ଇରାନକୁ ମିଳିଲା ଆକ୍ରମଣର ଜବାବ, ଜାଣନ୍ତୁ ଏବେ କ’ଣ ଚେତାବନୀ ଦେଇଛି ଇସ୍ରାଏଲ?
ଜେରୁଜେଲମ ୨୬।୧୦: ଇସ୍ରାଏଲୀ ସେନା ଶନିବାର କହିଛି ଯେ ଇରାନ ପକ୍ଷରୁ କରାଯାଉଥିବା ଲଗାତାର ଆକ୍ରମଣର ଆଜି ଆମେ ଜବାବ ରଖିଛୁ। ଇସ୍ରାଏଲ ଉପରେ ମାସାଧିକ କାଳ ହେଲା ଇରାନ ରକେଟ ଆକ୍ରମଣ ଚଳାଇଥିଲା। ଏହାର ଜବାବରେ ଆମେ ତେହେରାନ ସମେତ ଅନ୍ୟ ସହରରେ ଥିବା ସୈନ୍ୟ ଠିକଣା ଉପରେ ସଠିକ ଆକ୍ରମଣ କରିଛୁ ବୋଲି ଆଇଡିଏଫ ଏକ ବୟାନରେ କହିଛି । ଆଇଡିଏଫ ମୁଖପାତ୍ର ଆର.ଏ.ଡି.ଏମ. ଡେନିୟଲ ହଗାରୀ କହିଛନ୍ତି ଯେ ଏବେ ମୁଁ ପୁଷ୍ଟି କରିପାରିବି ଇରାନର ଆକ୍ରମଣ ଲାଗି ଇସ୍ରାଏଲ ତାର ପ୍ରତିକ୍ରିୟା ପୁରଣ କରିଛି। “I can now confirm that we have concluded the Israeli response to Iran’s attacks against Israel. We conducted targeted and precise strikes on military targets in Iran — thwarting immediate threats to the State of Israel.”Watch IDF Spokesperson RAdm. Daniel Hagari talk about the… pic.twitter.com/1OOss3etpV— Israel Defense Forces (@IDF) October 26, 2024ହଗାରୀ କହିଛନ୍ତି ଯେ ଇରାନର ସୈନ୍ୟ ଠିକଣାମାନଙ୍କ ଉପରେ ଲକ୍ଷିତ ଓ ସଠିକ ଆକ୍ରମଣ କରାଯାଇଛି, ଏଣୁ ଇସ୍ରାଏଲ ଉପରେ ଥିବା ତତ୍କାଳ ବିପଦ ଦୂର ହୋଇଛି। ଇରାନ ପକ୍ଷରୁ ମାସକ ପୂର୍ବରୁ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଶନିବାର ଇସ୍ରାଏଲ ଏହାର କଡ଼ା ଜବାବ ଦେବା ସହ ମିସନ ସମାପ୍ତି
ଜେରୁଜେଲମ ୨୬।୧୦: ଇସ୍ରାଏଲୀ ସେନା ଶନିବାର କହିଛି ଯେ ଇରାନ ପକ୍ଷରୁ କରାଯାଉଥିବା ଲଗାତାର ଆକ୍ରମଣର ଆଜି ଆମେ ଜବାବ ରଖିଛୁ। ଇସ୍ରାଏଲ ଉପରେ ମାସାଧିକ କାଳ ହେଲା ଇରାନ ରକେଟ ଆକ୍ରମଣ ଚଳାଇଥିଲା। ଏହାର ଜବାବରେ ଆମେ ତେହେରାନ ସମେତ ଅନ୍ୟ ସହରରେ ଥିବା ସୈନ୍ୟ ଠିକଣା ଉପରେ ସଠିକ ଆକ୍ରମଣ କରିଛୁ ବୋଲି ଆଇଡିଏଫ ଏକ ବୟାନରେ କହିଛି । ଆଇଡିଏଫ ମୁଖପାତ୍ର ଆର.ଏ.ଡି.ଏମ. ଡେନିୟଲ ହଗାରୀ କହିଛନ୍ତି ଯେ ଏବେ ମୁଁ ପୁଷ୍ଟି କରିପାରିବି ଇରାନର ଆକ୍ରମଣ ଲାଗି ଇସ୍ରାଏଲ ତାର ପ୍ରତିକ୍ରିୟା ପୁରଣ କରିଛି।
“I can now confirm that we have concluded the Israeli response to Iran’s attacks against Israel. We conducted targeted and precise strikes on military targets in Iran — thwarting immediate threats to the State of Israel.”
