ଧକ୍କା ଦେଲା ଅଜଣା ଗାଡି, ବାଇକ୍ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର ୧୦।୧୧: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କମର-ପଙ୍ଗାତରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାସ ଗାଁ ମଧୁବନ ଛକ ନିକଟରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ମହାବିରୋଡ଼ ଗାଁର ଦୁଷ୍ମନ୍ତ ଜେନା । ସୂଚନାଯୋଗ୍ୟ ଯେ, ଦୁଷ୍ମନ୍ତ ବାଇକ୍ ଯୋଗେ ପରଜଙ୍ଗରୁ ନିଜଘର ମହାବିରୋଡ଼ ଗାଁକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତ ମୃତ୍ୟୁ ହୋଇଛି । ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।You Can Read:ନିଶାରେ ଚୁର୍ ଡ୍ରାଇଭର ରାଗରେ ଚଢାଇଦେଲେ ଡମ୍ପର, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ   

ଧକ୍କା ଦେଲା ଅଜଣା ଗାଡି, ବାଇକ୍ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର ୧୦।୧୧: ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା କମର-ପଙ୍ଗାତରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାସ ଗାଁ ମଧୁବନ ଛକ ନିକଟରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ମହାବିରୋଡ଼ ଗାଁର ଦୁଷ୍ମନ୍ତ ଜେନା । 

ସୂଚନାଯୋଗ୍ୟ ଯେ, ଦୁଷ୍ମନ୍ତ ବାଇକ୍ ଯୋଗେ ପରଜଙ୍ଗରୁ ନିଜଘର ମହାବିରୋଡ଼ ଗାଁକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଦୁଷ୍ମନ୍ତ ମୃତ୍ୟୁ ହୋଇଛି । ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

You Can Read:

ନିଶାରେ ଚୁର୍ ଡ୍ରାଇଭର ରାଗରେ ଚଢାଇଦେଲେ ଡମ୍ପର, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