ପୁଞ୍ଚରେ ବାୟୁସେନାର କନଭୟ ଉପରେ ଆତଙ୍କବାଦୀ ଆକ୍ରମଣ, ୪ ଯବାନ ଆହତ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆଜି ବାୟୁସେନା ବାହିନୀର ଏକ କନଭୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇ ୪ ଜଣ ଯବାନ ଆହତ ହୋଇଛନ୍ତି। ଚଳିତବର୍ଷ ବାୟୁସେନା ଉପରେ ଏହା ପ୍ରଥମ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ଏବଂ ଆତଙ୍କବାଦୀ ନିରୋଧ ଅପରେସନ ଜାରି ରହିଛି। ସୁରନକୋଟର ସନାଇ ଗ୍ରାମରେ ଆକ୍ରମଣ ହୋଇଛି। ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ ୟୁନିଟ୍ ଉକ୍ତ ଅଞ୍ଚଳରେ […]

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ଆଜି ବାୟୁସେନା ବାହିନୀର ଏକ କନଭୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇ ୪ ଜଣ ଯବାନ ଆହତ ହୋଇଛନ୍ତି। ଚଳିତବର୍ଷ ବାୟୁସେନା ଉପରେ ଏହା ପ୍ରଥମ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ଏବଂ ଆତଙ୍କବାଦୀ ନିରୋଧ ଅପରେସନ ଜାରି ରହିଛି। ସୁରନକୋଟର ସନାଇ ଗ୍ରାମରେ ଆକ୍ରମଣ ହୋଇଛି। ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ ୟୁନିଟ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଛନ୍ତି। ଘଟଣାରେ କାହାର ମୃତ୍ୟୁ ହୋଇନାହିଁ। କେବଳ ଆହଦ ଯବାନମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ କାଶ୍ମୀରର ପୁଲୱାମାରେ ସେନାର ଏକ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉକ୍ତ ଘଟଣାରେ ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ।