ହାତୀର ଗଳିତ ମୃତଦେହ ଉଦ୍ଧାର, ୩ ସପ୍ତାହ ତଳେ ମୃତ୍ୟୁ ହୋଇଥିବା ଅନୁମାନ

ବଡବିଲ ୬/୪: ସଂକଟରେ ଗଜରାଜ । ଚମ୍ପୁଆ ରେଞ୍ଜରୁଆସିଛି ହାତୀ ମୃତ୍ୟୁର ଖବର । ବାଲିବନ୍ଧ ସେକ୍ସନ ଚମକପୁର   ସଂରକ୍ଷିତ ଜଙ୍ଗଲରେ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ପ୍ରାୟ ୩ ସପ୍ତାହ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି । ତେବେ ସ୍ଥାନୀୟ ଲୋକେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁ ହାତୀ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ହାତୀର ପୋଷ୍ଟମର୍ଟମ ଓ କେମିକାଲ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ । 

ହାତୀର ଗଳିତ ମୃତଦେହ ଉଦ୍ଧାର, ୩ ସପ୍ତାହ ତଳେ ମୃତ୍ୟୁ ହୋଇଥିବା ଅନୁମାନ

ବଡବିଲ ୬/୪: ସଂକଟରେ ଗଜରାଜ । ଚମ୍ପୁଆ ରେଞ୍ଜରୁଆସିଛି ହାତୀ ମୃତ୍ୟୁର ଖବର । ବାଲିବନ୍ଧ ସେକ୍ସନ ଚମକପୁର   ସଂରକ୍ଷିତ ଜଙ୍ଗଲରେ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ ।

 ପ୍ରାୟ ୩ ସପ୍ତାହ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି । ତେବେ ସ୍ଥାନୀୟ ଲୋକେ ବାରହା ଶିକାର ପାଇଁ ବ୍ୟବହାର କରୁଥିବା ବୋମା ଯୋଗୁ ହାତୀ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନ ବିଭାଗ । ହାତୀର ପୋଷ୍ଟମର୍ଟମ ଓ କେମିକାଲ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦୁଝର ଡିଏଫଓ ।