ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ମଞ୍ଚରେ ଉପସ୍ଥିତ ଥିଲେ ଇଣ୍ଡି ମେଣ୍ଟ ନେତା

ରାଞ୍ଚି: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ସେ ଚତୁର୍ଥ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିସହ ରାଜ୍ୟରେ ହେମନ୍ତ ରାଜ ଆରମ୍ଭ ହୋଇ ଯାଇଛି। ରାଞ୍ଚିର ମୋରହାବାଦୀ ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ଵାର ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହ ଆଠ ଜଣ ମନ୍ତ୍ରୀଙ୍କ ଶପଥ ନେବା ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଶପଥ ସମାରୋହରେ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି। ସମାରୋହରେ ଇଣ୍ଡି ମେଣ୍ଟ ନିଜର ଏକତା ଦେଖାଇବାକୁ ଚେଷ୍ଟା କରିଛନ୍ତି। ହେମନ୍ତଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍‌ର ରାଷ୍ଟ୍ରୀୟ ସଂଯୋଜ ଅରବିନ୍ଦ କେଜ୍ରିଓ୍ଵାଲ, ସପା ମୁଖ୍ୟ ଅଖିଳେଶ ଯାଦବ, ତାମିଲନାଡୁରୁ ଉଦୟନିଧି ଷ୍ଟାଲିନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିହାରର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ , କଂଗ୍ରେସ ନେତା ତାରିକ ଅନଓ୍ଵର, ସ୍ଵାଧୀନ ସାଂସଦ ପପ୍ପୁ ଯାଦବ ଆଦି ଉପସ୍ଥିତ ଥିଲେ।  ସମସ୍ତ ଅତିଥିଙ୍କୁ କଳ୍ପନା ସୋରେନ ସ୍ଵାଗତ କରିଥିଲେ। JMM executive president Hemant Soren takes

ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ, ମଞ୍ଚରେ ଉପସ୍ଥିତ ଥିଲେ ଇଣ୍ଡି ମେଣ୍ଟ ନେତା

ରାଞ୍ଚି: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ସେ ଚତୁର୍ଥ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏଥିସହ ରାଜ୍ୟରେ ହେମନ୍ତ ରାଜ ଆରମ୍ଭ ହୋଇ ଯାଇଛି। ରାଞ୍ଚିର ମୋରହାବାଦୀ ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ ଗଙ୍ଗଓ୍ଵାର ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ଆଠ ଜଣ ମନ୍ତ୍ରୀଙ୍କ ଶପଥ ନେବା ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଶପଥ ସମାରୋହରେ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି। ସମାରୋହରେ ଇଣ୍ଡି ମେଣ୍ଟ ନିଜର ଏକତା ଦେଖାଇବାକୁ ଚେଷ୍ଟା କରିଛନ୍ତି। ହେମନ୍ତଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍‌ର ରାଷ୍ଟ୍ରୀୟ ସଂଯୋଜ ଅରବିନ୍ଦ କେଜ୍ରିଓ୍ଵାଲ, ସପା ମୁଖ୍ୟ ଅଖିଳେଶ ଯାଦବ, ତାମିଲନାଡୁରୁ ଉଦୟନିଧି ଷ୍ଟାଲିନ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ବିହାରର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ , କଂଗ୍ରେସ ନେତା ତାରିକ ଅନଓ୍ଵର, ସ୍ଵାଧୀନ ସାଂସଦ ପପ୍ପୁ ଯାଦବ ଆଦି ଉପସ୍ଥିତ ଥିଲେ।  ସମସ୍ତ ଅତିଥିଙ୍କୁ କଳ୍ପନା ସୋରେନ ସ୍ଵାଗତ କରିଥିଲେ। 




ନଭେମ୍ବର ୨୩ରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ମୋଟ୍ ୮୧ ଆସନରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ୫୬ ସିଟ୍‌ରେ ଜିତି ସରକାର ଗଠନ କରିଛି। ବିଜେପି ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ୨୪ ଆସନ ଜିତିବାରେ ସକ୍ଷମ ହୋଇଥିଲା। ଜେଏମଏମ ଏକାକୀ ୩୪ ସିଟ୍ ଜିତିଥିବା ବେଳେ କଂଗ୍ରେସ ୧୬, ଆରଜେଡି ୪ ଓ ବାମ ଦଳକୁ ୨ଟି ସିଟ୍ ମିଳିଛି। ନିର୍ବାଚନ ଫଳାଫଳ ଆସିବା ପରେ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି କରିଥିଲେ।