‘ଯମୁନା’ ଏନକ୍ଲୋଜରରେ ରହିବ ‘ଜିନ୍ନତ’, ସୁସ୍ଥ ଓ ଚଳଚଞ୍ଚଳ ଥିବା RCCFଙ୍କ ସୂଚନା
ବାରିପଦା ୧।୧: ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଶିମିଳିପାଳରେ ଦେଖିଲା ଜିନ୍ନତ । ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏନକ୍ଲୋଜରରେ ଜିନ୍ନତକୁ ଛଡାଯାଇଛି । ଏଥର ଯମୁନା ରହିଥିବା ଏନକ୍ଲୋଜରରେ ରହିବ ଜିନ୍ନତ । ସକାଳ ୭ଟା ୩୦ମିନିଟ୍ ସମୟରେ ଛଡା ଯାଇଥିଲା । ସେ ସୁସ୍ଥ ଓ ଚଳଚଞ୍ଚଳ ଥିବା RCCF ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।ଶିମିଳିପାଳରୁ ଫେରାର ଥିବା ବାଘୁଣୀ ଜିନ୍ନତ ଆଜି ଘରକୁ ଫେରିଛି । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଙ୍କୁଡ଼ା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ତାକୁ କୋଲକାତାର ଆଲିପୁର ଚିଡ଼ିଆଖାନାରେ ରଖାଯିବା ପରେ ଗତ ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । କୋଲକାତା ବନ ବିଭାଗ ସହିତ ପୋଲିସର କଡ଼ା ପହରା ମଧ୍ୟରେ STR ର କ୍ଷେତ୍ର ନିର୍ଦ୍ଦେଶକଙ୍କ ଏକ ଟିମ୍ ଜିନ୍ନତକୁ ଶିମିଳିପାଳ ଆଣିଥିଲେ । ପ୍ରାୟ ଭୋର ୪ଟା ବେଳେ ଜିନ୍ନତ ପୁଣି ଶିମିଳିପାଳରେ ପହଞ୍ଚିଥିଲା । ସେଠାରେ ପୁଣି ଥରେ ତାକୁ ଏନ୍କ୍ଲୋଜରରେ ଛଡାଯାଇଛି ।You Can Read:ନୂଆବର୍ଷ ପାଇଁ ପ୍ରସିଦ୍ଧ ମହାବିନାୟକ ଶୈବପୀଠରେ ଭକ୍ତଙ୍କ ଗହଳି
ବାରିପଦା ୧।୧: ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଶିମିଳିପାଳରେ ଦେଖିଲା ଜିନ୍ନତ । ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏନକ୍ଲୋଜରରେ ଜିନ୍ନତକୁ ଛଡାଯାଇଛି । ଏଥର ଯମୁନା ରହିଥିବା ଏନକ୍ଲୋଜରରେ ରହିବ ଜିନ୍ନତ । ସକାଳ ୭ଟା ୩୦ମିନିଟ୍ ସମୟରେ ଛଡା ଯାଇଥିଲା । ସେ ସୁସ୍ଥ ଓ ଚଳଚଞ୍ଚଳ ଥିବା RCCF ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।
ଶିମିଳିପାଳରୁ ଫେରାର ଥିବା ବାଘୁଣୀ ଜିନ୍ନତ ଆଜି ଘରକୁ ଫେରିଛି । ୨୫ ଦିନ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଏକାଧିକ ଜଙ୍ଗଲରେ ଆତଙ୍କ ଖେଳାଇବା ପରେ ୨ ଦିନ ତଳେ ବାଙ୍କୁଡ଼ା ଜଙ୍ଗଲରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ତାକୁ କୋଲକାତାର ଆଲିପୁର ଚିଡ଼ିଆଖାନାରେ ରଖାଯିବା ପରେ ଗତ ରାତିରେ STRର ସ୍ଵତନ୍ତ୍ର ପିଞ୍ଜରାରେ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା । କୋଲକାତା ବନ ବିଭାଗ ସହିତ ପୋଲିସର କଡ଼ା ପହରା ମଧ୍ୟରେ STR ର କ୍ଷେତ୍ର ନିର୍ଦ୍ଦେଶକଙ୍କ ଏକ ଟିମ୍ ଜିନ୍ନତକୁ ଶିମିଳିପାଳ ଆଣିଥିଲେ । ପ୍ରାୟ ଭୋର ୪ଟା ବେଳେ ଜିନ୍ନତ ପୁଣି ଶିମିଳିପାଳରେ ପହଞ୍ଚିଥିଲା । ସେଠାରେ ପୁଣି ଥରେ ତାକୁ ଏନ୍କ୍ଲୋଜରରେ ଛଡାଯାଇଛି ।
You Can Read:
ନୂଆବର୍ଷ ପାଇଁ ପ୍ରସିଦ୍ଧ ମହାବିନାୟକ ଶୈବପୀଠରେ ଭକ୍ତଙ୍କ ଗହଳି