ବିଜେପିରେ ଯୋଗ ଦେଲେ ଅରବିନ୍ଦର ସିଂହ ଲଭଲି
ନୂଆଦିଲ୍ଲୀ : ନିକଟରେ ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ଇସ୍ତଫା ଦେଇଥିବା ଅରବିନ୍ଦର ସିଂହ ଲଭଲି ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଜେପି ମୁଖ୍ୟ ବୀରେନ୍ଦ୍ର ସିଚଦେବ ଏବଂ ଦଳର ଜାତୀୟ ସାଧାରଣ ସଚିବଙ୍କ ଉପସ୍ଥିତିରେ ଲଭଲି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଲଭଲିଙ୍କ ସହ ପୂର୍ବତନ କଂଗ୍ରେସ ବିଧାୟକ ରାଜ କୁମାର ଚୌହାନ, ନସିବ ସିଂହ, ନସିବ ସିଂହ, ନିରଜ ବସୋୟା ଏବଂ ପୂର୍ବତନ ଯୁବ କଂଗ୍ରେସ ସଭାପତି […]

ନୂଆଦିଲ୍ଲୀ : ନିକଟରେ ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ଇସ୍ତଫା ଦେଇଥିବା ଅରବିନ୍ଦର ସିଂହ ଲଭଲି ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ବିଜେପି ମୁଖ୍ୟ ବୀରେନ୍ଦ୍ର ସିଚଦେବ ଏବଂ ଦଳର ଜାତୀୟ ସାଧାରଣ ସଚିବଙ୍କ ଉପସ୍ଥିତିରେ ଲଭଲି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଲଭଲିଙ୍କ ସହ ପୂର୍ବତନ କଂଗ୍ରେସ ବିଧାୟକ ରାଜ କୁମାର ଚୌହାନ, ନସିବ ସିଂହ, ନସିବ ସିଂହ, ନିରଜ ବସୋୟା ଏବଂ ପୂର୍ବତନ ଯୁବ କଂଗ୍ରେସ ସଭାପତି ଅମିତ ମଲିକ ମଧ୍ୟ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଲଭଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। ତେବେ ୨୦୧୮ରେ ସେ ପୁଣିଥରେ କଂଗ୍ରେସକୁ ଫେରିଥିଲେ। ବିଜେପିରେ ଯୋଗ ଦେବାପରେ ଳଭଲି ଦୃଢ଼ ବିଶ୍ବାସ ରଖିଛନ୍ତି ଯେ ବିଜେପି ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ବିପୁଳ ବିଜୟ ହାସଲ କରିବ। ଉଲ୍ଲେଖଯୋଗ୍ୟ ଯେ ଲଭଲି ଗତ ମାସରେ ଇସ୍ତଫା ଦେବା ସମୟରେ କହିଥିଲେ ଯେ ସେ କୌଣସି ଦଳରେ ଯୋଗ ଦେବେନାହିଁ। ଲଭଲି କଂଗ୍ରେସ ଦଳ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ବର୍ତ୍ତମାନର କାର୍ଯ୍ୟ ପଦ୍ଧତିରେ ସେ କାମ କରିପାରୁନାହାନ୍ତି ବୋଲି କହିଥିଲେ।