ନୂଆଦିଲ୍ଲୀ ରେଳ ଷ୍ଟେସନରେ ରାହୁଲ ଗାନ୍ଧି, କୁଲିଙ୍କ ସହ କଲେ ଆଲୋଚନା
ନୂଆଦିଲ୍ଲୀ ୧।୩: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଷ୍ଟେସନ କୁଲିମାନଙ୍କୁ ଭେଟିଥିବା ବେଳେ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ରାହୁଲ ଗାନ୍ଧି ସେମାନଙ୍କ ସମସ୍ୟା ଶୁଣିବା ସହ ସମାଧାନ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ଅବସରରେ ରାହୁଲ କିଛି ରେଳ ଯାତ୍ରୀଙ୍କୁ ମଧ୍ୟ ଭେଟିଥିଲେ ଓ ସେମାନଙ୍କ ସହ କଥା ବି ହୋଇଥିଲେ। ଗତ ୧୫ ତାରିଖ ଦିନ ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ଗହଳି ଯୋଗୁ ଦଳାଚକଟା ହୋଇଥିଲା। ଏଥିରେ ୧୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଅଘଟଣ କାଳରେ ଷ୍ଟେସନ କୁଲି ସାହାସିକତା ଦେଖାଇ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ଏହି ଘଟଣା ପରେ ରାହୁଲ ଗାନ୍ଧି ପ୍ରଥମ ଥର ଶନିବାର ଦିଲ୍ଲୀ ଷ୍ଟେସନ ପରିଦର୍ଶନ କରିଥିବା ବେଳେ କୁଲିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧି ଷ୍ଟେସନରେ ଯେପରି ଦଳାଚକଟା ଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥି ପାଇଁ ସରକାରଙ୍କୁ ଜରୁରି ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି। अक्सर सबसे अंधकार भरे समय में ही इंसानियत की रोशनी सबसे ज़्यादा चमकती है।नई दिल्ली रेलवे स्टेशन पर भगदड़ के दौरान कुली भाइयों ने इंसानियत की मिसाल पेश करते हुए कई यात्रियों की जान बचाई थी। इसके लिए मैंने देशव
ନୂଆଦିଲ୍ଲୀ ୧।୩: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଷ୍ଟେସନ କୁଲିମାନଙ୍କୁ ଭେଟିଥିବା ବେଳେ ସେମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ରାହୁଲ ଗାନ୍ଧି ସେମାନଙ୍କ ସମସ୍ୟା ଶୁଣିବା ସହ ସମାଧାନ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ଅବସରରେ ରାହୁଲ କିଛି ରେଳ ଯାତ୍ରୀଙ୍କୁ ମଧ୍ୟ ଭେଟିଥିଲେ ଓ ସେମାନଙ୍କ ସହ କଥା ବି ହୋଇଥିଲେ।
ଗତ ୧୫ ତାରିଖ ଦିନ ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ଗହଳି ଯୋଗୁ ଦଳାଚକଟା ହୋଇଥିଲା। ଏଥିରେ ୧୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଅଘଟଣ କାଳରେ ଷ୍ଟେସନ କୁଲି ସାହାସିକତା ଦେଖାଇ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ। ଏହି ଘଟଣା ପରେ ରାହୁଲ ଗାନ୍ଧି ପ୍ରଥମ ଥର ଶନିବାର ଦିଲ୍ଲୀ ଷ୍ଟେସନ ପରିଦର୍ଶନ କରିଥିବା ବେଳେ କୁଲିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧି ଷ୍ଟେସନରେ ଯେପରି ଦଳାଚକଟା ଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥି ପାଇଁ ସରକାରଙ୍କୁ ଜରୁରି ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।
अक्सर सबसे अंधकार भरे समय में ही इंसानियत की रोशनी सबसे ज़्यादा चमकती है।
नई दिल्ली रेलवे स्टेशन पर भगदड़ के दौरान कुली भाइयों ने इंसानियत की मिसाल पेश करते हुए कई यात्रियों की जान बचाई थी। इसके लिए मैंने देशवासियों की ओर से आज उनका धन्यवाद किया।
लेकिन ऐसे हादसों से सीख लेना… pic.twitter.com/w4DHfrGEdH— Rahul Gandhi (@RahulGandhi) March 1, 2025
ରାହୁଲ ତାଙ୍କ ଷ୍ଟେସନ ପରିଦର୍ଶନର ଫଟୋ ଏକ୍ସ ରେ ସେୟାର କରିଛନ୍ତି। ଏଥିରେ ଲେଖିଛନ୍ତି ‘ପ୍ରାୟତଃ ଅନ୍ଧାର ସମୟରେ ମାନବିକତାର ଆଲୋକ ସବୁଠୁ ଉଜ୍ଜ୍ୱଳ ପ୍ରତିଭାତ ହୋଇଥାଏ’। ସେ ଲେଖିଛନ୍ତି ଯେ ରେଳ ଷ୍ଟେସନରେ ଦଳାଚକଟା କାଳରେ କୁଲି ଭାଇମାନେ ମାନବିକତାର ଉଦାହରଣ ଦେଇ ଅନେକ ଯାତ୍ରୀଙ୍କ ପ୍ରାଣ ରକ୍ଷା କରିଛନ୍ତି। ଏଥିଲାଗି ମୁଁ ଆଜି ଦେଶବାସୀଙ୍କ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ତେବେ ଏଭଳି ଦୁର୍ଘଟଣାରୁ ଶିକ୍ଷା ନେବା ମଧ୍ୟ ଉଚିତ। ଭିଡ଼ ନିୟନ୍ତ୍ରଣ, ଆଧୁନିକ ଟେକ୍ନୋଲଜିର ବ୍ୟବହାର, ଉନ୍ନତ ଭିତ୍ତିଭୂମି ଓ ଜରୁରିକାଳୀନ ବ୍ୟବସ୍ଥା କରି ଏପରି ଘଟଣାକୁ ରୋକା ଯାଇ ପାରିବ।
କୁଲିମାନେ କହିଛନ୍ତି ଯେ ରାହୁଲ ଗାନ୍ଧି ସେମାନଙ୍କ ସମସ୍ୟା ଶୁଣିଛନ୍ତି। ଆଶା କରୁଛୁ ସେ ଏସବୁର ସମାଧାନ କରିବେ। ରାହୁଲ ଗାନ୍ଧି ଷ୍ଟେସନରେ ପାଖାପାଖି ୪୦ମିନିଟ୍ ରହିଥିଲେ। ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୩ରେ ରାହୁଲ ଗାନ୍ଧି ଆନନ୍ଦବିହାର ରେଳ ଷ୍ଟେସନରେ କୁଲିମାନଙ୍କୁ ଭେଟିଥିଲେ। ସେହିପରି ଗତବର୍ଷ ଜୁଲାଇ ମାସରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଲୋକୋ ପାଇଲଟମାନଙ୍କୁ ଭେଟିଥିଲେ।