ବହୁତ ଖତରନାକ୍ ଜଙ୍ଗ ଉନ୍ଙ୍କ ବଡିଗାର୍ଡ, ଶତ୍ରୁଙ୍କୁ ଦିଅନ୍ତି ଚକ୍ମା
ନୂଆଦିଲ୍ଲୀ ୨୯।୦୭: ବହୁତ ଭୟଙ୍କର ତାନଶାହାଙ୍କ ସୁରକ୍ଷା । ମାତ୍ର ୧୨ ଜଣ ଯାଇପାରିବେ କିମ୍ଙ୍କ ପାଖକୁ । କଠୋର ନିୟମ ଏବଂ ଶକ୍ତିଶାଳୀ ସୁରକ୍ଷା କବଚ ଭେଦିବା ଶୁତ୍ରୁଙ୍କ ପାଇଁ ହୋଇଥାଏ କାଠିକାର ପାଠ । ବଡିଗାର୍ଡଙ୍କ ମଧ୍ୟରେ ରହିଥାଏ ୨ଟି କମନ୍ ଜିନିଷ । ଯେଉଁକାରଣରୁ କିମ୍ଙ୍କୁ କେହି ଆକ୍ରମଣ କରିବା ହୋଇଥାଏ କଷ୍ଟ । ବିଶ୍ୱର ସବୁଠାରୁ ରହସ୍ୟମୟ ଏବଂ ପ୍ରତିବନ୍ଧିତ ଦେଶ ଉତ୍ତର କୋରିଆ । ଏଠାରେ ଚାଲିଛି କିମ୍ ଜଙ୍ଗ ଉନଙ୍କ ଏକଛତ୍ରବାଦୀ ଶାସନ । ଏଠାରେ ଛୋଟ କାମ ପାଇଁ ମଧ୍ୟ ରହିଛି ନିୟମ । ଆଉ ଏହି ନିୟମଗୁଡ଼ିକ ବହୁତ କଠୋର । ଯଦି ଲୋକମାନେ ଏହି ନିୟମ ପାଳନ ନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଗ୍ରହଣ କରାଯାଏ କଠୋର କାର୍ଯ୍ୟାନୁଷ୍ଠାନ । ଅନ୍ୟପକ୍ଷରେ କିମ୍ ଜଙ୍ଗ ଉନଙ୍କ ସୁରକ୍ଷା କଥା ଆସିବା ମାତ୍ରେ ଉତ୍ତର କୋରିଆ ରହିଥାଏ ବେଶ୍ ସତର୍କ । ସୁରକ୍ଷାରେ କୌଣସି ପ୍ରକାରର ବି ହୋଇନଥାଏ ଭୁଲ । ଅନେକଥର ଦେଖିବାକୁ ମିଳିଥାଏ କି କଳା ପୋଷାକ ପିନ୍ଧିଥିବା କିଛି ଲୋକ କିମ୍ଙ୍କ ଗାଡ଼ି ପଛରେ ଦୌଡ଼ନ୍ତି । କିମ୍ ଜଙ୍ଗ ଉନଙ୍କୁ ୩ଟି ବର୍ଗରେ ଦିଆଯାଇଥାଏ ସୁରକ୍ଷା । ଏବେ ପ୍ରଶ୍ନ ଆସୁଛି କିମ୍ଙ୍କୁ କିଏ ସୁରକ୍ଷା ଦିଏ ? କିମ୍ ଜଙ୍ଗ ଉନ୍ଙ୍କ ଚାରିପାଖରେ ରହିଥାନ୍ତି ମାତ୍ର ୧୨ ଜଣ ବଡିଗାର୍ଡ । ଯେଉଁମାନେ ସେମାନଙ୍କ ସୁପ୍ରିମ ଲିଡରଙ୍କୁ ଦିଅନ୍ତି ସୁରକ୍ଷା । ସେମାନଙ୍କୁ କୁହାଯାଏ ମେନ୍ ଅଫିସ୍ ଅଫ୍ ଏଡଜୁଟେଣ୍ଟସ
