ଟି-୨୦ ବିଶ୍ବକପରେ ୟୁଏସଏର ପ୍ରଥମ ବିଜୟ; ୭ ଓ୍ବିକେଟରେ ପରାସ୍ତ କାନାଡା

ନ୍ୟୁୟର୍କ: ଟି-୨୦ କ୍ରିକେଟ୍ ବିଶ୍ବକପରେ ୟୁଏସଏର ପ୍ରଥମ ବିଜୟ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କାନାଡାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦଳ । ନ୍ୟୁୟର୍କରେ ଟି-୨୦ ବିଶ୍ବକପ୍ ବିଗୁଲ ବାଜିବା ପରେ ଉଦଘାଟନୀ ମ୍ୟାଚ୍ ୟୁଏସଏ ଓ କାନାଡା ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ କାନାଡା ୧୯୪ ରନ ସଂଗ୍ରହ କରି ଆମେରିକାକୁ ୧୯୫ ରନର ଟାର୍ଗେଟ୍ ଦେଇଥିଲା । ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୭.୪ ଓଭରରେ ମ୍ୟାଚକୁ ୭ ଓ୍ବିକେଟରେ ଜିତି ନେଇଛି । ମ୍ୟାନ୍ ଅଫ୍ ଦି ପ୍ଲେୟାର ଆରୋନ୍ ଜୋନ୍ସ ହୋଇଛନ୍ତି ।   ବିଶ୍ବକପ ଉଦଘାଟନୀ ମ୍ୟାଚରେ ଆୟୋଜକ ଆମେରିକା ଓ କାନାଡା ମଧ୍ୟରେ ହୋଇଥିଲା । ୟୁଏସ୍ ପ୍ରଥମେ ଟସ୍ ଜିତି କାନାଡାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ କାନାଡା ବ୍ୟାଟର ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୯୪ ରନ ସଂଗ୍ରହ କରିଥିଲା । କାନାଡା ପକ୍ଷରୁ ନଭନୀତ୍ ଧିଲଓ୍ବାଲ ସର୍ବାଧିକ ୬୧ ରନ ସଂଗ୍ରହ କରିଛନ୍ତି । ନିକୋଲାସ୍ କୀର୍ତ୍ତନ ମଧ୍ୟ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେପଟେ ୧୯୫ ରନ୍‌ର ଟାର୍ଗେଟକୁ ପିଛା କରି ଆମେରିକା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ଶେଷ ମ୍ୟାଚକୁ ଜିତି ନେଇଛି । ୟୁଏସଏ ପକ୍ଷରୁ ଆରୋନ୍ ଜୋନ୍ସ ଧୁଆଁଧାର ବ୍ୟାଟିଂ କରିଥିଲେ । ମାତ୍ର ୪୦ଟି ବଲରେ ୯୪ ରନ କରି ଦଳକୁ ବିଜୟ ଦେଇଥିଲେ

ଟି-୨୦ ବିଶ୍ବକପରେ ୟୁଏସଏର ପ୍ରଥମ ବିଜୟ; ୭ ଓ୍ବିକେଟରେ ପରାସ୍ତ କାନାଡା

ନ୍ୟୁୟର୍କ: ଟି-୨୦ କ୍ରିକେଟ୍ ବିଶ୍ବକପରେ ୟୁଏସଏର ପ୍ରଥମ ବିଜୟ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କାନାଡାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଦଳ । ନ୍ୟୁୟର୍କରେ ଟି-୨୦ ବିଶ୍ବକପ୍ ବିଗୁଲ ବାଜିବା ପରେ ଉଦଘାଟନୀ ମ୍ୟାଚ୍ ୟୁଏସଏ ଓ କାନାଡା ମଧ୍ୟରେ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ କାନାଡା ୧୯୪ ରନ ସଂଗ୍ରହ କରି ଆମେରିକାକୁ ୧୯୫ ରନର ଟାର୍ଗେଟ୍ ଦେଇଥିଲା । ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ୟୁଏସଏ ୧୭.୪ ଓଭରରେ ମ୍ୟାଚକୁ ୭ ଓ୍ବିକେଟରେ ଜିତି ନେଇଛି । ମ୍ୟାନ୍ ଅଫ୍ ଦି ପ୍ଲେୟାର ଆରୋନ୍ ଜୋନ୍ସ ହୋଇଛନ୍ତି ।   

ବିଶ୍ବକପ ଉଦଘାଟନୀ ମ୍ୟାଚରେ ଆୟୋଜକ ଆମେରିକା ଓ କାନାଡା ମଧ୍ୟରେ ହୋଇଥିଲା । ୟୁଏସ୍ ପ୍ରଥମେ ଟସ୍ ଜିତି କାନାଡାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ କାନାଡା ବ୍ୟାଟର ପ୍ରାରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୧୯୪ ରନ ସଂଗ୍ରହ କରିଥିଲା । କାନାଡା ପକ୍ଷରୁ ନଭନୀତ୍ ଧିଲଓ୍ବାଲ ସର୍ବାଧିକ ୬୧ ରନ ସଂଗ୍ରହ କରିଛନ୍ତି । ନିକୋଲାସ୍ କୀର୍ତ୍ତନ ମଧ୍ୟ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେପଟେ ୧୯୫ ରନ୍‌ର ଟାର୍ଗେଟକୁ ପିଛା କରି ଆମେରିକା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ଶେଷ ମ୍ୟାଚକୁ ଜିତି ନେଇଛି । ୟୁଏସଏ ପକ୍ଷରୁ ଆରୋନ୍ ଜୋନ୍ସ ଧୁଆଁଧାର ବ୍ୟାଟିଂ କରିଥିଲେ । ମାତ୍ର ୪୦ଟି ବଲରେ ୯୪ ରନ କରି ଦଳକୁ ବିଜୟ ଦେଇଥିଲେ । ଅନ୍ୟପଟେ ଆଣ୍ଡ୍ରିଜ୍ ଗୌ ୬୫ରନ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଫଳରେ ଦଳ ୭ ଓ୍ବିକେଟରେ କାନାଡ଼ାକୁ ପରାସ୍ତ କରିଛି ।