ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସମାଜସେବୀ ମେଧା ପାଟକର, ଏଲଜି ଭିକେ ସକ୍ସେନାଙ୍କ ସହ ଜଡ଼ିତ ମାମଲା

ନୂଆଦିଲ୍ଲୀ: ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକରଙ୍କୁ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କୋର୍ଟ। ଏହି ମାମଲା ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ଏଲଜି ଭିକେ ସକ୍ସେନାଙ୍କ ସହ ଜଡ଼ିତ। ପ୍ରକୃତରେ ଭି.କେ ସକ୍ସେନା ହିଁ ମେଧା ପାଟେକରଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଆଉ ମାମଲାର ଶୁଣାଣି କରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ରାଘବ ଶର୍ମା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିପାଇଁ ମେଧା ପାଟକଙ୍କୁ ଦୁଇ ବର୍ଷ ଜେଲ୍ କିମ୍ବା ଜରିମାନା ଉଭୟ ଦଣ୍ଡ ମିଳିପାରେ।ସୂଚନାଥାଉକି, ୨୦୦୦ ମସିହାରେ ମେଧା ପାଟକର ଭିକେ ସକ୍ସେନାଙ୍କ ବିରୋଧରେ ଏକ ଅଭିଯୋଗ ଆଣିଥିଲେ। ପାଟକର ଅଭିଯୋଗ କରିଥିଲେ ଯେ, ସକ୍ସେନା ତାଙ୍କର ଏବଂ ନର୍ମଦା ବଞ୍ଚାଅ ଆନ୍ଦୋଳନ ବିରୋଧରେ ବିଜ୍ଞାପନ ଛାପିଥିଲେ। ଆଉ ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲିଥିଲା। ସେତେବେଳେ ଭିକେ ସକ୍ସେନା ଅହମଦାବାଦ ସ୍ଥିତ ଏନଜିଓ ନାସାନାଲ କାଉନସିଲ ଫର ସିଭିଲ ଲିବର୍ଟୀଜର ମୁଖ୍ୟ ଥିଲେ।ଏହା ପରେ ଭିକେ ସକ୍ସେନା ମଧ୍ୟ ୨୫ ନଭେମ୍ବର ୨୦୦୦ରେ ପାଟକରଙ୍କ ବିରୋଧରେ ଅପମାନଜନକ ପ୍ରେସ୍‌ ନୋଟ୍ ଜାରି କରିବା ଅଭିଯୋଗରେ ମାନହାନି ମାମଲା ରୁଜୁ କରିଥିଲେ। ଏହି ପ୍ରେସ ନୋଟ୍‌ରେ ପାଟକର, ସକ୍ସେନାଙ୍କୁ ଭୀରୁ ଏବଂ ଦେଶଭକ୍ତ ନୁହେଁ ବୋଲି କହିଥିଲେ।  ତେବେ ମାମଲାର ଶୁଣାଣି କରିବା ସମୟରେ କୋର୍ଟ କହିଥିଲ

ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସମାଜସେବୀ ମେଧା ପାଟକର, ଏଲଜି ଭିକେ ସକ୍ସେନାଙ୍କ ସହ ଜଡ଼ିତ ମାମଲା

ନୂଆଦିଲ୍ଲୀ: ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକରଙ୍କୁ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ କୋର୍ଟ। ଏହି ମାମଲା ଦିଲ୍ଲୀର ବର୍ତ୍ତମାନର ଉପରାଜ୍ୟପାଳ ଏଲଜି ଭିକେ ସକ୍ସେନାଙ୍କ ସହ ଜଡ଼ିତ। ପ୍ରକୃତରେ ଭି.କେ ସକ୍ସେନା ହିଁ ମେଧା ପାଟେକରଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଆଉ ମାମଲାର ଶୁଣାଣି କରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ରାଘବ ଶର୍ମା ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିପାଇଁ ମେଧା ପାଟକଙ୍କୁ ଦୁଇ ବର୍ଷ ଜେଲ୍ କିମ୍ବା ଜରିମାନା ଉଭୟ ଦଣ୍ଡ ମିଳିପାରେ।

