ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟିମ୍‌କୁ ଫେରିଲେ ଋଷଭ ପନ୍ତ

ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଉପ-ଅଧିନାୟକ ଦାୟିତ୍ବ। ଏଥି ସହିତ ବେଶ କିଛି ଦିନର ବ୍ୟବଧ୍ୟାନରେ ଭାରତୀୟ ଟିମ୍‌କୁ ଫେରିଛନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ଋଷଭଙ୍କ ବ୍ୟତିତ ସଞ୍ଜୁ ସାମସନଙ୍କୁ ମଧ୍ୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି।   ବିସିସିଆଇର ୧୫ ଜଣିଆ ଟିମରେ ଯୁବ […]

ଟି-୨୦ ବିଶ୍ବକପ୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟିମ୍‌କୁ ଫେରିଲେ ଋଷଭ ପନ୍ତ
India T20 World Cup 2024 Squad

ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଉପ-ଅଧିନାୟକ ଦାୟିତ୍ବ। ଏଥି ସହିତ ବେଶ କିଛି ଦିନର ବ୍ୟବଧ୍ୟାନରେ ଭାରତୀୟ ଟିମ୍‌କୁ ଫେରିଛନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ଋଷଭଙ୍କ ବ୍ୟତିତ ସଞ୍ଜୁ ସାମସନଙ୍କୁ ମଧ୍ୟ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି।

GMZ8NDTXAAA4DC1

 

ବିସିସିଆଇର ୧୫ ଜଣିଆ ଟିମରେ ଯୁବ ତାରକା ଶୁବମନ ଗିଲ୍‌ ସ୍ଥାନ ପାଇ ନାହାନ୍ତି। ତାଙ୍କ ବଦଳରେ ଯଶସ୍ୱୀ ଜୈସୱାଲଙ୍କ ଉପରେ ବିସିସିଆଇ ଭରସା ଦେଖାଇଛି। ଖରାପ ଫର୍ମ ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସ୍କ୍ୱାଡରେ ରଖାଯାଇଛି। ସେ ଉପ ଅଧିନାୟକ ପଦ ପୂର୍ବ ଭଳି ବଜାୟୀ ରଖିଛନ୍ତି। ଏଥି ସହିତ ସେହିପରି ବ୍ୟାଟିଂରେ ରୋହିତ ଶର୍ମାଙ୍କ ସହିତ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ସୂର୍ୟ୍ୟ କୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ସ୍ଥାନ ପାଇଛନ୍ତି । ସେହିପରି ବୋଲିଂରେ କୁଲଦୀପ ଯାଦବଙ୍କ ସହ ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କୁ ଦଳରେ ସ୍ଥାନ ମିଳିଛି । ଏହାବାଦ୍ ଶୁଭମନ୍ ଗିଲ, ରିଙ୍କୁ ସିଂ, ଖଲୀଲ ଅହମ୍ମଦ ଏବଂ ଆଭେସ ଖାନଙ୍କୁ ଷ୍ଟାଣ୍ଡ ବାଏ ଖେଳାଳି ଲିଷ୍ଟରେ ରଖାଯାଇଛି ।

ଭାରତୀୟ ଦଳ: ରୋହିତ ଶର୍ମା, ଯଶସ୍ୱୀ ଜସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ

ଷ୍ଟାଣ୍ଡବାଏ : ଶୁବମନ୍‌ ଗିଲ, ରିଙ୍କୁ ସିଂହ, କେ. ଅହମ୍ମଦ, ଅବେଶ ଖାନ୍