନ୍ତୋଷକୁ ନେଇ ଭାଜପା ଫାଇଦା ଉଠାଇବାକୁ ଆଶା ରଖି ବସିଥିବା ବେଳେ ଏହି ଶେଷଦିନରେ ଭାଜପାର ଆଶା ମଉଳିଯାଇଛି। ବିଜେଡି ସମସ୍ତ ଅସନ୍ତୁଷ୍ଟଙ୍କୁ ମନାଇ ଏକ କରିବାରେ ସକ୍ଷମ ହୋଇ କର୍ମୀମାନଙ୍କୁ ନିଜ ସପକ୍ଷରେ ଫେରାଇ ଆଣି ପ୍ରଚାରକୁ ଜୋରଦାର କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ପ୍ରଚାର ବେଳେ ସୂର୍ଯ୍ୟମଣି ବିଭିନ୍ନ ସ୍ଥାନରେ ଲୋକେ ସମ୍ବର୍ଦ୍ଧନା ଦେଇଥିଲେ। ଏଥିରେ ବରିଷ୍ଠ ନେତା ବାଉରୀ ପଣ୍ଡା, ଗୌରୀଶଙ୍କର ରାଉଳ, ପ୍ରଭାତ ପଟ୍ଟନାୟକ ପ୍ରକାଶ, ତ୍ରିପାଠୀ କ୍ରୁଷ୍ଣଚନ୍ଦ୍ର ଗୌଡ଼,ଦିଗାମ୍ବର ପାଣିଗ୍ରାହୀ,ଅଶୋକ ମହାକୁଡ, ପ୍ରେମାନନ୍ଦ ସାହୁ, ସୁଦର୍ଶନ ନାୟକ ପ୍ରମୁଖ ଯୋଗଦେଇଥିଲେ।
The post ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି appeared first on Dharitri Odia News.