ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ
ଆସିକା, ୧୨ା୪ (ସୁରେନ୍ଦ୍ର ନାଥ ସାହୁ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଆସିକା ତାଲୁକାରୋଡ଼ସ୍ଥିତ ପୈତୃକ ବାସଭବନ ଉପରେ ଶନିବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଡିଏସ୍ପି ବୈଦେହି ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ପ୍ରାୟ ୪ ଘଣ୍ଟା ଧରି ବାସଭବନରେ ତନାଘନା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏହି ଟିମ୍ ପୈତୃକ ବାସଭବନ ଓ ତତ୍ସଂଲଗ୍ନ […] The post ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ appeared first on Dharitri Odia News.
ଆସିକା, ୧୨ା୪ (ସୁରେନ୍ଦ୍ର ନାଥ ସାହୁ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଆସିକା ତାଲୁକାରୋଡ଼ସ୍ଥିତ ପୈତୃକ ବାସଭବନ ଉପରେ ଶନିବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଡିଏସ୍ପି ବୈଦେହି ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ପ୍ରାୟ ୪ ଘଣ୍ଟା ଧରି ବାସଭବନରେ ତନାଘନା କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା। ଏହି ଟିମ୍ ପୈତୃକ ବାସଭବନ ଓ ତତ୍ସଂଲଗ୍ନ ସ୍ଥାବର ସମ୍ପତ୍ତି ମାପଚୁପ କରି ମୂଲ୍ୟ ଆକଳନ କରିଥିବା ଜଣାପଡିଛି। ତେବେ ଏହି ଟିମ୍ ଚଢାଉ ବେଳେ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଶୁକ୍ରବାର ପାଣିଗ୍ରାହୀଙ୍କ କାରରୁ କୋରାପୁଟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଲକ୍ଷ ୭ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଭୁବନେଶ୍ୱର, ବରଗଡ ଓ ଆସିକାସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢାଉ କରାଯାଇଥିବା ଜଣାପଡିଛି।
The post ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ appeared first on Dharitri Odia News.