ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ଭାଜପାର ୩ଜଣ ହେଭିଓ୍ବେଟ୍ ନେତା ବରଗଡ଼ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ରାଜ୍ୟପାଳ ହିମନ୍ତ ବିଶ୍ବଶର୍ମା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ରହିଛନ୍ତିଧ୍। ଗୁରୁବାର ଅପରାହ୍ନ ୧ଟା ୧୫ ମିନିଟ୍ରେ ଜେ.ପି ନଡ୍ଡା ବରଗଡ଼ ଜିଲା ପଦ୍ମପୁର ଅଶୋକ ପଡ଼ିଆରେ , ଅପରାହ୍ନ ୧ଟାରେ ଆସାମ ରାଜ୍ୟପାଳ ହିମନ୍ତ ବିଶ୍ବଶର୍ମା ଅତାବିରା […] The post ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ଭାଜପାର ୩ଜଣ ହେଭିଓ୍ବେଟ୍ ନେତା ବରଗଡ଼ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ରାଜ୍ୟପାଳ ହିମନ୍ତ ବିଶ୍ବଶର୍ମା ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ରହିଛନ୍ତିଧ୍। ଗୁରୁବାର ଅପରାହ୍ନ ୧ଟା ୧୫ ମିନିଟ୍ରେ ଜେ.ପି ନଡ୍ଡା ବରଗଡ଼ ଜିଲା ପଦ୍ମପୁର ଅଶୋକ ପଡ଼ିଆରେ , ଅପରାହ୍ନ ୧ଟାରେ ଆସାମ ରାଜ୍ୟପାଳ ହିମନ୍ତ ବିଶ୍ବଶର୍ମା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଅନ୍ତର୍ଗତ ବାନିପାଲି ପଡ଼ିଆ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ହେବାକୁ ଥିବା ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଦଳର ତୁଙ୍ଗ ନେତାମାନଙ୍କ ଆଗମନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।
The post ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ appeared first on Dharitri Odia News.