କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ
ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ୨୦୨୨ରେ ଓରେଗନ୍ର ୟୁଜିନଠାରେ ବିଶ୍ୱ ଚାମ୍ପିୟନଶିପ୍ରେ ଭାଗ ନେବା ପୂର୍ବରୁ ନିଷିଦ୍ଧ ଉପାଦାନ ଟ୍ରିମେଟାଜିଡିନ୍ ପାଇଁ ଚେରୋନୋ ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ। କେନିଆର ଏହି ଧାବକ ୨୦୧୯ରେ ବୋଷ୍ଟନ ଓ ସିକାଗୋ ମାରାଥନ ଜିତିଥିଲେ। ୨୦୨୦ରେ […] The post କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ appeared first on Dharitri Odia News.
ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି।
୨୦୨୨ରେ ଓରେଗନ୍ର ୟୁଜିନଠାରେ ବିଶ୍ୱ ଚାମ୍ପିୟନଶିପ୍ରେ ଭାଗ ନେବା ପୂର୍ବରୁ ନିଷିଦ୍ଧ ଉପାଦାନ ଟ୍ରିମେଟାଜିଡିନ୍ ପାଇଁ ଚେରୋନୋ ଡୋପ୍ ଟେଷ୍ଟରେ ବିଫଳ ହୋଇଥିଲେ। କେନିଆର ଏହି ଧାବକ ୨୦୧୯ରେ ବୋଷ୍ଟନ ଓ ସିକାଗୋ ମାରାଥନ ଜିତିଥିଲେ।
୨୦୨୦ରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨ଘଣ୍ଟା, ୩ ମିନିଟ ୪ ସେକେଣ୍ଡ ମାରାଥନ ଇତିହାସରେ ଦ୍ୱାଦଶ ଦ୍ରୁତତମ। ବାସନ୍ଦ ଦଣ୍ଡ ପିଛିଲା ୨୦୨୨ରୁ ଲାଗୁ ହେବ, ଯେତେବେଳେ ତାଙ୍କୁ ପ୍ରୋଭିଜନାଲ ସସ୍ପେଣ୍ଡ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ୩୫ବର୍ଷ ବୟସ ହୋଇଥିବାରୁ ତାଙ୍କ ଟପ୍ ଲେଭଲ କ୍ୟାରିୟର ଆପାତତଃ ଅନ୍ତ ଘଟିଛି।
ଚେରୋନୋଙ୍କ ଡୋପିଙ୍ଗ ମାମଲାର ରାୟ ଦୁଇ ବର୍ଷ ପରେ ପ୍ରକାଶ ପାଇଛି। ଚେରୋନୋ ଆଥ୍ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍(ଏଆଇୟୁ)କୁ ସଫେଇ ଦେଇ କହିଛନ୍ତି ଯେ, ଥରେ ତାଙ୍କର ପେଟ ଗଣ୍ଡଗୋଳ ଯୋଗୁ ଡାକ୍ତର ତାଙ୍କୁ ପେନ୍କିଲର ପରିବର୍ତ୍ତେ ଅଜ୍ଞାତ ପଦାର୍ଥ ବିଶିଷ୍ଟ ଏକ ଇଞ୍ଜେକ୍ସନ ଦେଇଥିଲେ।
ଏହା ପଛରେ ତାଙ୍କ ଈର୍ଷାନ୍ବିତ ଟ୍ରେନିଂ ପାର୍ଟନରମାନଙ୍କ ହାତ ରହିଥାଇପାରେ ବୋଲି ସେ କହିଛନ୍ତି। ପରେ ସେ ଆଉ ଏକ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ଦର୍ଶାଇଥିଲେ ଡାକ୍ତର ଯେଉଁ ଔଷଧ ଦେବାକୁ କହିଥିଲେ ତାହା ବଦଳରେ ତାଙ୍କ ସ୍ତ୍ରୀ ଭୁଲବଶତଃ ତାଙ୍କୁ ପେନ୍କିଲର ଦେଇଥିଲେ। ତେବେ କେନିଆରେ କୋର୍ଟଙ୍କ ଦ୍ୱାରା ହସ୍ତଗତ ମେଡିକାଲ ରେକର୍ଡରେ ଚେରୋନୋ ତାଙ୍କ ସ୍ତ୍ରୀଙ୍କଠାରୁ କୌଣସି ଔଷଧ ଗ୍ରହଣ କରିଥିବା ସମ୍ପର୍କରେ କୌଣସି ସୂଚନା ନ ଥିଲା।
The post କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ appeared first on Dharitri Odia News.