ଆସନ୍ତା କାଲି ଠାରୁ କମିବ ବର୍ଷା, ଖୋର୍ଦ୍ଧାରେ ୭୫ ମିମି.ବର୍ଷା ରେକର୍ଡ

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ଶୁକ୍ରବାର ବର୍ଷା ଲାଗି ରହିଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ଇ ଏହାପରେ କମିବ ବର୍ଷା କିନ୍ତୁ ୨ ଦିନ ଯାଏଁ ଲାଗି ରହିବ କୋହୋଲା ପାଗ I ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଂଚଳିକ ପାଣିପାଗ ନିର୍ଦେଶିକା ମନୋରମ ମହାନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୭୫ ମିଲିମିଟର […]

ଆସନ୍ତା କାଲି ଠାରୁ କମିବ ବର୍ଷା, ଖୋର୍ଦ୍ଧାରେ ୭୫ ମିମି.ବର୍ଷା ରେକର୍ଡ
ଆସନ୍ତା କାଲି ଠାରୁ କମିବ ବର୍ଷା, ଖୋର୍ଦ୍ଧାରେ ୭୫ ମିମି.ବର୍ଷା ରେକର୍ଡ

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ଶୁକ୍ରବାର ବର୍ଷା ଲାଗି ରହିଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ଇ ଏହାପରେ କମିବ ବର୍ଷା କିନ୍ତୁ ୨ ଦିନ ଯାଏଁ ଲାଗି ରହିବ କୋହୋଲା ପାଗ I ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଂଚଳିକ ପାଣିପାଗ ନିର୍ଦେଶିକା ମନୋରମ ମହାନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ୭୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ଜଗତସିଂହପୁରରେ ୬୧.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, ପାରାଦୀପରେ ୬୧.୧ ମିମି, ଗୋପାଳପୁର ୫୮.୬, କଟକ ୩୩.୪, ଭୁବନେଶ୍ଵର ୫୧.୬, ପୁରୀ ୪୦.୫, ପାରଳାଖେମୁଣ୍ଡିରେ ୫୩, ଛତ୍ରପୁରରେ ୫୧.୮, ଭୁବନେଶ୍ଵରରେ ୫୧.୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ସୋନପୁରରେ ସର୍ବନିମ୍ନ ୧.୬ ମିମି ବର୍ଷା ରେକର୍ଡ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି।ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।