ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ ।
କୋକସରା:୨୩/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗ୍ରାମର ଆରାଧ୍ୟ ଦେବୀ ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। କାଶିବାହାଲ ଗ୍ରାମ ନିକଟସ୍ଥ ଡୋକରୀ ପାହାଡ଼ ଶିଖରରେ ଚୈତ୍ର ଯାତ୍ରା କେଉଁ ଏକ ଆବାହନମାନ କାଳରୁ ଡୋକରୀ ପାହାଡ଼ ଉପରେ ବିରାଜିତ ଦେବୀଙ୍କ ପୀଠରେ ପାଳିତ ହୋଇ ଆସୁଛି। ମଙ୍ଗଳବାର ଏହି ଚୈତ୍ର ଯାତ୍ରା ପାଳନ ହୋଇଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ପାହାଡ଼ ଶିଖର […] The post ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ । appeared first on Odisha.News.

କୋକସରା:୨୩/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ କାଶିବାହାଲ ଗ୍ରାମର ଆରାଧ୍ୟ ଦେବୀ ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। କାଶିବାହାଲ ଗ୍ରାମ ନିକଟସ୍ଥ ଡୋକରୀ ପାହାଡ଼ ଶିଖରରେ ଚୈତ୍ର ଯାତ୍ରା କେଉଁ ଏକ ଆବାହନମାନ କାଳରୁ ଡୋକରୀ ପାହାଡ଼ ଉପରେ ବିରାଜିତ ଦେବୀଙ୍କ ପୀଠରେ ପାଳିତ ହୋଇ ଆସୁଛି। ମଙ୍ଗଳବାର ଏହି ଚୈତ୍ର ଯାତ୍ରା ପାଳନ ହୋଇଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ପାହାଡ଼ ଶିଖର ଚଢି ଦର୍ଶନ କରିଛନ୍ତି। ମା ଡୋକରୀ ଦେବୀଙ୍କ ଚୈତ୍ର ଯାତ୍ରା ବିଧି ଅନୁସାରେ ପାଳନ କରାଯାଇଛି। ଏହି ଚୈତ୍ର ପର୍ବରେ ମାନସିକଧାରୀ ମାନେ ଶୁକ୍ଳ ଭୋଗ ସହ ବୋଦା କୁକୁଡ଼ା, ପାରା ବଳି ଦେଇଛନ୍ତି।ଡୋକରୀ ପାହାଡ଼ ସହିତ କାଶିବାହାଲ ଗ୍ରାମର ସଂସ୍କୃତି ପରମ୍ପରା ଜଡିତ ରହିଛି। ତେବେ କୋକସରା ଓ ଜୟପାଟଣା ରାଜସ୍ୱ ବିଭାଗ ପକ୍ଷରୁ ୪ ଗୋଟି କ୍ରସରକୁ ପଥର ଖନନ ପାଇଁ ଦୀର୍ଘ ବର୍ଷ ହେବ ଡୋ କରି ପାହାଡ଼ ଖନନ ଅନୁମତି ମିଳିଛି,ଫଳରେ ଡୋକରୀ ପାହାଡ଼ ଏବେ ତାର ପୂର୍ବ ପରିଚୟ ହରାଇ ବସିଛି। ଡୋକରୀ ପାହାଡ଼ରେ ଦିନରାତି ପଥର ଖନନ କରି କ୍ରସର ମାଲିକ ମାନେ ଡୋକରୀ ପାହାଡ଼କୁ ଖୋଲ କରି ସାରିଲେଣି।ଡୋକରୀ ପାହାଡ଼ର ଅସ୍ତିତ୍ବ ହରାଇଥିବାକୁ ନେଇ ପରିବେଶବିତ୍ ଓ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମ୍ୟ କମିଟିର ସଭାପତି କିଶୋର ଚନ୍ଦ୍ର ନାଏକ,
ଚମ୍ପେଶ୍ୱର ଚଲାନ,ଲୋକନାଥ ଚଣ୍ଡୀ ପୂଝାରୀ ବିକ୍ରମ ପୂଝୀରୀ, ମାଁ ଡୋକରୀ ଶିରା ମତିରାମ ବନ୍ଧିଛୋଡ,ଜଳନ୍ଧର ପାଳି, ଜତୀନ୍ଦ୍ର ଦଳାଇ, ରାମେଶ୍ୱର ଲହଜଳ, ଅଭିମନ୍ୟୁ ପାଳ, କୃପାସିନ୍ଧୁ ନାଏକ ଆଖପାଖ ଅଞ୍ଚଳର ଭକ୍ତ ଓ ଗ୍ରାମବାସୀ ସାମିଲ ହୋଇଥିଲେ।
The post ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ । appeared first on Odisha.News.