ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ବକପରେ ବ୍ରୋଞ୍ଜ ଜିତିଲେ ସିଫ୍ଟ କୌର

ମ୍ୟୁନିକ୍: ଏସୀୟ ସ୍ବର୍ଣ୍ଣ ପଦକ ଚାମ୍ପିଅନ୍ ଭାରତୀୟ ବନ୍ଧୁକଚାଳିକା ସିଫ୍ଟ କୌରର ସାମ୍ରା ଏଠାରେ ଶେଷ ହୋଇଥିବା ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମହିଳା ରାଇଫଲ ୩-ପୋଜିସନ ଇଭେଣ୍ଟରେ ସେ ଚୀନ୍ର ହାନ୍ ଜିଆୟୁଙ୍କଠୁ ୦.୧ ପଏଣ୍ଟ ପଛରେ ପଡ଼ି ସିଲ୍ଭର୍ରୁ ବଞ୍ଚିତ ହୋଇଥିଲେ। ବ୍ରିଟେନ୍ର ସିଓନାଏଡ ମ୍ୟାକଣ୍ଟୋସ ୫.୧ ବ୍ୟବଧାନରେ ସ୍ବର୍ଣ୍ଣ ଜିତିଥିଲେ। ପୁରୁଷ ରାଇଫଲ ୩-ପୋଜିସନ ଇଭେଣ୍ଟରେ ଭାରତର ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମା ଅଷ୍ଟମରେ ଅଭିଯାନ ଶେଷ କରିଥିଲେ। ମିଶ୍ରିତ ଏୟାର […]

ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ବକପରେ ବ୍ରୋଞ୍ଜ ଜିତିଲେ ସିଫ୍ଟ କୌର

ମ୍ୟୁନିକ୍: ଏସୀୟ ସ୍ବର୍ଣ୍ଣ ପଦକ ଚାମ୍ପିଅନ୍ ଭାରତୀୟ ବନ୍ଧୁକଚାଳିକା ସିଫ୍ଟ କୌରର ସାମ୍ରା ଏଠାରେ ଶେଷ ହୋଇଥିବା ଆଇଏସ୍ଏସ୍ଏଫ୍ ବିଶ୍ବକପ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ମହିଳା ରାଇଫଲ ୩-ପୋଜିସନ ଇଭେଣ୍ଟରେ ସେ ଚୀନ୍ର ହାନ୍ ଜିଆୟୁଙ୍କଠୁ ୦.୧ ପଏଣ୍ଟ ପଛରେ ପଡ଼ି ସିଲ୍ଭର୍ରୁ ବଞ୍ଚିତ ହୋଇଥିଲେ। ବ୍ରିଟେନ୍ର ସିଓନାଏଡ ମ୍ୟାକଣ୍ଟୋସ ୫.୧ ବ୍ୟବଧାନରେ ସ୍ବର୍ଣ୍ଣ ଜିତିଥିଲେ। ପୁରୁଷ ରାଇଫଲ ୩-ପୋଜିସନ ଇଭେଣ୍ଟରେ ଭାରତର ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମା ଅଷ୍ଟମରେ ଅଭିଯାନ ଶେଷ କରିଥିଲେ। ମିଶ୍ରିତ ଏୟାର ପିସ୍ତଲରେ ରିଦିମ ସାଙ୍ଗୱାନ ଓ ସରବଜୋତ ସିଂହ ଏବଂ ସୁରଭୀ ରାଓ ଓ ଅର୍ଜୁନ ସିଂହ ଚୀମା ଯଥାକ୍ରମେ ୧୪ ଓ ୧୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ସହ ଫ୍ରାନ୍ସ ସହିତ ଯୁଗ୍ମ ତୃତୀୟରେ ରହି ସ୍ବଦେଶ ଫେରିଛି। ୧୦ ମିଟର ଏୟାର ପିସ୍ତଲରେ ସରବଜିତ ସିଂହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଚୀନ୍ ୪ ସ୍ବର୍ଣ୍ଣ, ୪ ସିଲଭର ଓ ୩ ବ୍ରୋଞ୍ଜ ସହ ଶୀର୍ଷରେ ଥିଲା ବେଳେ ନରୱେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ପାଇ ଦ୍ବିତୀୟରେ ରହିଛି।