ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ, ଭୁବନେଶ୍ବରରୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ବର ୦୯।୦୨:  ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ  ଅଭିନେତା ଉତ୍ତମ ମହାନ୍ତିଙ୍କ  ଅବସ୍ଥା ଗୁରୁତର । ସେ ଲିଭର୍‌  ସିରୋସିସ୍‌ ରୋଗରେ ପୀଡ଼ିତ  ହୋଇ ଭୁବନେଶ୍ୱରର ଏକ  ଘରୋଇ ଡାକ୍ତରଖାନା ଆଇସିୟୁରେ  ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ  ଶନିବାର ସନ୍ଧ୍ୟାରେ ଏୟାରଲିଫ୍ଟ  କରାଯାଇଛି । ଉନ୍ନତ ଚିକିତ୍ସା ପାଇଁ  ତାଙ୍କୁ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ  ଏକ ଘରୋଇ ଡାକ୍ତରଖାନାକୁ  ନିଆଯାଇଛି । ଏନେଇ ଶ୍ରୀ ମହାନ୍ତିଙ୍କ  ପୁଅ ତଥା ଓଲିଉଡ୍‌ ଅଭିନେତା  ବାବୁସାନ୍‌ ମହାନ୍ତି ସୂଚନା ଦେଇଛନ୍ତି । ଉତ୍ତମ ମହାନ୍ତିଙ୍କ ଚିକିତ୍ସା କରୁଥିବା  ଡାକ୍ତର ଶନିବାର ପୂର୍ବାହ୍ଣରେ  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ  ସୂଚନା ଦେଇ କହିଛନ୍ତି, ପୂର୍ବରୁ  ସେ ଆସି ଚିକିତ୍ସିତ ହେଉଥିଲେ ।  ଗତ ୩ ଦିନ ହେଲା ଆଡ଼ମିଶନ୍‌  ହୋଇଛନ୍ତି । ଆଇସିୟୁରେ ଭେଣ୍ଟିଲେଟର୍‌  ସପୋର୍ଟରେ ରହିଥିଲେ । ଅଧିକ  ଚିକିତ୍ସା ପାଇଁ ପରିବାର ଲୋକେ  ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ନେବା  ପାଇଁ ଚାହୁଁଛନ୍ତି । ଉତ୍ତମ ମହାନ୍ତିଙ୍କ  ସ୍ୱାସ୍ଥ୍ୟାବସ୍ଥା ଖବର ଗଣମାଧ୍ୟମରେ  ପ୍ରଚାର ହେବା ପରେ ତାଙ୍କ ସମ୍ପର୍କୀୟ  ଓ ଓଲିଉଡ୍‌ ସହ ସମ୍ପୃକ୍ତ ବହୁ ବ୍ୟକ୍ତି  ଡାକ୍ତରଖାନା ଯାଇଥିଲେ ।  ଶନିବାର ସନ୍ଧ୍ୟା ୮ଟା ୮ରେ  ଘରୋଇ ଡାକ୍ତରଖାନାରୁ ସ୍ୱତନ୍ତ୍ର  ଆମ୍ବୁଲାନ୍ସରେ ଡାକ୍ତରୀ ଦଳ ସହ  ଟ୍ରାଫିକ୍‌ ଏସିପି ଉମାକାନ୍ତ ପ୍ରଧାନଙ୍କ  ନେତୃତ୍ୱରେ ଗ୍ରୀନ୍‌ କରିଡର୍‌ କରାଯା

ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ, ଭୁବନେଶ୍ବରରୁ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ବର ୦୯।