ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ

ପଟଣା: ବିହାରର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ରାଜଧାନୀ ପଟଣା ରେଲଓ୍ବେ ଜଙ୍କସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ହୋଟେଲ ଭିତରେ ଅନେକ ଲୋକ ଫସିରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ବର୍ତ୍ତମାନ ସୁଦ୍ଧା ୨୫ରୁ ୩୦ଜଣଙ୍କୁ ଉଦ୍ଧାର ହୋଇଥିବା ସୂଚନା ରହିଛି ।ପଟଣା ରେଲଓ୍ବେ ଷ୍ଟେସନରୁ ମାତ୍ର ୫୦ ମିଟର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ନିଆଁ ଆଦର୍ଶ ହୋଟେଲ ନିକଟରେ ଥିବା ଏକ ଦୋକାନରେ ଲାଗିଥିଲା । ପରେ ହୋଟେଲକୁ ନିଆଁ ଡେଇଁ ଥିଲା । ଭୀଷଣ ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳ ପୂରା ଧୁଆଁ ଧୁଆଁ ହୋଇଯାଇଛି । ତେବେ ଏହି ଅଘଟଣ ୩ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ହୋଟେଲ୍ କର୍ମଚାରୀଙ୍କୁ ଉଦ୍ଧାର କରୁଛନ୍ତି । ଗୁରୁତରଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ତେବେ ହୋଟେଲରେ ନିଆଁ କେମିତି ଲାଗିଲା ତା’ର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ । 

ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ

ପଟଣା: ବିହାରର ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ରାଜଧାନୀ ପଟଣା ରେଲଓ୍ବେ ଜଙ୍କସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେହିପରି ହୋଟେଲ ଭିତରେ ଅନେକ ଲୋକ ଫସିରହିଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ବର୍ତ୍ତମାନ ସୁଦ୍ଧା ୨୫ରୁ ୩୦ଜଣଙ୍କୁ ଉଦ୍ଧାର ହୋଇଥିବା ସୂଚନା ରହିଛି ।

ପଟଣା ରେଲଓ୍ବେ ଷ୍ଟେସନରୁ ମାତ୍ର ୫୦ ମିଟର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ନିଆଁ ଆଦର୍ଶ ହୋଟେଲ ନିକଟରେ ଥିବା ଏକ ଦୋକାନରେ ଲାଗିଥିଲା । ପରେ ହୋଟେଲକୁ ନିଆଁ ଡେଇଁ ଥିଲା । ଭୀଷଣ ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳ ପୂରା ଧୁଆଁ ଧୁଆଁ ହୋଇଯାଇଛି । ତେବେ ଏହି ଅଘଟଣ ୩ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ହୋଟେଲ୍ କର୍ମଚାରୀଙ୍କୁ ଉଦ୍ଧାର କରୁଛନ୍ତି । ଗୁରୁତରଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ତେବେ ହୋଟେଲରେ ନିଆଁ କେମିତି ଲାଗିଲା ତା’ର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।