ସୂଚନାଥାଉକି, ୨୦୦୦ ମସିହାରେ ମେଧା ପାଟକର ଭିକେ ସକ୍ସେନାଙ୍କ ବିରୋଧରେ ଏକ ଅଭିଯୋଗ ଆଣିଥିଲେ। ପାଟକର ଅଭିଯୋଗ କରିଥିଲେ ଯେ, ସକ୍ସେନା ତାଙ୍କର ଏବଂ ନର୍ମଦା ବଞ୍ଚାଅ ଆନ୍ଦୋଳନ ବିରୋଧରେ ବିଜ୍ଞାପନ ଛାପିଥିଲେ। ଆଉ ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଚାଲିଥିଲା। ସେତେବେଳେ ଭିକେ ସକ୍ସେନା ଅହମଦାବାଦ ସ୍ଥିତ ଏନଜିଓ ନାସାନାଲ କାଉନସିଲ ଫର ସିଭିଲ ଲିବର୍ଟୀଜର ମୁଖ୍ୟ ଥିଲେ।

ଏହା ପରେ ଭିକେ ସକ୍ସେନା ମଧ୍ୟ ୨୫ ନଭେମ୍ବର ୨୦୦୦ରେ ପାଟକରଙ୍କ ବିରୋଧରେ ଅପମାନଜନକ ପ୍ରେସ୍‌ ନୋଟ୍ ଜାରି କରିବା ଅଭିଯୋଗରେ ମାନହାନି ମାମଲା ରୁଜୁ କରିଥିଲେ। ଏହି ପ୍ରେସ ନୋଟ୍‌ରେ ପାଟକର, ସକ୍ସେନାଙ୍କୁ ଭୀରୁ ଏବଂ ଦେଶଭକ୍ତ ନୁହେଁ ବୋଲି କହିଥିଲେ।  

ତେବେ ମାମଲାର ଶୁଣାଣି କରିବା ସମୟରେ କୋର୍ଟ କହିଥିଲେ ଯେ, ‘‘ପାଟକର ଜାଣିସୁଣି ଭିକେ ସକ୍ସେନାଙ୍କ ଛବି ଖରାପ କରିବାକୁ ଏଭଳି କରିଛନ୍ତି। କୋର୍ଟ କହିଛନ୍ତି ସକ୍ସେନାଙ୍କୁ ଦେଶଭକ୍ତ ନୁହେଁ, ଭୀରୁ କହିବା ଏବଂ ହବାଲା ଜରିଆରେ ନେଣଦେଣରେ ସାମିଲ ହେବା ଅଭିଯୋଗ ଆଣିବା ମେଧା ପାଟକରଙ୍କ ବୟାନ, କେବଳଯେ ମାନହାନିକାରୀ ତାହା ନୁହେଁ ବରଂ ନକାରାତ୍ମକ ଧାରଣାକୁ ଉସ୍କେଇବା ଭଳି। ’’

କୋର୍ଟ କହିଛନ୍ତି ‘‘ସାର୍ବଜନିକ କ୍ଷେତ୍ରରେ ଏଭଳି ଅଭିଯୋଗ ବେଶ୍ ଗୁରୁତର ହୋଇଥାଏ। ଖାସ୍‌ କରି ସେଠାରେ ଯେଉଁଠି ଦେଶଭକ୍ତିକୁ ଅତ୍ୟଧିକ ମହତ୍ବ ଦିଆଯାଇଥାଏ। ଆଉ କାହାର ସାହସ ଏବଂ ରାଷ୍ଟ୍ରୀୟ ନିଷ୍ଠା ଉପରେ ପ୍ରଶ୍ନ ଉଠାଇବା ଦ୍ବାରା ତାଙ୍କର ସାର୍ବଜନିକ ଛବି ଏବଂ ସାମାଜିକ ପ୍ରତିଷ୍ଠାକୁ ହାନି ହୋଇପାରେ।’’