୦୨:  ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ  ଅଭିନେତା ଉତ୍ତମ ମହାନ୍ତିଙ୍କ  ଅବସ୍ଥା ଗୁରୁତର । ସେ ଲିଭର୍‌  ସିରୋସିସ୍‌ ରୋଗରେ ପୀଡ଼ିତ  ହୋଇ ଭୁବନେଶ୍ୱରର ଏକ  ଘରୋଇ ଡାକ୍ତରଖାନା ଆଇସିୟୁରେ  ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ  ଶନିବାର ସନ୍ଧ୍ୟାରେ ଏୟାରଲିଫ୍ଟ  କରାଯାଇଛି । ଉନ୍ନତ ଚିକିତ୍ସା ପାଇଁ  ତାଙ୍କୁ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ  ଏକ ଘରୋଇ ଡାକ୍ତରଖାନାକୁ  ନିଆଯାଇଛି । ଏନେଇ ଶ୍ରୀ ମହାନ୍ତିଙ୍କ  ପୁଅ ତଥା ଓଲିଉଡ୍‌ ଅଭିନେତା  ବାବୁସାନ୍‌ ମହାନ୍ତି ସୂଚନା ଦେଇଛନ୍ତି । 

ଉତ୍ତମ ମହାନ୍ତିଙ୍କ ଚିକିତ୍ସା କରୁଥିବା  ଡାକ୍ତର ଶନିବାର ପୂର୍ବାହ୍ଣରେ  ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ  ସୂଚନା ଦେଇ କହିଛନ୍ତି, ପୂର୍ବରୁ  ସେ ଆସି ଚିକିତ୍ସିତ ହେଉଥିଲେ ।  ଗତ ୩ ଦିନ ହେଲା ଆଡ଼ମିଶନ୍‌  ହୋଇଛନ୍ତି । ଆଇସିୟୁରେ ଭେଣ୍ଟିଲେଟର୍‌  ସପୋର୍ଟରେ ରହିଥିଲେ । ଅଧିକ  ଚିକିତ୍ସା ପାଇଁ ପରିବାର ଲୋକେ  ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ନେବା  ପାଇଁ ଚାହୁଁଛନ୍ତି । ଉତ୍ତମ ମହାନ୍ତିଙ୍କ  ସ୍ୱାସ୍ଥ୍ୟାବସ୍ଥା ଖବର ଗଣମାଧ୍ୟମରେ  ପ୍ରଚାର ହେବା ପରେ ତାଙ୍କ ସମ୍ପର୍କୀୟ  ଓ ଓଲିଉଡ୍‌ ସହ ସମ୍ପୃକ୍ତ ବହୁ ବ୍ୟକ୍ତି  ଡାକ୍ତରଖାନା ଯାଇଥିଲେ ।  ଶନିବାର ସନ୍ଧ୍ୟା ୮ଟା ୮ରେ  ଘରୋଇ ଡାକ୍ତରଖାନାରୁ ସ୍ୱତନ୍ତ୍ର  ଆମ୍ବୁଲାନ୍ସରେ ଡାକ୍ତରୀ ଦଳ ସହ  ଟ୍ରାଫିକ୍‌ ଏସିପି ଉମାକାନ୍ତ ପ୍ରଧାନଙ୍କ  ନେତୃତ୍ୱରେ ଗ୍ରୀନ୍‌ କରିଡର୍‌ କରାଯାଇ ଉତ୍ତମଙ୍କୁ ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚାଯାଇଥିଲା। ଡାକ୍ତରଖାନାରୁ ବିମାନ ବନ୍ଦର ୧୬  କିମି ରାସ୍ତାକୁ ୨୧ ମିନିଟ୍‌ ଅବଧିରେ  ଅତିକ୍ରମ କରି ୮ଟା ୨୯ରେ ଆମ୍ବୁଲାନ୍ସ  ପହଞ୍ଚିଥିଲା। ସାଢ଼େ ୮ଟାରେ  ପରିବାର ଲୋକଙ୍କ ସହ ବିମାନରେ  ଗୁରୁଗ୍ରାମ ସ୍ଥିତ ଏକ ଘରୋଇ   ଡାକ୍ତରଖାନାକୁ ସେ ଏୟାରଲିଫ୍ଟ  ହୋଇଥିଲେ। ନୂଆଦିଲ୍ଲୀରେ ରାତି  ସାଢ଼େ ୧୦ଟାରେ ପହଞ୍ଚିବା ପରେ ଅପେକ୍ଷାରତ ଉକ୍ତ ଡାକ୍ତରଖାନାର  ଡାକ୍ତରୀ ଦଳ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଯାଇଥିଲେ । ଏବେ ସେଠାରେ ତାଙ୍କର ଚିକିତ୍ସା  ଆରମ୍ଭ ହୋଇଥିବା ସୂଚନା ମିଳିଛି।