ଉଦଯାପିତ ହେଲା ଜିଲ୍ଲା ଜୁନିୟର ରେଡ଼କ୍ରସ ଶିବିର

ସମ୍ବଲପୁର: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ବଲପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିବିର ରେଢ଼ାଖୋଲ ବ୍ଲକର ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ, ବଡ଼ବାହାଲ ଠାରେ ମହାସମାରୋହରେ ଉଦଯାପପିତ ହୋଇଛି I ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାର ବାର୍ତ୍ତା ବହନ କରୁଥିବା ଏହି କାର୍ଯ୍ୟକ୍ରମର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ସବୁଜ ସଂକେତ ପ୍ରଦାନ କରିଥିଲେ ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାକୁଳ I ତୃତୀୟ ଦିବସ […] The post ଉଦଯାପିତ ହେଲା ଜିଲ୍ଲା ଜୁନିୟର ରେଡ଼କ୍ରସ ଶିବିର appeared first on Odisha.News.

ଉଦଯାପିତ ହେଲା ଜିଲ୍ଲା ଜୁନିୟର ରେଡ଼କ୍ରସ ଶିବିର

ସମ୍ବଲପୁର: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ବଲପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିବିର ରେଢ଼ାଖୋଲ ବ୍ଲକର ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ, ବଡ଼ବାହାଲ ଠାରେ ମହାସମାରୋହରେ ଉଦଯାପପିତ ହୋଇଛି I ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାର ବାର୍ତ୍ତା ବହନ କରୁଥିବା ଏହି କାର୍ଯ୍ୟକ୍ରମର ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ସବୁଜ ସଂକେତ ପ୍ରଦାନ କରିଥିଲେ ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାକୁଳ I ତୃତୀୟ ଦିବସ ଶିବିର ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ମୂରଲୀଧର ବେହେରାଙ୍କ ସଭାପତିତ୍ତ୍ଵରେ ଉଦଯାପିତ ଉତ୍ସବ ପରିଚାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରେଢ଼ାଖୋଲ ପଂଚାୟତ ସମିତି ଅଧକ୍ଷ ପ୍ରଦୀପ ପ୍ରଧାନ I ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଶରତ କୁମାର ପ୍ରଧାନ, ସମିତି ସଭ୍ୟା ଲେଲିନ ସାହୁ, ଗୌର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ବେରିହା,ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ସୁଜାତା ପଟ୍ଟନାୟକ, ଜିଲ୍ଲା ରେଡ଼କ୍ରସ ଅଫିସର ବିଶ୍ଵାମିତ୍ର ଦୀପ ପ୍ରମୁଖ ମଂଚାସୀନ ଥିଲେ I ଉଦଯାପନୀ ଉତ୍ସବରେ ସଂଯୋଜନା ଦାୟିତ୍ତ୍ୱ ତୁଲାଇଥିଲେ ପବିତ୍ର ମୋହନ ବିଶ୍ୱାଳ ଏବଂ ସତ୍ୟନାରାୟଣ ସାହୁ I ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକଙ୍କ ନେତୃତ୍ତ୍ଵରେ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ରଚନା, ଭାଷଣ, ନୃତ୍ୟ, ଗୀତ, ନାଟକ,ପ୍ରଦର୍ଶନୀ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ଶେଷରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହିତ ପୁରସ୍କୃତ କରାଯାଇଥିବାବେଳେ ଶ୍ରେଷ୍ଠ କାଉନସିଲର ଭାବରେ ଆନନ୍ଦ ଡନସନା ଏବଂ ପଙ୍କଜିନୀ ନାୟକଙ୍କୁ ସମ୍ମାନିତ କରାଯାଇଥିଲା I ଅଧିବେଶନ ଶେଷରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ବିଶ୍ଵାମିତ୍ର ଦୀପ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ଶ୍ରୀ ବେହେରାଙ୍କ ଦ୍ୱାରା ଶିବିର ସମାପନ ଘୋଷଣା କରାଯାଇ ସଭାସାଙ୍ଗ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୁନିୟର ରେଡ଼କ୍ରସ କାଉନସିଲର ସତ୍ୟରଞ୍ଜନ ପଣ୍ଡା, ତ୍ରିବିକ୍ରମ ରଣା, ପ୍ରତାପ ସେନାପତି, ଜଳନ୍ଧର ପ୍ରଧାନ, ସଂଜୀବ କୁମାର ପଣ୍ଡା,ସମୀର ଭୋଇ, ପୁଷ୍ପବତୀ ମେହେର, କ୍ଷୀରେଶ୍ଵର କର୍ଣ୍ଣ, ରାଜାରାମ ପଣ୍ଡା, ଅରୁଣ କୁମାର ପ୍ରଧାନ, ଜଟାଭୂଷଣ ସାହୁ, ରମେଶ କୁମାର ବେରିହା ତଥା ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶ୍ରୀକ୍ଷୟତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ବିଶେଷ ସହଯୋଗ କରିଥିଲେ।

The post ଉଦଯାପିତ ହେଲା ଜିଲ୍ଲା ଜୁନିୟର ରେଡ଼କ୍ରସ ଶିବିର appeared first on Odisha.News.