ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ ମିଥ୍ୟ ଅଭିଯୋଗ କରାଯାଇଛି। ଆମେରିକାରେ ରହିବା ଓ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ତାଙ୍କ ନିକଟରେ ନାହିଁ ବୋଲି ଜଣେ ସୋସିଆଲ ମିଡିଆ ୟୁଜର ଅଭିଯୋଗ ଆଣିଛନ୍ତି। ଆମେରିକୀୟ କର୍ତ୍ତୃପକ୍ଷ ସାରା ଦେଶରେ ବେଆଇନ ପ୍ରବାସୀଙ୍କ ଉପରେ ଚଢ଼ାଉ କରି ସେମାନଙ୍କୁ ବିଦା କରିବାରେ ଲାଗିଥିବାବେଳେ ଏହି ଭିତ୍ତିହୀନ […] The post ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ appeared first on Dharitri Odia News.

ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ ମିଥ୍ୟ ଅଭିଯୋଗ କରାଯାଇଛି। ଆମେରିକାରେ ରହିବା ଓ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ତାଙ୍କ ନିକଟରେ ନାହିଁ ବୋଲି ଜଣେ ସୋସିଆଲ ମିଡିଆ ୟୁଜର ଅଭିଯୋଗ ଆଣିଛନ୍ତି। ଆମେରିକୀୟ କର୍ତ୍ତୃପକ୍ଷ ସାରା ଦେଶରେ ବେଆଇନ ପ୍ରବାସୀଙ୍କ ଉପରେ ଚଢ଼ାଉ କରି ସେମାନଙ୍କୁ ବିଦା କରିବାରେ ଲାଗିଥିବାବେଳେ ଏହି ଭିତ୍ତିହୀନ ଅଭିଯୋଗ ତାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ଲାରାଙ୍କ ମା’ କବିତା ରାଜଗୋପାଲନ୍‌ ଜଣେ ଭାରତୀୟ ତାମିଲ ଏବଂ ବାପା ଶ୍ରୀ ରାଜଗୋପାଲନ୍‌ ଶ୍ରୀଲଙ୍କାର ତାମିଲ। ଡୋଲ୍ଲାସ ଓ ଲସ୍‌ଏଞ୍ଜେଲ୍ସରେ ବଢ଼ିଥିବା ଲାରା ୨୦୧୮ରେ ମିଶେଲ ଓବାମାଙ୍କ ଗ୍ଲୋବାଲ ଗଲର୍‌ସ ଆଲାଏନ୍ସ ପାଇଁ ପ୍ରଯୋଜିତ ଏକ ଭିଡିଓରେ ନଜର ଆସିବା ପରେ ଚର୍ଚ୍ଚାକୁ ଆସିଥିଲେ।

The post ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ appeared first on Dharitri Odia News.