ଝିଅ ଦେଖିବାକୁ ଆସିଥିବା ବରପକ୍ଷଙ୍କୁ ମନ୍ଦିରରେ ଗୋଡେଇ ଗୋଡେଇ ପିଟିଲେ କନ୍ୟାପକ୍ଷ, ଜାଣନ୍ତୁ କାହିଁକି ?

ମସୌଢି ୧୯।୧୦: ବିହାର ପାଟନା ଧନରୁଆ ବଜାରସ୍ଥିତ ଏକ ମନ୍ଦିରରେ ବିବାହ ଲାଗି କନ୍ୟା ଦେଖିବାକୁ ଆସିଥିବା ବରପକ୍ଷଙ୍କୁ ଅପ୍ରିୟ ଘଟଣାର ସମ୍ମୁଖୀନ ହେବାକୁ ପଡିଛି। କନ୍ୟାପକ୍ଷ ଲୋକେ ବର ପକ୍ଷଙ୍କୁ ମନ୍ଦିରରେ ଗୋଡେଇ ଗୋଡେଇ ପିଟିବା ସହ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଛନ୍ତି। ସୂଚନା ଅନୁସାରେ ଗୌରୀ ଛକର ଜନୈକ ଯୁବକଙ୍କ ବିବାହ ନାଳନ୍ଦା ଜିଲ୍ଲା ହିଲସାରେ ଲାଗିଥିଲା। ବର ଯିଏ ପୂଜା ଭଣ୍ଡାର ଦୋକାନ ଚଳାଉଛି ତାଙ୍କ ସାଙ୍ଗସାଥୀ ଓ ପରିଜନଙ୍କ ସହ କନ୍ୟା ଦେଖିବାକୁ ତୃତୀୟବାର ଧନରୁଆ ମନ୍ଦିରକୁ ଆସିଥିଲା। କନ୍ୟା ଦେଖା ବେଳେ ପୁଅ ଘର ଲୋକେ ଲଗାତାର ଝିଅକୁ ଅତି ପାଖରୁ ନିରୀକ୍ଷଣ କରୁଥିଲେ। କେବେ ଝିଅକୁ ଶାଢୀ ପିନ୍ଧାଇ ଦେଖୁଥିଲେ ତ କେବେ ସାଲୱାର ସୁଟରେ ଦେଖୁଥିଲେ। ଝିଅକୁ ଚାଲିବାକୁ ଓ ବସିବାକୁ ବି କୁହାଯାଉଥିଲା, ଯେପରି ତାର ଚାଲିଚଳନ ଜାଣି ହେବ। କଥା କେବଳ ଏତିକିରେ ଅଟକି ନଥିଲା ବରପକ୍ଷର ଲୋକେ ଝିଅ ଗୋଡ ଉପରୁ ପୋଷାକ ଉଠାଇ ତା ପାଦ, ହାତ ଓ ପିଠି ବି ଦେଖିଥିଲେ। ବରପକ୍ଷର ଏପରି ଆଚରଣକୁ କନ୍ୟାପକ୍ଷ ଆରମ୍ଭରୁ ସହି ଆସୁଥିଲେ। ତେବେ ସେମାନଙ୍କ ଧୈର୍ଯ୍ୟର ସୀମା ସେବେ ଭାଙ୍ଗିଯାଇଥିଲା, ଯେତେବେଳେ ସାବୁନ ଆଣି ଝିଅର ମୁହଁ ଧୋଇବାକୁ କହିଲେ। ବରପକ୍ଷର ଏପରି ଚାହିଦା କନ୍ୟାପକ୍ଷଙ୍କ ଲାଗି ଅସହନୀୟ ହୋଇପଡିଥିଲା। ଝିଅର ମାମୁ ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ଓ ସାବୁନରେ ମୁହଁ ଧୋଇବା କଥା କହୁଥିବା ପୁଅ ପକ୍ଷର ଜଣକ

ଝିଅ ଦେଖିବାକୁ ଆସିଥିବା ବରପକ୍ଷଙ୍କୁ ମନ୍ଦିରରେ ଗୋଡେଇ ଗୋଡେଇ ପିଟିଲେ କନ୍ୟାପକ୍ଷ, ଜାଣନ୍ତୁ କାହିଁକି ?

