ପାଗ ଠିକ୍ ରହେ ଏହି ଦିନ ପୃଥିବୀକୁ ଫେରିବେ ଶୁଭାଂଶୁ
ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୨ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୧୮ ଦିନ ରହିବା ପରେ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ ତଥା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆସନ୍ତା ୧୫ ତାରିଖ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆକ୍ସିଓମ-୪ ମିଶନର ନିଜର ୩ ସାଥୀ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍ସନ୍, ସ୍ଲାଓଜ୍ ଉଜ୍ନାନ୍ସ୍କୀ ଏବଂ ଟିବୋର କାପୁଙ୍କ ସହ ଆମେରିକାର ଫ୍ଲୋରିଡାସ୍ଥିତ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ। ନାସା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମିଶନର ୪ କ୍ରିଉ ସଦସ୍ୟ […] The post ପାଗ ଠିକ୍ ରହେ ଏହି ଦିନ ପୃଥିବୀକୁ ଫେରିବେ ଶୁଭାଂଶୁ appeared first on Dharitri Odia News.
ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୨ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ୧୮ ଦିନ ରହିବା ପରେ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ ତଥା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆସନ୍ତା ୧୫ ତାରିଖ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆକ୍ସିଓମ-୪ ମିଶନର ନିଜର ୩ ସାଥୀ କ୍ରିଉ ସଦସ୍ୟ ପେଗୀ ହ୍ବିଟ୍ସନ୍, ସ୍ଲାଓଜ୍ ଉଜ୍ନାନ୍ସ୍କୀ ଏବଂ ଟିବୋର କାପୁଙ୍କ ସହ ଆମେରିକାର ଫ୍ଲୋରିଡାସ୍ଥିତ କାଲିଫର୍ନିଆ ଉପକୂଳରେ ଅବତରଣ କରିବେ।
ନାସା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମିଶନର ୪ କ୍ରିଉ ସଦସ୍ୟ ଆସନ୍ତା ୧୪ ତାରିଖ ଭାରତୀୟ ସମୟ ଅପରାହ୍ନ ୪.୩୫ରେ ଆଇଏସ୍ଏସ୍ ଛାଡ଼ିବେ। ଅବତରଣ ପରେ ୪ ମହାକାଶଚାରୀ ଏକ ୭ ଦିନିଆ ରିହାବିଲିଟେଶନ୍ ପ୍ରୋଗ୍ରାମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ପୃଥିବୀର ଗୁରୁତ୍ୱାକର୍ଷଣ ସହ ଖାପ ଖୁଆଇବା ପାଇଁ ଜଣେ ଫ୍ଲାଇଟ ସର୍ଜନଙ୍କ ତତ୍ୱାବଧାନରେ ଶୁଭାଂଶୁଙ୍କୁ ତାଲିମ ଦିଆଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) କହିଛି।
ଇସ୍ରୋର ଫ୍ଲାଇଟ ସର୍ଜନଙ୍କ ପକ୍ଷରୁ ଲଗାତର ଭାବେ ଶୁଭାଂଶୁଙ୍କ ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ଫିଟନେସ୍ର ନିରନ୍ତର ଯାଞ୍ଚ୍ କରାଯାଉଛି। ଶୁଭାଂଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ଏବଂ ତାଙ୍କ ମନୋବଳ ମଧ୍ୟ ଉଚ୍ଚ ରହିଥିବା ଇସ୍ରୋ କହିଛି।
The post ପାଗ ଠିକ୍ ରହେ ଏହି ଦିନ ପୃଥିବୀକୁ ଫେରିବେ ଶୁଭାଂଶୁ appeared first on Dharitri Odia News.