ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ
ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପାଙ୍କ ଏତଲାକୁ ଭିତ୍ତିକରି ଥାନା ସ୍ଥାନୀୟ ପୋଲିସ ମାମଲା ନଂ.୩୫୭/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି। ଗତ ଶୁକ୍ରବାର ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ପୂର୍ବାହ୍ନରେ ସେଠାରୁ ତାଙ୍କୁ ଅପହରଣ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ପରିବାର ଓ ସମ୍ପର୍କୀୟ ଲୋକେ ଛାତ୍ରୀଙ୍କୁ ବ୍ରହ୍ମପୁର […] The post ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ appeared first on Dharitri Odia News.
ଦିଗପହଣ୍ଡି,୨୩ା୯(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ୮ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଯୁବକ ବଳିଅର ବାଡ଼ତ୍ୟା ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବାପାଙ୍କ ଏତଲାକୁ ଭିତ୍ତିକରି ଥାନା ସ୍ଥାନୀୟ ପୋଲିସ ମାମଲା ନଂ.୩୫୭/୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛି।
ଗତ ଶୁକ୍ରବାର ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ପୂର୍ବାହ୍ନରେ ସେଠାରୁ ତାଙ୍କୁ ଅପହରଣ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ପରିବାର ଓ ସମ୍ପର୍କୀୟ ଲୋକେ ଛାତ୍ରୀଙ୍କୁ ବ୍ରହ୍ମପୁର ରେଳ ଷ୍ଟେଶନ ଏବଂ ଭୁବନେଶ୍ୱର ପ୍ରଭୃତି ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରବିବାର ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋଫିଆ ମିଶ୍ର ସଦଳବଳ ବିଭିନ୍ନ ସନ୍ଦିଗ୍ଧ ଇଲାକାରେ ଚଢାଉ କରିଥିଲେ ମଧ୍ୟ ଛାତ୍ରୀ କିମ୍ବା ଅପହର୍ତ୍ତାଙ୍କ ସମ୍ବନ୍ଧରେ କୌଣସି ସୁରାକ ମିଳିପାରିନାହିଁ।
The post ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ଖୋଜୁଛି ପୋଲିସ appeared first on Dharitri Odia News.