ଭରତପୁର ଥାନା ବିବାଦ ଘଟଣା,ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ତଦନ୍ତ କମିଶନ
କଟକ : ଭରତପୁର ଥାନା ବିବାଦ ଘଟଣାରେ ସରିଛି ନ୍ୟାୟିକ ତଦନ୍ତ । ମଙ୍ଗଳବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସ । ତଦନ୍ତ ସନ୍ତୋଷଜନକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସମସ୍ତଙ୍କର ସହଯୋଗ ମିଳିଥିବା କାରଣରୁ ନିର୍ଦ୍ଧାରିତ ସମୟ ଭିତରେ ତଦନ୍ତ ସରିଛି ବୋଲି କହିଛନ୍ତି ଜଷ୍ଟିସ୍ ଦାସ । ତଦନ୍ତରେ ୪ଟି ଟର୍ମ ଅଫ ରେଫରେନ୍ସ ଥିଲା । ଶୁଣାଣି ସମୟରେ ୪୨ ଜଣଙ୍କର […]

କଟକ : ଭରତପୁର ଥାନା ବିବାଦ ଘଟଣାରେ ସରିଛି ନ୍ୟାୟିକ ତଦନ୍ତ । ମଙ୍ଗଳବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସ । ତଦନ୍ତ ସନ୍ତୋଷଜନକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସମସ୍ତଙ୍କର ସହଯୋଗ ମିଳିଥିବା କାରଣରୁ ନିର୍ଦ୍ଧାରିତ ସମୟ ଭିତରେ ତଦନ୍ତ ସରିଛି ବୋଲି କହିଛନ୍ତି ଜଷ୍ଟିସ୍ ଦାସ ।
ତଦନ୍ତରେ ୪ଟି ଟର୍ମ ଅଫ ରେଫରେନ୍ସ ଥିଲା । ଶୁଣାଣି ସମୟରେ ୪୨ ଜଣଙ୍କର ସାକ୍ଷଗ୍ରହଣ ପାଇଁ ନୋଟିସ୍ ହୋଇଥିଲା । ସେମାନଙ୍କ ଭିତରୁ ୩ ଜଣ ଆର୍ମି ଅଫିସରଙ୍କ ସାକ୍ଷ ଗ୍ରହଣ କରାଯାଇଛି । ମୋଟ୍ ୨୮୨ ଫର୍ଦ୍ଦର ରିପୋର୍ଟ ଦିଆଯାଇଛି । ଏବଂ ରିପୋର୍ଟର କାର୍ଯ୍ୟକାରିତା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି ଜଷ୍ଟିସ ଚିତ୍ତ ରଞ୍ଜନ ଦାସ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଓ ତାଙ୍କ ବାନ୍ଧବୀ କାର୍ରେ ଯାଉଥିବା ବେଳେ କିଛି ରୋଡ୍ ରୋମିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ନିର୍ଯ୍ୟାତନାର ଶିକାର ହୋଇଥିଲେ I
ଏହି ମାମଲାରେ ପ୍ରଥମେ ମାମଲାର ଭିଜିଲାନ୍ସ ତଦନ୍ତ ଏବଂ ପରେ ମାମଲାର ଗମ୍ଭୀରତାକୁ ଦେଖି ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।