ମସୌଢି ୧୯।୧୦: ବିହାର ପାଟନା ଧନରୁଆ ବଜାରସ୍ଥିତ ଏକ ମନ୍ଦିରରେ ବିବାହ ଲାଗି କନ୍ୟା ଦେଖିବାକୁ ଆସିଥିବା ବରପକ୍ଷଙ୍କୁ ଅପ୍ରିୟ ଘଟଣାର ସମ୍ମୁଖୀନ ହେବାକୁ ପଡିଛି। କନ୍ୟାପକ୍ଷ ଲୋକେ ବର ପକ୍ଷଙ୍କୁ ମନ୍ଦିରରେ ଗୋଡେଇ ଗୋଡେଇ ପିଟିବା ସହ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଛନ୍ତି। ସୂଚନା ଅନୁସାରେ ଗୌରୀ ଛକର ଜନୈକ ଯୁବକଙ୍କ ବିବାହ ନାଳନ୍ଦା ଜିଲ୍ଲା ହିଲସାରେ ଲାଗିଥିଲା। ବର ଯିଏ ପୂଜା ଭଣ୍ଡାର ଦୋକାନ ଚଳାଉଛି ତାଙ୍କ ସାଙ୍ଗସାଥୀ ଓ ପରିଜନଙ୍କ ସହ କନ୍ୟା ଦେଖିବାକୁ ତୃତୀୟବାର ଧନରୁଆ ମନ୍ଦିରକୁ ଆସିଥିଲା। 

କନ୍ୟା ଦେଖା ବେଳେ ପୁଅ ଘର ଲୋକେ ଲଗାତାର ଝିଅକୁ ଅତି ପାଖରୁ ନିରୀକ୍ଷଣ କରୁଥିଲେ। କେବେ ଝିଅକୁ ଶାଢୀ ପିନ୍ଧାଇ ଦେଖୁଥିଲେ ତ କେବେ ସାଲୱାର ସୁଟରେ ଦେଖୁଥିଲେ। ଝିଅକୁ ଚାଲିବାକୁ ଓ ବସିବାକୁ ବି କୁହାଯାଉଥିଲା, ଯେପରି ତାର ଚାଲିଚଳନ ଜାଣି ହେବ। କଥା କେବଳ ଏତିକିରେ ଅଟକି ନଥିଲା ବରପକ୍ଷର ଲୋକେ ଝିଅ ଗୋଡ ଉପରୁ ପୋଷାକ ଉଠାଇ ତା ପାଦ, ହାତ ଓ ପିଠି ବି ଦେଖିଥିଲେ। ବରପକ୍ଷର ଏପରି ଆଚରଣକୁ କନ୍ୟାପକ୍ଷ ଆରମ୍ଭରୁ ସହି ଆସୁଥିଲେ। ତେବେ ସେମାନଙ୍କ ଧୈର୍ଯ୍ୟର ସୀମା ସେବେ ଭାଙ୍ଗିଯାଇଥିଲା, ଯେତେବେଳେ ସାବୁନ ଆଣି ଝିଅର ମୁହଁ ଧୋଇବାକୁ କହିଲେ। 

ବରପକ୍ଷର ଏପରି ଚାହିଦା କନ୍ୟାପକ୍ଷଙ୍କ ଲାଗି ଅସହନୀୟ ହୋଇପଡିଥିଲା। ଝିଅର ମାମୁ ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଦେଇଥିଲେ ଓ ସାବୁନରେ ମୁହଁ ଧୋଇବା କଥା କହୁଥିବା ପୁଅ ପକ୍ଷର ଜଣକୁ ଜାବଡା ମାରିଦେଇଥିଲେ। ଏଥିରୁ କଥା ବିଗିଡିଯିବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା। ଧିରେ ଧିରେ ପରିସ୍ଥିତି ଏପରି ବିଗିଡଗଲା ଯେ ବରପକ୍ଷଙ୍କୁ କନ୍ୟାପକ୍ଷ ଲୋକେ ଭଲକି ଉତ୍ତମ ମଧ୍ୟମ ଦେଇଥିଲେ। ଘଟଣା ପରେ ଝିଅଘର ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଅଭିଯୋଗ ରୁଜୁ କରାଯିବା ସହ ବିବାହ ନିମନ୍ତେ ସ୍ପଷ୍ଟ ମନା କରିଦେଇଛନ୍ତି।