୧୩ ବର୍ଷ ବଡ ଆଦିତ୍ୟଙ୍କ ସହ ନିର୍ବନ୍ଧ କରିବେ ଅନନ୍ୟା ! ଚାଲିଛି ପ୍ରସ୍ତୁତି…
ମୁମ୍ଵାଇ ୦୧।୦୪: ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ସେମାନଙ୍କ ସମ୍ପର୍କ କାହାକୁ ବା ଅଛପା। ଉଭୟଙ୍କୁ ପ୍ରାୟ ସମୟ ଏକାଠି ଅତିବାହିତ କରୁଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଏହି କପଲଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ପ୍ରଶଂସକମାନେ ଆଦିତ୍ୟ ଏବଂ ଅନନ୍ୟାଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ତଥାପି, ଦୁହେଁ ନିଜ ସମ୍ପର୍କକୁ କେବେ ଅଫିସିଆଲ୍ କରିନାହାଁନ୍ତି । ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ଖବର ଅଛି ଯେ ଏହି କପଲ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପ୍ରସ୍ତୁତ ଅଛନ୍ତି। ଖୁବଶୀଘ୍ର ଆଦିତ୍ୟ ଓ ଅନନ୍ୟାଙ୍କର ନିର୍ବନ୍ଧ ହେବ । ନିଜଠାରୁ ୧୩ ବର୍ଷ ବଡ଼ ଆଦିତ୍ୟଙ୍କ ସହ ଖୁବ୍ ଶୀଘ୍ର ସାତଫେରା ନେବେ ବୋଲି କୁହାଯାଉଛି । ଏବେ ଆଉ ଲୁଚାଛପାରେ ନୁହେଁ ବରଂ ଖୁଲମଖୁଲା ନିଜ ସମ୍ପର୍କକୁ କନଫର୍ମ କରିବେ । ଏନେଇ ଖୁବ୍ ଜୋରସୋରରେ ପ୍ଲାନିଂ ଚାଲିଥିବା ସୂଚନା ରହିଛି।ତେବେ ଆଦିତ୍ୟ ଓ ଅନନ୍ୟାଙ୍କ ନିର୍ବନ୍ଧ କେଉଁଠି ହେବ, ତାହାର କୌଣସି ସୂଚନା ମିଳି ନାହିଁ । ରିପୋର୍ଟ ମୁତାବିକ ଏବେ ଉଭୟ ନିଜ ନିଜର କାମକୁ ନେଇ ବ୍ୟସ୍ତ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ 'ଅନନ୍ୟାଙ୍କ ପିତାମାତା ମଧ୍ୟ ସେମାନଙ୍କ ଝିଅର ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି। ଆଦିତ୍ୟ ଏବଂ ଅନନ୍ୟା ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଆଦିତ୍ୟ ଅନନ୍ୟାଙ୍କ ପରିବାର ସହିତ ଅତି ନିକଟ
ମୁମ୍ଵାଇ ୦୧।୦୪: ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ସେମାନଙ୍କ ସମ୍ପର୍କ କାହାକୁ ବା ଅଛପା। ଉଭୟଙ୍କୁ ପ୍ରାୟ ସମୟ ଏକାଠି ଅତିବାହିତ କରୁଥିବା ଦେଖିବାକୁ ମିଳେ। ସୋସିଆଲ ମିଡିଆରେ ଏହି କପଲଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ପ୍ରଶଂସକମାନେ ଆଦିତ୍ୟ ଏବଂ ଅନନ୍ୟାଙ୍କ ଯୋଡିକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ତଥାପି, ଦୁହେଁ ନିଜ ସମ୍ପର୍କକୁ କେବେ ଅଫିସିଆଲ୍ କରିନାହାଁନ୍ତି । ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।
ଖବର ଅଛି ଯେ ଏହି କପଲ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପ୍ରସ୍ତୁତ ଅଛନ୍ତି। ଖୁବଶୀଘ୍ର ଆଦିତ୍ୟ ଓ ଅନନ୍ୟାଙ୍କର ନିର୍ବନ୍ଧ ହେବ । ନିଜଠାରୁ ୧୩ ବର୍ଷ ବଡ଼ ଆଦିତ୍ୟଙ୍କ ସହ ଖୁବ୍ ଶୀଘ୍ର ସାତଫେରା ନେବେ ବୋଲି କୁହାଯାଉଛି । ଏବେ ଆଉ ଲୁଚାଛପାରେ ନୁହେଁ ବରଂ ଖୁଲମଖୁଲା ନିଜ ସମ୍ପର୍କକୁ କନଫର୍ମ କରିବେ । ଏନେଇ ଖୁବ୍ ଜୋରସୋରରେ ପ୍ଲାନିଂ ଚାଲିଥିବା ସୂଚନା ରହିଛି।

ତେବେ ଆଦିତ୍ୟ ଓ ଅନନ୍ୟାଙ୍କ ନିର୍ବନ୍ଧ କେଉଁଠି ହେବ, ତାହାର କୌଣସି ସୂଚନା ମିଳି ନାହିଁ । ରିପୋର୍ଟ ମୁତାବିକ ଏବେ ଉଭୟ ନିଜ ନିଜର କାମକୁ ନେଇ ବ୍ୟସ୍ତ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ 'ଅନନ୍ୟାଙ୍କ ପିତାମାତା ମଧ୍ୟ ସେମାନଙ୍କ ଝିଅର ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି। ଆଦିତ୍ୟ ଏବଂ ଅନନ୍ୟା ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ଆଦିତ୍ୟ ଅନନ୍ୟାଙ୍କ ପରିବାର ସହିତ ଅତି ନିକଟତର । ନିକଟରେ ସେ ଅଭିନେତ୍ରୀଙ୍କ ଭଉଣୀର ବେବି ଶାୱାର ପାର୍ଟି’ରେ ମଧ୍ୟ ଯୋଗ ଦେଇଥିଲେ, ଯେଉଁଥିରେ କେବଳ ଅନନ୍ୟାଙ୍କ ପରିବାର ଉପସ୍ଥିତ ଥିଲେ।