ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା
କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଜୀବନ୍ତ ଭାବେ ମାଟି ଅତଡ଼ା ମଧ୍ୟରୁ ଉଦ୍ଧାର କରିଥିଲେ। ଆହତ ଶ୍ରମିକ ଜଣକ ହେଲେ ଜଗତସିଂହପୁର ଅଞ୍ଚଳର ରାଜୁ ସେନାପତି (୪୫)। ତାଙ୍କୁ ତୁରନ୍ତ ଏସ୍ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। The post ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା appeared first on Dharitri Odia News.
କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଜୀବନ୍ତ ଭାବେ ମାଟି ଅତଡ଼ା ମଧ୍ୟରୁ ଉଦ୍ଧାର କରିଥିଲେ। ଆହତ ଶ୍ରମିକ ଜଣକ ହେଲେ ଜଗତସିଂହପୁର ଅଞ୍ଚଳର ରାଜୁ ସେନାପତି (୪୫)। ତାଙ୍କୁ ତୁରନ୍ତ ଏସ୍ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
The post ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା appeared first on Dharitri Odia News.