ନୂଆଦିଲ୍ଲୀ ୨୯।୦୭: ବହୁତ ଭୟଙ୍କର ତାନଶାହାଙ୍କ ସୁରକ୍ଷା । ମାତ୍ର ୧୨ ଜଣ ଯାଇପାରିବେ କିମ୍ଙ୍କ ପାଖକୁ । କଠୋର ନିୟମ ଏବଂ ଶକ୍ତିଶାଳୀ ସୁରକ୍ଷା କବଚ ଭେଦିବା ଶୁତ୍ରୁଙ୍କ ପାଇଁ ହୋଇଥାଏ କାଠିକାର ପାଠ । ବଡିଗାର୍ଡଙ୍କ ମଧ୍ୟରେ ରହିଥାଏ ୨ଟି କମନ୍ ଜିନିଷ । ଯେଉଁକାରଣରୁ କିମ୍ଙ୍କୁ କେହି ଆକ୍ରମଣ କରିବା ହୋଇଥାଏ କଷ୍ଟ ।
ବିଶ୍ୱର ସବୁଠାରୁ ରହସ୍ୟମୟ ଏବଂ ପ୍ରତିବନ୍ଧିତ ଦେଶ ଉତ୍ତର କୋରିଆ । ଏଠାରେ ଚାଲିଛି କିମ୍ ଜଙ୍ଗ ଉନଙ୍କ ଏକଛତ୍ରବାଦୀ ଶାସନ । ଏଠାରେ ଛୋଟ କାମ ପାଇଁ ମଧ୍ୟ ରହିଛି ନିୟମ । ଆଉ ଏହି ନିୟମଗୁଡ଼ିକ ବହୁତ କଠୋର । ଯଦି ଲୋକମାନେ ଏହି ନିୟମ ପାଳନ ନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଗ୍ରହଣ କରାଯାଏ କଠୋର କାର୍ଯ୍ୟାନୁଷ୍ଠାନ ।
ଅନ୍ୟପକ୍ଷରେ କିମ୍ ଜଙ୍ଗ ଉନଙ୍କ ସୁରକ୍ଷା କଥା ଆସିବା ମାତ୍ରେ ଉତ୍ତର କୋରିଆ ରହିଥାଏ ବେଶ୍ ସତର୍କ । ସୁରକ୍ଷାରେ କୌଣସି ପ୍ରକାରର ବି ହୋଇନଥାଏ ଭୁଲ । ଅନେକଥର ଦେଖିବାକୁ ମିଳିଥାଏ କି କଳା ପୋଷାକ ପିନ୍ଧିଥିବା କିଛି ଲୋକ କିମ୍ଙ୍କ ଗାଡ଼ି ପଛରେ ଦୌଡ଼ନ୍ତି । କିମ୍ ଜଙ୍ଗ ଉନଙ୍କୁ ୩ଟି ବର୍ଗରେ ଦିଆଯାଇଥାଏ ସୁରକ୍ଷା । ଏବେ ପ୍ରଶ୍ନ ଆସୁଛି କିମ୍ଙ୍କୁ କିଏ ସୁରକ୍ଷା ଦିଏ ?
କିମ୍ ଜଙ୍ଗ ଉନ୍ଙ୍କ ଚାରିପାଖରେ ରହିଥାନ୍ତି ମାତ୍ର ୧୨ ଜଣ ବଡିଗାର୍ଡ । ଯେଉଁମାନେ ସେମାନଙ୍କ ସୁପ୍ରିମ ଲିଡରଙ୍କୁ ଦିଅନ୍ତି ସୁରକ୍ଷା । ସେମାନଙ୍କୁ କୁହାଯାଏ ମେନ୍ ଅଫିସ୍ ଅଫ୍ ଏଡଜୁଟେଣ୍ଟସ । ତାଙ୍କୁ ଏଡଜୁଟେଣ୍ଟସ ନାମକ ଏକ ସୁରକ୍ଷା ବାହିନୀ ଦ୍ବାରା ନିୟୋଜିତ କରାଯାଏ । ଏମାନେ ସେନାର ସେହି ଅଧିକାରୀ ଯେଉଁମାନେ ଦେଶର ପ୍ରମୁଖ ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ କାମ କରନ୍ତି ।
