ଶିଶୁ ପର୍ନୋଗ୍ରାଫି ଦେଖିବା, ଡାଉନଲୋଡ୍‌ କରିବା ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍‌ କରିବା, ଷ୍ଟୋର କରିବା ଏବଂ ଦେଖିବା ପୋକ୍ସୋ‌ ଆଇନ ଅଧୀନରେ ଏକ ଅପରାଧ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଏଥି ସହ ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍‌ କରିବା ଏବଂ ଦେଖିବା ଦଣ୍ଡନୀୟ ଅପରାଧ ନୁହେଁ ବୋଲି ପୂର୍ବରୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରି ୧୧ ତାରିଖରେ ମାଡ୍ରାସ ହାଇକୋର୍ଟ ଚେନ୍ନାଇର ଏସ୍‌ ହରିଶ(୨୮) ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ବିଚାରଣ […]

ଶିଶୁ ପର୍ନୋଗ୍ରାଫି ଦେଖିବା, ଡାଉନଲୋଡ୍‌ କରିବା ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍‌ କରିବା, ଷ୍ଟୋର କରିବା ଏବଂ ଦେଖିବା ପୋକ୍ସୋ‌ ଆଇନ ଅଧୀନରେ ଏକ ଅପରାଧ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଏଥି ସହ ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍‌ କରିବା ଏବଂ ଦେଖିବା ଦଣ୍ଡନୀୟ ଅପରାଧ ନୁହେଁ ବୋଲି ପୂର୍ବରୁ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରି ୧୧ ତାରିଖରେ ମାଡ୍ରାସ ହାଇକୋର୍ଟ ଚେନ୍ନାଇର ଏସ୍‌ ହରିଶ(୨୮) ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ବିଚାରଣ ରଦ୍ଦ କରିଦେଇଥିଲେ। ନିଜ ମୋବାଇଲ ଫୋନ୍‌ରେ ସେ ଶିଶୁ ପର୍ନୋଗ୍ରାଫି ଡାଉନଲୋଡ୍‌ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ବିଚାରଣ ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ। ତେବେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ମାଡ୍ରାସ ହାଇକୋର୍ଟ ଏଭଳି ରାୟ ଦେଇ ଏକ ବଡ଼ ଭୁଲ୍‌ କରିଦେଇଥିଲେ। ଚେନ୍ନାଇର ଏହି ବ୍ୟକ୍ତିଙ୍କ ବିରୋଧରେ ସୁପ୍ରିମକୋର୍ଟ ପୂନଃ ବିଚାରଣ ଆରମ୍ଭ କରିବା ସହ କହିଛନ୍ତି ଯେ ଶିଶୁ ପର୍ନୋଗ୍ରାଫି ଛାପିବା, ସେୟାର କରିବା ପୂର୍ବରୁ ଅପରାଧ ଥିଲା ଏବଂ ଏବେ ଏଥିରେ ଶିଶୁ ପର୍ନୋଗ୍ରାଫି ସୃଷ୍ଟି କରିବା ଏବଂ ଡାଉନ‌ଲୋଡ୍‌ କରିବା ଯୋଡ଼ି ହେଲା। ‘ଚାଇଲ୍ଡ ପର୍ନୋଗ୍ରାଫି’ ଶବ୍ଦକୁ ବଦଳାଇ ଏହି ସ୍ଥାନରେ ‘ଚାଇଲ୍ଡ ସେକ୍ସୁଆଲି ଆବ୍ୟୁଜିଭ୍‌ ଆଣ୍ଡ ଏକ୍ସପ୍ଲଏଟିଭ୍‌ ମ୍ୟାଟେରିଆଲ’ ଶବ୍ଦ ବ୍ୟବହାର କରିବାପାଇଁ ଏକ ସଂଶୋଧନ ଆଣିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସେହିପରି କୌଣସି ବି କୋର୍ଟ ରାୟ ଦେବା ସମୟରେ ‘ଚାଇଲ୍ଡ ପର୍ନୋଗ୍ରାଫି’ ଶବ୍ଦ ବ୍ୟବହାର ନକରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।