Watch IDF Spokesperson RAdm. Daniel Hagari talk about the… pic.twitter.com/1OOss3etpV— Israel Defense Forces (@IDF) October 26, 2024
ହଗାରୀ କହିଛନ୍ତି ଯେ ଇରାନର ସୈନ୍ୟ ଠିକଣାମାନଙ୍କ ଉପରେ ଲକ୍ଷିତ ଓ ସଠିକ ଆକ୍ରମଣ କରାଯାଇଛି, ଏଣୁ ଇସ୍ରାଏଲ ଉପରେ ଥିବା ତତ୍କାଳ ବିପଦ ଦୂର ହୋଇଛି। ଇରାନ ପକ୍ଷରୁ ମାସକ ପୂର୍ବରୁ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଶନିବାର ଇସ୍ରାଏଲ ଏହାର କଡ଼ା ଜବାବ ଦେବା ସହ ମିସନ ସମାପ୍ତି ଘୋଷଣା କରିଛି। ଇସ୍ରାଏଲୀ ସେନା ପୁଷ୍ଟି କରିଛି ଯେ ଇରାନ ବିରୋଧରେ ତାର ଏୟାର ଷ୍ଟ୍ରାଇକ୍ ଶେଷ ହୋଇଛି। ଏହା ବାଦେ ଯଦି ଇରାନ ଉତ୍ତେଜନାର ନୂଆ ଅଧ୍ୟାୟ ଆରମ୍ଭ କରିବାର ଭୁଲ କରେ ତେବେ ଆମେ ଏହାର ଜବାବ ଦେବାକୁ ବାଧ୍ୟ ହେବୁ ବୋଲି ଇସ୍ରାଏଲ ସେନା ସଫାସଫା ଶୁଣାଇ ଦେଇଛି।
Our air defense units have successfully targeted several projectiles targeted at the military installations in western and southwestern Tehran by the Zionist regime.
Additional information will be shared as it becomes available.— Iran Military (@IRIran_Military) October 26, 2024
ସେପଟେ ଇରାନୀ ମିଡିଆ ରାଜଧାନୀ ତେହେରାନ ଓ ନିକଟବର୍ତ୍ତି ସୈନ୍ୟ ଘାଟି ଉପରେ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱକାଳ ଧରି ଅନେକ ବିସ୍ଫୋରଣ ହୋଇଥିବାର ସୂଚନା ଦେଇଛି। ଏ ବାବଦେ ପ୍ରାଥମିକ ରିପୋର୍ଟରେ ଆକ୍ରମଣକୁ କମ କରି ଅଙ୍କାଯାଇଛି ଓ ଇରାନ ଏୟାର ସିକ୍ୟୁରିଟିର ଚର୍ଚ୍ଚା କରାଯାଇଛି। ଏଥି ମଧ୍ୟରେ ଇରାନ ସେନା କହିଛି ଯେ ଜିୟୋନୀ ଶାସନ ପକ୍ଷରୁ ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ତେହେରାନର ସୈନ୍ୟ ପ୍ରତିଷ୍ଠାନ ଉପରେ କରାଯାଇଥିବା ଟାର୍ଗେଟରୁ ଅନେକକୁ ସଫଳତା ପୂର୍ବକ ମୁକାବିଲା କରାଯାଇଛି।
All options are on the launchers. pic.twitter.com/S0BarlDrww— Iran Military (@IRIran_Military) October 26, 2024
ଇସ୍ରାଏଲ ପକ୍ଷରୁ କ୍ଷେପଣାସ୍ତ୍ର ବର୍ଷା ପରେ ଇରାନ ଏକ୍ସ ରେ ଏକ ପୋଷ୍ଟ କରିଛି। ଯେଉଁଥିରେ ଇରାନୀ ସେନା କ୍ଷେପଣାସ୍ତ୍ର ଲଞ୍ଚର ଛବି ପୋଷ୍ଟ କରି ସବୁ ବିକଳ୍ପ ଲଞ୍ଚରରେ ଥିବାର ଉଲ୍ଲେଖ କରିଛି। ତେବେ ଜନୈକ ଆମେରିକୀୟ ଅଧିକାରୀ ଇସ୍ରାଏଲ ଆକ୍ରମଣରେ ଇରାନର ପରମାଣୁ ଫ୍ୟାସେଲିଟି ସାମିଲ ନଥିଲେ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଥିଲେ ଯେ ଇସ୍ରାଏଲର ମୁଖ୍ୟ ସମର୍ଥକ ତଥା ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ୱାସିଂଟନ ତେହେରାନର ପରମାଣୁ ସ୍ଥଳ ଉପରେ ଆକ୍ରମଣକୁ କେବେ ସମର୍ଥନ କରିବ ନାହିଁ। ସେହିପରି ଇସ୍ରାଏଲକୁ ଇରାନର ତୈଳ କ୍ଷେତ୍ର ଉପରେ ଆକ୍ରମଣ ଲାଗି ବିକଳ୍ପ ଉପରେ ବିଚାର କରିବା ଦରକାର।