ଆମେ ଖୁବ୍ଶୀଘ୍ର ପୁଣିଥରେ ଭେଟ ହେବା: ମନ୍ତ୍ରୀମାନଙ୍କୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ‘ବିକଶିତ ଭାରତ: ୨୦୪୭’ ପାଇଁ ଭିଜନ ପେପର ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ମେ’ ମାସରେ ନୂତନ ସରକାର ଗଠନ ପରେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ୧୦୦ ଦିନିଆ ଏଜେଣ୍ଡାର ତୁରନ୍ତ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା। ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ […] The post ଆମେ ଖୁବ୍ଶୀଘ୍ର ପୁଣିଥରେ ଭେଟ ହେବା: ମନ୍ତ୍ରୀମାନଙ୍କୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ‘ବିକଶିତ ଭାରତ: ୨୦୪୭’ ପାଇଁ ଭିଜନ ପେପର ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ମେ’ ମାସରେ ନୂତନ ସରକାର ଗଠନ ପରେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ୧୦୦ ଦିନିଆ ଏଜେଣ୍ଡାର ତୁରନ୍ତ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା।
ମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଖୁବ୍ଶୀଘ୍ର ପୁଣିଥରେ ଭେଟିବା, ଆନ୍ତୁ ନିର୍ବାଚନ ଜିତି ଆସନ୍ତୁ। ମନ୍ତ୍ରୀମାନଙ୍କୁ ତାଙ୍କର ପ୍ରାୟ ଏକ ଘଣ୍ଟିଆ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମଧ୍ୟ ବିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ବିକଶିତ ଭାରତର ଝଲକ ଆଗାମୀ ପୂର୍ଣ୍ଣ ବଜେଟରେ ଦୃଶ୍ୟମାନ ହେବା ଉଚିତ ଯାହା ଏଥର ଜୁନ୍ରେ ଉପସ୍ଥାପିତ ହେବ ବୋଲି ସେ କହିଛନ୍ତି।
The post ଆମେ ଖୁବ୍ଶୀଘ୍ର ପୁଣିଥରେ ଭେଟ ହେବା: ମନ୍ତ୍ରୀମାନଙ୍କୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.