ଏହି ୧୨ ଜଣ ବଡିଗାର୍ଡ କିମ୍ଙ୍କ ଚାରିପାଖରେ ଏକ ପରିସର ଗଠନ କରନ୍ତି । ଯାହାଦ୍ୱାରା କିମ୍ଙ୍କୁ ସେମାନେ ସମ୍ପୂର୍ଣ୍ଣ ସୁରକ୍ଷା ଦେଇପାରିବେ । ଯେତେବେଳେ ବର୍ଡିଗାର୍ଡଙ୍କୁ ଚୟନ କରାଯାଏ, ସେତେବେଳେ ଏହା ନିଶ୍ଚିତ କରାଯାଏ ଯେ ସେମାନଙ୍କୁ ଯେମିତି ଦେଖିବାରେ କୌଣସି ସମସ୍ୟା ନଥିବ । ସେମାନେ ସମସ୍ତେ ଗୁଳି ଚାଳନା ଏବଂ ମାର୍ସାଲ୍ ଆର୍ଟ୍ସରେ ସକ୍ଷମ ହୋଇଥାନ୍ତି ।
ଆସନ୍ତୁ ଜାଣିବା କିମଙ୍କ ସୁରକ୍ଷା ପାଇଁ କି ପ୍ରକାରର ବ୍ୟବସ୍ଥା ରହିଛି ? କିମ୍ଙ୍କ ସୁରକ୍ଷାରେ ପ୍ରାୟ ୨୦୦-୩୦୦ ଯବାନ ରହିଥାନ୍ତି । ସେମାନେ ଭିନ୍ନ ଭିନ୍ନ ସମୟରେ ସେମାନଙ୍କ ନେତାଙ୍କୁ ସୁରକ୍ଷା ଦିଅନ୍ତି । କିମ୍ ଜଙ୍ଗଙ୍କ ସୁରକ୍ଷା ୩ଟି ସ୍ତରର ହୋଇଥାଏ । ଯେଉଁଥିରେ ପ୍ରଥମ ସ୍ତରର କିମ୍ ଜଙ୍ଗଙ୍କ ପାଖରେ ୧୨ ଯବାନଙ୍କୁ ରଖାଯାଏ। ଏହି ୧୨ ଯବାନ ଅସ୍ତ୍ରଶସ୍ତ୍ର ଧରି କିମ୍ ଜଙ୍ଗଙ୍କ ପାଖକୁ ଯାଇପାରିବେ ।
ବିବିସି ରିପୋର୍ଟ ଅନୁଯାୟୀ କିମଙ୍କ ସୁରକ୍ଷା ଟିମରେ ଯୋଗଦେବା ପାଇଁ ଅନେକ କଠୋର ନିୟମ କରାଯାଇଛି । କିମ୍ଙ୍କ ଯେତେ ବି ସୁରକ୍ଷାକର୍ମୀ ଅଛନ୍ତି ସେମାନଙ୍କ ମଧ୍ୟରେ ୨ଟି ଜିନିଷ କମନ୍ ରହିଥାଏ । କିମ୍ ଜଙ୍ଗଙ୍କ ବଡିଗାର୍ଡଙ୍କ ଉଚ୍ଚତା ସେମାନଙ୍କ ସୁପ୍ରିମ୍ ଲିଡରଙ୍କ ସହିତ ସମାନ । ଏହାର ଅର୍ଥ ହେଉଛି ଯେ କିମ୍ ଯେତେ ବଡ଼, ତାଙ୍କ ବଡିଗାର୍ଡ ସେତେ ବଡ଼ ହେବା ଉଚିତ ।
ଏହାକୁ ଏପରି କରାଯିବାର କାରଣ ହେଉଛି କେହି ନିର୍ଦ୍ଦିଷ୍ଟ ଭାବରେ କିମ୍ଙ୍କୁ ଟାର୍ଗେଟ କରିପାରିବେନାହିଁ। ଦ୍ୱିତୀୟତଃ କିମ୍ଙ୍କ ସୁରକ୍ଷାରେ ନିୟୋଜିତ ଏହି ବଡିଗାର୍ଡମାନେ ଅତି କମରେ ଦୁଇ ପିଢ଼ି ଧରି ସରକାରଙ୍କ ପ୍ରତି ବିଶ୍ୱସ୍ତ ରହିଥିବା ଆବଶ୍ୟକ । କିମ୍ କେବଳ ସେହି ଲୋକଙ୍କୁ ତାଙ୍କ ସହିତ ରଖନ୍ତି ଯାହାଙ୍କ ପରିବାର ତାଙ୍କ ବିଶ୍ୱସ୍ତ ତାଲିକାରେ ସାମିଲ ରହିଛନ୍ତି ।