ବିବାଦୀୟ ଅଭିଯୋଗକୁ ଖଣ୍ଡନ କଲେ ମୋନାଲିସା, କହିଲେ-ମିଛ ଖବର ପ୍ରଚାର କରନ୍ତୁ ନାହିଁ…
ମୁମ୍ଵାଇ ୨୦।୦୨: ମହାକୁମ୍ଭ ମେଳାର ଭାଇରାଲ୍ ଗର୍ଲ ମୋନାଲିସା। ତାଙ୍କୁ ସିନେମାରେ କାମ କରିବାର ଅଫର ମିଳିବା ପରେ ସେଥିପାଇଁ ସେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସମୟରେ ପ୍ରତିଦିନ ତାଙ୍କୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସୁଛି। ମୋନାଲିସାଙ୍କ ନୀରିହତାର ଲୋକେ ଫାଇଦା ଉଠାଉଥିବା ନେଇ ଅନେକ ଲୋକେ ଅଭିଯୋଗ କରୁଛନ୍ତି।ମୋନାଲିସାଙ୍କୁ ସିନେମା ଅଫର ମିଳିବା ଘଟଣାକୁ ନେଇ ପ୍ରଯୋଜକ ଜିତେନ୍ଦ୍ର ନାରାୟଣ ସିଂହ ସନୋଜ ମିଶ୍ରାଙ୍କ ନାମରେ ଅଭିଯୋଗ ଆଣିଥିଲେ। କହିଥିଲେ ‘ସନୋଜ ଏସବୁ ମୋନାଲିସା ଏବଂ ତାଙ୍କ ପରିବାରର ନୀରିହର ଫାଇଦା ଉଠାଇବାକୁ କରିଛନ୍ତି। ସିନେମା ଦେବା ବାହାନାରେ ମୋନାଲିସାଙ୍କୁ ଠକୁଛନ୍ତି। ଏଭଳି ବିବାଦ ଉଠିବା ଦେଖି ମୋନାଲିସା ବାଧ୍ୟ ହୋଇ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି। ମୋନାଲିସା ଏକ ଭିଡିଓ ସେୟାର କରି ସନୋଜ ମିଶ୍ରାଙ୍କୁ ନେଇ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘ମୁଁ ମୁମ୍ବାଇ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଯାଇନାହିଁ। ମୁଁ ମଧ୍ୟପ୍ରଦେଶରେ ହିଁ ଅଛି। ମୁଁ ଅଭିନୟ ଶିଖିବା ସହିତ ପାଠ ବି ପଢ଼ୁଛି। ଆପଣ ଯେଭଳି ଭାବୁଛନ୍ତି ସେମିତି କିଛି ବି ନୁହେଁ। ମୋ ସହିତ ମୋର ବଡ଼ବାପା ଓ ଭଉଣୀ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ସେ ଆହୁରି କହିଛନ୍ତି ସନୋଜ ସାର ବହୁତ ଭଲ ମଣିଷ। ସେ ମୋତେ ବହୁତ କିଛି ଶିଖାଇବାକୁ ଚେଷ୍ଟା କରୁଛନ୍ତି। କେମିତି ଆଗକୁ ଯାଇ କାମ କରିବାକୁ ହେବ ସେଥି
ମୁମ୍ଵାଇ ୨୦।୦୨: ମହାକୁମ୍ଭ ମେଳାର ଭାଇରାଲ୍ ଗର୍ଲ ମୋନାଲିସା। ତାଙ୍କୁ ସିନେମାରେ କାମ କରିବାର ଅଫର ମିଳିବା ପରେ ସେଥିପାଇଁ ସେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସମୟରେ ପ୍ରତିଦିନ ତାଙ୍କୁ ନେଇ ନୂଆନୂଆ ଖବର ସାମ୍ନାକୁ ଆସୁଛି। ମୋନାଲିସାଙ୍କ ନୀରିହତାର ଲୋକେ ଫାଇଦା ଉଠାଉଥିବା ନେଇ ଅନେକ ଲୋକେ ଅଭିଯୋଗ କରୁଛନ୍ତି।
ମୋନାଲିସାଙ୍କୁ ସିନେମା ଅଫର ମିଳିବା ଘଟଣାକୁ ନେଇ ପ୍ରଯୋଜକ ଜିତେନ୍ଦ୍ର ନାରାୟଣ ସିଂହ ସନୋଜ ମିଶ୍ରାଙ୍କ ନାମରେ ଅଭିଯୋଗ ଆଣିଥିଲେ। କହିଥିଲେ ‘ସନୋଜ ଏସବୁ ମୋନାଲିସା ଏବଂ ତାଙ୍କ ପରିବାରର ନୀରିହର ଫାଇଦା ଉଠାଇବାକୁ କରିଛନ୍ତି। ସିନେମା ଦେବା ବାହାନାରେ ମୋନାଲିସାଙ୍କୁ ଠକୁଛନ୍ତି। ଏଭଳି ବିବାଦ ଉଠିବା ଦେଖି ମୋନାଲିସା ବାଧ୍ୟ ହୋଇ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି। ମୋନାଲିସା ଏକ ଭିଡିଓ ସେୟାର କରି ସନୋଜ ମିଶ୍ରାଙ୍କୁ ନେଇ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ‘ମୁଁ ମୁମ୍ବାଇ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଯାଇନାହିଁ। ମୁଁ ମଧ୍ୟପ୍ରଦେଶରେ ହିଁ ଅଛି। ମୁଁ ଅଭିନୟ ଶିଖିବା ସହିତ ପାଠ ବି ପଢ଼ୁଛି। ଆପଣ ଯେଭଳି ଭାବୁଛନ୍ତି ସେମିତି କିଛି ବି ନୁହେଁ। ମୋ ସହିତ ମୋର ବଡ଼ବାପା ଓ ଭଉଣୀ ମଧ୍ୟ ଅଛନ୍ତି।

ଏହା ବ୍ୟତୀତ ସେ ଆହୁରି କହିଛନ୍ତି ସନୋଜ ସାର ବହୁତ ଭଲ ମଣିଷ। ସେ ମୋତେ ବହୁତ କିଛି ଶିଖାଇବାକୁ ଚେଷ୍ଟା କରୁଛନ୍ତି। କେମିତି ଆଗକୁ ଯାଇ କାମ କରିବାକୁ ହେବ ସେଥିପାଇଁ ଟ୍ରେନିଂ ମଧ୍ୟ ଦେଉଛନ୍ତି। ତାଙ୍କ ସହିତ କାମ କରିବା ମୋ ପାଇଁ ବହୁତ ବଡ କଥା। ମୋର ଲୋକଙ୍କୁ ଅନୁରୋଧ ଦୟାକରି ମିଛ ଖବର ପ୍ରଚାର କରନ୍ତୁ ନାହିଁ । କାହିଁକି ନା ଏହା ମୋତେ ବହୁତ ଆଘାତ ଦେଉଛି।