ତିଗିରିଆରେ ବଢିଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକାସାଙ୍ଗେ ୧୬ଟି ସ୍ଥାନରେ ଚଢାଉ

ଆଠଗଡ଼ ୨୪।୦୫ : ଆଠଗଡ଼ ତିଗିରିଆ ଅଞ୍ଚଳରେ ଖଣି ମାଫିଆଙ୍କ ରାଜ୍‌ । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱକୁ ଦିନ ରାତି ଲୁଟୁଛନ୍ତି ମାଫିଆ । ଯାହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଜିଲ୍ଲା ତିଗିରିଆ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଖବର ଅନୁଯାୟୀ, କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ହେବ ବେଆଇନ୍‌ ଭାବେ ଖଣି ଖନନ ଚାଲିିଥିଲା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତିଗିରିଆ ତହସିଲ ଅଞ୍ଚଳର ପ୍ରାୟ ୧୬ଟି ସ୍ଥାନରେ ଚଢାଉ ହୋଇଛି । ସେଥିମଧ୍ୟରୁ ୪ ଗୋଟି କ୍ରସର ଆଇନଗତ ଭାବେ ଚାଲୁ ରହିଥିବା ବେଳେ ଆଉ ୪ଟି କ୍ରସର ବନ୍ଦ ହୋଇଛି । ବାକି ୮ଟି କ୍ରସର ପୁରା ବେଆଇନ୍‌ ଭାବେ ଚାଲୁଥିବାର ଜଣାପଡିଛି। ତେବେ ଏହି ସବୁ କ୍ରସର ଗୁଡ଼ିକରେ ସମସ୍ତ ଯନ୍ତ୍ରାଂଶ, ସରଞ୍ଜାମ ଏବଂ ବ୍ୟବହୃତ ଗାଡ଼ିକୁ ଜବତ କରିଛି ପ୍ରଶାସନ ।  

ତିଗିରିଆରେ ବଢିଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକାସାଙ୍ଗେ ୧୬ଟି ସ୍ଥାନରେ ଚଢାଉ

ଆଠଗଡ଼ ୨୪।୦୫ : ଆଠଗଡ଼ ତିଗିରିଆ ଅଞ୍ଚଳରେ ଖଣି ମାଫିଆଙ୍କ ରାଜ୍‌ । ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱକୁ ଦିନ ରାତି ଲୁଟୁଛନ୍ତି ମାଫିଆ । ଯାହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ଜିଲ୍ଲା ତିଗିରିଆ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । 

ଖବର ଅନୁଯାୟୀ, କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ହେବ ବେଆଇନ୍‌ ଭାବେ ଖଣି ଖନନ ଚାଲିିଥିଲା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତିଗିରିଆ ତହସିଲ ଅଞ୍ଚଳର ପ୍ରାୟ ୧୬ଟି ସ୍ଥାନରେ ଚଢାଉ ହୋଇଛି । ସେଥିମଧ୍ୟରୁ ୪ ଗୋଟି କ୍ରସର ଆଇନଗତ ଭାବେ ଚାଲୁ ରହିଥିବା ବେଳେ ଆଉ ୪ଟି କ୍ରସର ବନ୍ଦ ହୋଇଛି । ବାକି ୮ଟି କ୍ରସର ପୁରା ବେଆଇନ୍‌ ଭାବେ ଚାଲୁଥିବାର ଜଣାପଡିଛି। ତେବେ ଏହି ସବୁ କ୍ରସର ଗୁଡ଼ିକରେ ସମସ୍ତ ଯନ୍ତ୍ରାଂଶ, ସରଞ୍ଜାମ ଏବଂ ବ୍ୟବହୃତ ଗାଡ଼ିକୁ ଜବତ କରିଛି ପ୍ରଶାସନ ।