IPL ମଝିରେ କାହିଁକି ଏମିତି କଲେ GT ବୋଲର, ଦଣ୍ଡିତ କଲା ବିସିସିଆଇ

ମୁମ୍ୱାଇ ୦୭/୦୪: ରୋମାଞ୍ଚକର ହେଉଛି ୨୦୨୫ ଆଇପିଏଲ । ଦୈନିକ ସୃଷ୍ଟି ହେଉଛି ନୂଆ ନୂଆ ରେକର୍ଡ । କିଛି ନୂଆ ନୂଆ ଖେଳାଳି ତାଙ୍କ ବ୍ୟବହାର ପାଇଁ ଦଣ୍ଡିତ ବି ହେଉଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ଗୁଜୁରାଟ ଟାଇଟାନ୍ସର ଦ୍ରୁତ ବୋଲର ଇଶାନ୍ତ ଶର୍ମା । ରବିରାର ମ୍ୟାଚ ପରେ ତାଙ୍କୁ ଲାଗିଛି ବଡ ଝଟ୍‌କା । କାରଣ ବିସିସିଆଇ ତାଙ୍କ ଉପରେ  ଲଗାଇଛି ବ୍ୟାନ୍ । ଡାହାଣହାତୀ ଦ୍ରୁତ ବୋଲରଙ୍କୁ ଆଇପିଏଲ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ଦଣ୍ଡସ୍ୱରୂପ ତାଙ୍କ ମ୍ୟାଚ୍ ଫି ୨୫ ପ୍ରତିଶତ ହ୍ରାସ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଇଶାନ୍ତ ଶର୍ମା IPL ମଝିରେ କେଉଁ ନିୟମ ଭାଙ୍ଗିଥିଲେ? ଯେଉଁଥିପାଇଁ ଲାଗିଲା ଏତେ ବଡ ଫାଇନ୍ । ସୂଚନା ଥାଉକି,  ୬ ଏପ୍ରିଲରେ, IPL ୨୦୨୫ରେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଥିଲା ମ୍ୟାଚ୍ । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଈଶାନ୍ତ ଶର୍ମା ନିୟମ ଭାଙ୍ଗିବା ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତଥାପି, ଆଇପିଏଲ ଦ୍ୱାରା ଜାରି କରାଯାଇଥିବା ପ୍ରେସ୍ ରିଲିଜରେ ଏହି ଘଟଣା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ। ଏଥିରେ କେବଳ ଏତିକି କୁହାଯାଇଥିଲା ଯେ ଇଶାନ୍ତ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କୁ ଲେବଲ୍ ୧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯେହେତୁ ଈଶାନ୍ତ ତାଙ୍କ ଭୁଲ ସ୍ୱୀକାର କରିଛନ୍ତି, ତେଣୁ ଏହା ଉପରେ ଆଉ କୌଣସି

IPL ମଝିରେ କାହିଁକି ଏମିତି କଲେ GT ବୋଲର, ଦଣ୍ଡିତ କଲା ବିସିସିଆଇ

ମୁମ୍ୱାଇ ୦୭/୦୪: ରୋମାଞ୍ଚକର ହେଉଛି ୨୦୨୫ ଆଇପିଏଲ । ଦୈନିକ ସୃଷ୍ଟି ହେଉଛି ନୂଆ ନୂଆ ରେକର୍ଡ । କିଛି ନୂଆ ନୂଆ ଖେଳାଳି ତାଙ୍କ ବ୍ୟବହାର ପାଇଁ ଦଣ୍ଡିତ ବି ହେଉଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ଗୁଜୁରାଟ ଟାଇଟାନ୍ସର ଦ୍ରୁତ ବୋଲର ଇଶାନ୍ତ ଶର୍ମା । ରବିରାର ମ୍ୟାଚ ପରେ ତାଙ୍କୁ ଲାଗିଛି ବଡ ଝଟ୍‌କା । କାରଣ ବିସିସିଆଇ ତାଙ୍କ ଉପରେ  ଲଗାଇଛି ବ୍ୟାନ୍ । 

