ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ

ବାଲେଶ୍ୱର,୨୭ା୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନଗୁଡ଼ିକରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍‌ ପୋଲିସ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ଟିମ୍‌ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍‌ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ତ୍ୟକ୍ତ ପଥର ଖାଦାନରୁ ୬୦୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ପୋଲିସ କେସ୍‌ ନଂ ୪୭୬/୨୪ରେ ଏକ ମାମଲା […] The post ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ appeared first on Dharitri Odia News.

ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ

ବାଲେଶ୍ୱର,୨୭ା୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନଗୁଡ଼ିକରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍‌ ପୋଲିସ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ଟିମ୍‌ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍‌ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ତ୍ୟକ୍ତ ପଥର ଖାଦାନରୁ ୬୦୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ପୋଲିସ କେସ୍‌ ନଂ ୪୭୬/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ, ଖଞ୍ଜାମାହଲ ପାହାଡ଼ ଥିବା କେତେକ ବେଆଇନ ପଥର ଖାଦାନରେ ଏହି ସାମଗ୍ରୀକୁ ବ୍ୟବହାର କରାଯାଇ ବିସ୍ଫୋରଣ କରାଯାଇ ପାହାଡ଼ ଭାଙ୍ଗି ଦିଆଯାଇ ନିୟମିତ ପଥର ଚୋରାଚାଲାଣ କରାଯାଉଥିବା ଜାଣିବାକୁ ମିଳିଛି।

The post ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ appeared first on Dharitri Odia News.