୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୩୧।୧୦: ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଏଠାରେ ସେ ଓଡିଶା ପର୍ଯ୍ୟଟନ: ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ […] The post ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜାଣନ୍ତୁ କାହିଁକି appeared first on Dharitri Odia News.

୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୩୧।୧୦: ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଏଠାରେ ସେ ଓଡିଶା ପର୍ଯ୍ୟଟନ: ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି।

The post ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜାଣନ୍ତୁ କାହିଁକି appeared first on Dharitri Odia News.