ଡାହାଣହାତୀ ଦ୍ରୁତ ବୋଲରଙ୍କୁ ଆଇପିଏଲ ନିୟମ ଉଲ୍ଲଂଘନ କରିଥିବାରୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି ଦଣ୍ଡସ୍ୱରୂପ ତାଙ୍କ ମ୍ୟାଚ୍ ଫି ୨୫ ପ୍ରତିଶତ ହ୍ରାସ କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଇଶାନ୍ତ ଶର୍ମା IPL ମଝିରେ କେଉଁ ନିୟମ ଭାଙ୍ଗିଥିଲେ? ଯେଉଁଥିପାଇଁ ଲାଗିଲା ଏତେ ବଡ ଫାଇନ୍ । 

ସୂଚନା ଥାଉକି,  ୬ ଏପ୍ରିଲରେ, IPL ୨୦୨୫ରେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଥିଲା ମ୍ୟାଚ୍ । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଈଶାନ୍ତ ଶର୍ମା ନିୟମ ଭାଙ୍ଗିବା ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତଥାପି, ଆଇପିଏଲ ଦ୍ୱାରା ଜାରି କରାଯାଇଥିବା ପ୍ରେସ୍ ରିଲିଜରେ ଏହି ଘଟଣା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ। ଏଥିରେ କେବଳ ଏତିକି କୁହାଯାଇଥିଲା ଯେ ଇଶାନ୍ତ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କୁ ଲେବଲ୍ ୧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଯେହେତୁ ଈଶାନ୍ତ ତାଙ୍କ ଭୁଲ ସ୍ୱୀକାର କରିଛନ୍ତି, ତେଣୁ ଏହା ଉପରେ ଆଉ କୌଣସି ଶୁଣାଣି ହେବ ନାହିଁ।

କହିବାକୁ ଗଲେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ବିଜୟୀ ହୋଇଛି । ବିଜୟ ପାଇଁ ୧୫୩ ରନର ଲକ୍ଷ୍ୟ ସେମାନେ ମାତ୍ର ୧୬.୪ ଓଭରରେ ହାସଲ କରିନେଇଥିଲେ। ଇଶାନ୍ତ ଶର୍ମା ଏହି ମ୍ୟାଚ୍‌ରେ ଜଣେ ପ୍ରଭାବଶାଳୀ ଖେଳାଳି ଭାବରେ ଆସିଥିଲେ । ତଥାପି, ସେ ବଲ୍ ସହିତ ଚମତ୍କାର ପ୍ରଦର୍ଶନ କରିପାରିଲେ ନାହିଁ। କେବଳ ଗୁଜରାଟ ଟାଇଟାନ୍ସ ପାଇଁ ନୁହେଁ ବରଂ ସମଗ୍ର ମ୍ୟାଚ୍‌ରେ ଈଶାନ୍ତ ଶର୍ମା ସବୁଠାରୁ ମହଙ୍ଗା ବୋଲର ଥିଲେ । ସେ ୪ ଓଭରରେ ୫୩ ରନ୍ ଦେଇଥିଲେ ଏବଂ କୌଣସି ୱିକେଟ୍ ପାଇ ନଥିଲେ।

ଗୁଜରାଟ ଟାଇଟାନ୍ସ ହେଉଛି ଆଇପିଏଲରେ ଈଶାନ୍ତ ଶର୍ମାଙ୍କ ୭ମ ଦଳ। ସେ IPL ୨୦୨୫ରେ ଗୁଜରାଟ ଟାଇଟାନ୍ସ ପାଇଁ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ କେବଳ ଗୋଟିଏ ୱିକେଟ ନେଇଛନ୍ତି। ଆଇପିଏଲରେ ଇଶାନ୍ତ ଶର୍ମାଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧୩ଟି ମ୍ୟାଚ୍‌ରେ ନେଇଛନ୍ତି ୯୩ଟି ୱିକେଟ୍ । ଖାସ୍ କରି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସର୍ବାଧିକ ସେ ଖେଳିଛନ୍ତି ୫ଟି ସିଜିନ୍ ।