ସାମ୍ନାକୁ ଆସିଲା ବଡ଼ ଅପ୍ଡେଟ୍: ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଚର୍ଚ୍ଚା, ଏହି ଦିନ ହେବ ଶପଥ ସମାରୋହ
ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଆଲୋଚନା ଜୋର ଧରିଛି। ଦଳ ୨୭ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତିଛି ଭାଜପା। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ପଦ ନେଇ ଏକ ଆଲୋଚନା ହୋଇଥିଲା। ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା […] The post ସାମ୍ନାକୁ ଆସିଲା ବଡ଼ ଅପ୍ଡେଟ୍: ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଚର୍ଚ୍ଚା, ଏହି ଦିନ ହେବ ଶପଥ ସମାରୋହ appeared first on Dharitri Odia News.
ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଆଲୋଚନା ଜୋର ଧରିଛି। ଦଳ ୨୭ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତିଛି ଭାଜପା।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ପଦ ନେଇ ଏକ ଆଲୋଚନା ହୋଇଥିଲା। ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା ଏବଂ ବିଏଲ ସନ୍ତୋଷ ଉପସ୍ଥିତ ଥିଲେ। ଏବେ ଶପଥ ଗ୍ରହଣ ଉତ୍ସବ ସମ୍ପର୍କରେ ଏକ ବଡ଼ ଅପଡେଟ୍ ଆସିଛି।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗସ୍ତରୁ ଫେରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ପ୍ରଧାନମନ୍ତ୍ରୀ ୧୪ ଫେବୃଆରୀରେ ଦେଶକୁ ଫେରିବେ। ଶପଥ ଗ୍ରହଣ ଉତ୍ସବ ଏହିଦିନ ହେବ ବୋଲି ଚର୍ଚ୍ଚା ହେଉଛି। ଏଥିରେ ଏନଡିଏ ନେତାମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ସମସ୍ତ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଡକାଯିବ।
ପୂର୍ବରୁ ନିର୍ବାଚନ ଫଳାଫଳ ଆସିବା ପରେ, ଶନିବାର ସନ୍ଧ୍ୟାରେ ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ଅମିତ ଶାହାଙ୍କ ସହିତ ଶପଥ ଗ୍ରହଣ ଉତ୍ସବ ଏବଂ ଦିଲ୍ଲୀରେ ଗଠନ ହେବାକୁ ଥିବା ସରକାରଙ୍କ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଫେବୃଆରୀ ୫ରେ ହୋଇଥିବା ମତଦାନରେ ଭି ୪୫.୫୬ ପ୍ରତିଶତ ଏବଂ ଆପ୍ ୪୩.୫୭ ପ୍ରତିଶତ ଭୋଟ୍ ପାଇଥିଲା। ତଥାପି ଆସନ ଦୃଷ୍ଟିରୁ, ଭାଜପା ୪୮ ସଂଖ୍ୟା ହାସଲ କରି ବହୁତ ଆଗକୁ ବଢ଼ିଗଲା। ୭୦ଟି ବିଧାନସଭା ଆସନ ମଧ୍ୟରୁ ଆପ୍ ୨୨ଟି ଆସନ ପାଇଥିଲା।
କହିରଖୁଛୁ ଯେ, ଭାଜପା ୪୮ଟି ଆସନ ଜିତିଛି। ଏଥିରେ ୪ ଜଣ ଅନୁସୂଚିତ ଜାତି (SC) ଏବଂ ୧୬ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ପ୍ରାର୍ଥୀ ଅନ୍ତର୍ଭୁକ୍ତ। ଦିଲ୍ଲୀର ସୀମାନ୍ତ ଅଞ୍ଚଳରେ ମଧ୍ୟ ଭାଜପା ଚମତ୍କାର ପ୍ରଦର୍ଶନ କରିଥିଲା। ହରିୟାଣା ଏବଂ ୟୁପି ସହିତ ସୀମାବର୍ତ୍ତୀ ମୋଟ୍ ୨୨ଟି ଆସନ ଅଛି ଏବଂ ଯେଉଁଠାରେ ହରିୟାଣା ଏବଂ ୟୁପିର ଲୋକଙ୍କ ପ୍ରଭାବ ରହିଛି। ସେଥିମଧ୍ୟରୁ ୧୫ଟି ଆସନ ଭାଜପା ଖାତାକୁ ଯାଇଛି।
The post ସାମ୍ନାକୁ ଆସିଲା ବଡ଼ ଅପ୍ଡେଟ୍: ମୁଖ୍ୟମନ୍ତ୍ରୀ ପଦ ପାଇଁ ଚେହେରାକୁ ନେଇ ଚର୍ଚ୍ଚା, ଏହି ଦିନ ହେବ ଶପଥ ସମାରୋହ appeared first on Dharitri Odia News.