ପ୍ରେମିକାଙ୍କୁ ଭେଟିବାକୁ ଆସି ଘର ଲୋକଙ୍କ ହାତରେ ଧରାପଡିଲେ ପ୍ରେମିକ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି…
ରିଷିଡ଼ା,୪ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସି ପରିବାର ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଯୁବକ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ ଓଡିଆମୁଣ୍ଡା ଗ୍ରାମର ରାକେଶ ବାଗ(୨୮)। ମିଳିଥିବା ସୂଚନା ମୁତାବକ, ତୁଳାପଡା ଅଞ୍ଚଳର ଜଣେ ଯୁବତୀ ଓଡିଆମୁଣ୍ଡା ଗ୍ରାମରେ ବିବାହ କରିଥିଲେ। ହେଲେ ପୂର୍ବରୁ ବିବାହିତ ଓ ୩ ସନ୍ତାନର ଜନକ ରାକେଶ ଏହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏପରି କି ଉଭୟ […] The post ପ୍ରେମିକାଙ୍କୁ ଭେଟିବାକୁ ଆସି ଘର ଲୋକଙ୍କ ହାତରେ ଧରାପଡିଲେ ପ୍ରେମିକ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି… appeared first on Dharitri Odia News.
ରିଷିଡ଼ା,୪ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳର ଜଣେ ବିବାହିତ ଯୁବକ ନିଜ ପ୍ରେମିକାଙ୍କୁ ଭେଟିବାକୁ ଆସି ପରିବାର ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଯୁବକ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ ଓଡିଆମୁଣ୍ଡା ଗ୍ରାମର ରାକେଶ ବାଗ(୨୮)।
ମିଳିଥିବା ସୂଚନା ମୁତାବକ, ତୁଳାପଡା ଅଞ୍ଚଳର ଜଣେ ଯୁବତୀ ଓଡିଆମୁଣ୍ଡା ଗ୍ରାମରେ ବିବାହ କରିଥିଲେ। ହେଲେ ପୂର୍ବରୁ ବିବାହିତ ଓ ୩ ସନ୍ତାନର ଜନକ ରାକେଶ ଏହି ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏପରି କି ଉଭୟ ଘରଛାଡି ପଳାଇବାକୁ ଚେଷ୍ଟା କରିଥିଲେ ହେଁ ଧରାପଡ଼ିଥିଲେ। ଏହାପରେ ପ୍ରେମିକା ଯୁବତୀଙ୍କୁ ଶ୍ବଶୁର ଘର ଲୋକେ ଆଣି ତୁଳାପଡ଼ାର ନିଜ ବାପଘରେ ଛାଡି ଦେଇଥିଲେ। ପ୍ରେମରେ ପାଗଳ ରାକେଶ ଶେଷରେ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ଲୁଚି ଲୁଚି ତୁଳାପଡ଼ା ଯାଇଥିଲେ। ସେଠାରେ ସେ ପ୍ରେମିକାଙ୍କୁ ଭେଟିବାକୁ ଚେଷ୍ଟା କରୁଥିବା ବେଳେ ଘର ଲୋକେ ତାଙ୍କୁ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ ରାକେଶଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା।
The post ପ୍ରେମିକାଙ୍କୁ ଭେଟିବାକୁ ଆସି ଘର ଲୋକଙ୍କ ହାତରେ ଧରାପଡିଲେ ପ୍ରେମିକ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି… appeared first on Dharitri Odia News.