ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା

ନୂଆଦିଲ୍ଲୀ,୧୮ା୧୧: ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ  ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ। ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍‌ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। […] The post ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା appeared first on Dharitri Odia News.

ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା

ନୂଆଦିଲ୍ଲୀ,୧୮ା୧୧: ସୋମବାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜୀବନ ପ୍ରତି ବିପଦ ସ୍ତରରେ ପହଞ୍ଚିବା ପରେ  ଜିଆର୍‌ଏପି-୪ ଲାଗୁ କରାଯାଇଛି। ଆଜିଠାରୁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫ୍‌ଲାଇନ ମୋଡ୍‌ରେ ଖୋଲିବ। ଅନ୍ୟ ସମସ୍ତ ଶ୍ରେଣୀ ପାଇ ଅନଲାଇନରେ ପାଠପଢ଼ା ହେବ।

ସୋସିଆଲ ମିଡିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି, ସୋମବାରଠାରୁ ଜିଆର୍‌ଏପି-୪ ଲାଗୁ ହେବା ସହିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଛାତ୍ରଙ୍କ ପାଇଁ ଅଫଲାଇନ୍‌ କ୍ଲାସ୍‌ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଅନ୍‌ଲାଇନ୍‌ କ୍ଲାସ କରିବେ।

କ୍ରମାଗତ ୫ମ ଦିନରେ ଦିଲ୍ଲୀର ପ୍ରଦୂଷଣସ୍ତର ବିପଜ୍ଜନକ ସ୍ତରରେ ରହିଥିବା ବେଳେ ଦିଲ୍ଲୀ ସରକାର ଏହି ଘୋଷଣା କରିଛନ୍ତି। ଫେଜ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ (ଜିଆରଏପି)ର ଚତୁର୍ଥ ପର୍ଯ୍ୟାୟରେ ଦିଲ୍ଲୀ-ନ୍ୟାଶନାଲ କ୍ୟାପିଟାଲ ରିଜିଅନ (ଏନ୍‌ସିଆର୍‌) ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆୟୋଗ ଲାଗୁ ହେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି।

ଗ୍ରେପ୍‌-୪ର ଚତୁର୍ଥ ପର୍ଯ୍ୟାୟ ସୋମବାର ସକାଳ ୮ଟାରୁ କାର୍ଯ୍ୟକାରୀ ହୋଇଛି। ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ରବିବାର ‘ଗୁରୁତର’ ବର୍ଗରେ ପହଞ୍ଚିଛି। ଦିଲ୍ଲୀର ଏକ୍ୟୁଆଇ ଅପରାହ୍ନ ୪ଟା ୪୪୧ରେ ରେକର୍ଡ କରାଯାଇଥିଲା, ଯାହା ପ୍ରତିକୂଳ ପାଗ ଯୋଗୁ ସନ୍ଧ୍ୟା ୭ଟା ସୁଦ୍ଧା ୪୫୭କୁ ବୃଦ୍ଧି ପାଇଥିଲା।

The post ପ୍ରଦୂଷଣ ବଳୟରେ ରାଜଧାନୀ, ଜାରି ହେଲା ଜିଆର୍‌ଏପି-୪ କଟକଣା appeared first on Dharitri Odia News.