ଝିଅ ବାହାଘର ପାଇଁ ସଞ୍ଚିଥିଲେ ଟଙ୍କା , ଲକ୍ଷାଧିକ ଟଙ୍କା ଜାଳିପୋଡି ପାଉଁଶ
ଉଦଳା,୬।୩(ସନ୍ତୋଷ ବାଛିନି) ରାତିରେ ହଠାତ ହେଲା ଅଗ୍ନିକାଣ୍ଡ, ଆଉ ଆଖି ସାମ୍ନାରେ ହୁ ହୁ ହୋଇ ଜଳିଗଲା ଘର। ଆଉ ଝିଅ ବାହାଘର ପାଇଁ ଘରେ ସଞ୍ଚି ରଖିଥିବା ଟଙ୍କା ଜଳି ପୋଡି ଛାରଖାର ହୋଇଗଲା। ନିଆଁ ସାରିଦେଲା ସବୁକିଛି। ଉଦଳା ଥାନା ବାଉଁଶପାଳ ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଲା। ଆଖି ପିଛୁଳାକେ ଜଳି ଧ୍ବଂସ ହୋଇଗଲା ଚାଳଛପର ଘର। ଗ୍ରାମର ବସନ୍ତ ମଲ୍ଲିକଙ୍କ ଚାଳ ଘରେ ରାତିରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ […] The post ଝିଅ ବାହାଘର ପାଇଁ ସଞ୍ଚିଥିଲେ ଟଙ୍କା , ଲକ୍ଷାଧିକ ଟଙ୍କା ଜାଳିପୋଡି ପାଉଁଶ appeared first on Dharitri Odia News.
ଉଦଳା,୬।୩(ସନ୍ତୋଷ ବାଛିନି) ରାତିରେ ହଠାତ ହେଲା ଅଗ୍ନିକାଣ୍ଡ, ଆଉ ଆଖି ସାମ୍ନାରେ ହୁ ହୁ ହୋଇ ଜଳିଗଲା ଘର। ଆଉ ଝିଅ ବାହାଘର ପାଇଁ ଘରେ ସଞ୍ଚି ରଖିଥିବା ଟଙ୍କା ଜଳି ପୋଡି ଛାରଖାର ହୋଇଗଲା। ନିଆଁ ସାରିଦେଲା ସବୁକିଛି।
ଉଦଳା ଥାନା ବାଉଁଶପାଳ ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଲା। ଆଖି ପିଛୁଳାକେ ଜଳି ଧ୍ବଂସ ହୋଇଗଲା ଚାଳଛପର ଘର। ଗ୍ରାମର ବସନ୍ତ ମଲ୍ଲିକଙ୍କ ଚାଳ ଘରେ ରାତିରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ଘରର ଆସବାବପତ୍ର ସହିତ ଜଳିଯାଇଛି ଟଙ୍କା। ଆଉ କେଇଟା ମାସ ପରେ ଝିଅ ବାହାଘର କରିବା ପାଇଁ ବସନ୍ତ ପ୍ରସ୍ତୁତ ହେଉଥିବା ବେଳେ ଟଙ୍କା ଘରେ ସଞ୍ଚି ରଖିଥିଲେ। ହେଲେ ଅଗ୍ନିକାଣ୍ଡରେ ସେ ଟଙ୍କା ମଧ୍ୟ ଜଳିଯାଇଛି। ପାଖାପାଖି ୩ ଲକ୍ଷରୁ ଅଧିକ ଟଙ୍କା ଜଳି ନଷ୍ଟ ହୋଇଯାଇଛି। ଏଥିସହ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ଘର ପାଖରେ ଥିବା ପାଳ ଗଦାରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଉଦଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
The post ଝିଅ ବାହାଘର ପାଇଁ ସଞ୍ଚିଥିଲେ ଟଙ୍କା , ଲକ୍ଷାଧିକ ଟଙ୍କା ଜାଳିପୋଡି ପାଉଁଶ appeared first on Dharitri Odia News.