ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ ଓ ଖୁସିରେ ରହିବା ଦରକାର। କିନ୍ତୁ ସେଥିପାଇଁ ଆମେ ଓ ଆମ ସରକାର କେତେ ଯତ୍ନବାନ ତାହା ହେଉଛି ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ। ଜାତିସଂଘର ସାଧାରଣ ପରିଷଦ ୧୯୫୯ ନଭେମ୍ବର ୨୦ ଦିନ ଶିଶୁ ଅଧିକାର ସମ୍ପର୍କିତ ଘୋଷଣାନାମା ଓ ୧୯୮୯ ନଭେମ୍ବର ୨୦ରେ ଶିଶୁ ଅଧିକାର ସମ୍ପର୍କିତ […] The post ଶିଶୁ ହସିଲେ ଦୁନିଆ ହସିବ appeared first on Dharitri Odia News.

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ ଓ ଖୁସିରେ ରହିବା ଦରକାର। କିନ୍ତୁ ସେଥିପାଇଁ ଆମେ ଓ ଆମ ସରକାର କେତେ ଯତ୍ନବାନ ତାହା ହେଉଛି ଆଜିର ମୁଖ୍ୟ ଆଲୋଚ୍ୟ ବିଷୟ।
ଜାତିସଂଘର ସାଧାରଣ ପରିଷଦ ୧୯୫୯ ନଭେମ୍ବର ୨୦ ଦିନ ଶିଶୁ ଅଧିକାର ସମ୍ପର୍କିତ ଘୋଷଣାନାମା ଓ ୧୯୮୯ ନଭେମ୍ବର ୨୦ରେ ଶିଶୁ ଅଧିକାର ସମ୍ପର୍କିତ ସମ୍ମିଳନୀକୁ ଗ୍ରହଣ କରିଥିବାରୁ ସମଗ୍ର ବିଶ୍ୱରେ ନଭେମ୍ବର ୨୦କୁ ବିଶ୍ୱ ଶିଶୁ ଦିବସ ଭାବେ ପାଳନ କରାଯାଏ। ଶିଶୁ ଦିବସ ପ୍ରଥମେ ଆମେରିକାର ଚେଲସିଆସ୍ଥିତ ଧର୍ମଯାଜକ ଡ. ଚାର୍ଲସ ଲିଓନାଡଙ୍କ ଦ୍ୱାରା ୧୮୫୭ରେ ଆରମ୍ଭ ହୋଇଥିଲା। ସେ ପ୍ରଥମେ ଶିଶୁମାନଙ୍କ ପାଇଁ ଏହି ଦିବସକୁ ରୋଜ ଡେ ପରେ ଫ୍ଲାଓ୍ବାର ସଣ୍ଡେ ଓ ପରେ ପରେ ଶିଶୁ ଦିବସ ବୋଲି ନାମକରଣ କରିଥିଲେ। ଆମ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ୧୪ ଦିନ ଶିଶୁ ଦିବସ ପାଳନ କରାଯାଏ।

The post ଶିଶୁ ହସିଲେ ଦୁନିଆ ହସିବ appeared first on Dharitri Odia News.