ଛେଳି ଉପରେ ବସ୍ ଚଢାଇଦେଲା ମଦ୍ୟପ ଡ୍ରାଇଭର, ବସ୍ ଅଟକାଇ ଡ୍ରାଇଭରକୁ ପୋଲିସ ଜିମାଦେଲେ ଲୋକେ

ଆନନ୍ଦପୁର ୨୭।୧୨: ମଦ୍ୟପାନ କରି ଦ୍ରୁତଗତିରେ ବସ୍ ଚଳାଇବା ସମୟରେ ରାସ୍ତାରେ ଏକ ଛେଳିକୁ ବସ୍ ଚଢାଇଦେଇ ମାରିଦେଲା ଡ୍ରାଇଭର । ବସ୍ ଫେରିବା ସମୟକୁ ଜଗି ରହିଥିଲେ ଛେଳି ମାଲିକ ସହ ଗ୍ରାମବାସୀ । ବସ୍‌କୁ ଅଟକାଇ ଡ୍ରାଇଭରକୁ ପୋଲିସ ଜିମା ଦେଲେ ଲୋକେ ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ହସନପୁର-ଭଗାନଇ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ସରକାରୀ ବସ୍ ବୈଲୋଚନ ଅମାତଙ୍କ ଏଛେଳି ଉପରେ ମାଡିଯାଇ ଦ୍ରୁତ ଗତିରେ  ପଳାଇଯାଇଥିଲା । ଛେଳିଟି ସେହିଠାରେ ମରି ପଡ଼ିଥିବାବେଳେ ବୈଲୋଚନ ଓ ଗ୍ରାମବାସୀ ମିଳିତ ହୋଇ ବସ୍ ଫେରିବା ବାଟକୁ ଅପେକ୍ଷା  କରିଥିଲେ । ବାସ୍ ଫେରିବାରୁ ତାକୁ ଅଟକାଇ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ ମଦ୍ଯପ ଅବସ୍ଥାରେ ଥିବା ଡ୍ରାଇଭର ଓଲଟା ଲୋକଙ୍କୁ ସରକାରୀ ବସ୍ କହି ନାଲି ଆଖି ଦେଖାଇଥିଲେ । କିଛି ସମୟ ସେଠାରେ ଯୁକ୍ତିତର୍କ ପରେ ଲୋକେ ପୋଲିସକୁ ଡାକି ଉଭୟ ବସ୍ ଓ ଡ୍ରାଇଭରକୁ ହସ୍ତାନ୍ତର କରିଥିଲେ । ତେବେ ଡ୍ରାଇଭରକୁ ପଚାରିବାରୁ ସେ ସମ୍ପୂର୍ଣ୍ଣ ଘଟଣାକୁ ଅସ୍ବୀକାର କରିଛନ୍ତି ।You Can Read:ସ୍କୁଟି ସହ ଯୁବକଙ୍କୁ ଜାଲିଦେଲେ ଦୁର୍ବୃତ୍ତ, ପାଳଗଦାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଛେଳି ଉପରେ ବସ୍ ଚଢାଇଦେଲା ମଦ୍ୟପ ଡ୍ରାଇଭର, ବସ୍ ଅଟକାଇ ଡ୍ରାଇଭରକୁ ପୋଲିସ ଜିମାଦେଲେ ଲୋକେ

ଆନନ୍ଦପୁର ୨୭।୧୨: ମଦ୍ୟପାନ କରି ଦ୍ରୁତଗତିରେ ବସ୍ ଚଳାଇବା ସମୟରେ ରାସ୍ତାରେ ଏକ ଛେଳିକୁ ବସ୍ ଚଢାଇଦେଇ ମାରିଦେଲା ଡ୍ରାଇଭର । ବସ୍ ଫେରିବା ସମୟକୁ ଜଗି ରହିଥିଲେ ଛେଳି ମାଲିକ ସହ ଗ୍ରାମବାସୀ । ବସ୍‌କୁ ଅଟକାଇ ଡ୍ରାଇଭରକୁ ପୋଲିସ ଜିମା ଦେଲେ ଲୋକେ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ହସନପୁର-ଭଗାନଇ ରାସ୍ତାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ସରକାରୀ ବସ୍ ବୈଲୋଚନ ଅମାତଙ୍କ ଏଛେଳି ଉପରେ ମାଡିଯାଇ ଦ୍ରୁତ ଗତିରେ  ପଳାଇଯାଇଥିଲା । ଛେଳିଟି ସେହିଠାରେ ମରି ପଡ଼ିଥିବାବେଳେ ବୈଲୋଚନ ଓ ଗ୍ରାମବାସୀ ମିଳିତ ହୋଇ ବସ୍ ଫେରିବା ବାଟକୁ ଅପେକ୍ଷା  କରିଥିଲେ । ବାସ୍ ଫେରିବାରୁ ତାକୁ ଅଟକାଇ ଦୁର୍ଘଟଣା ସମ୍ପର୍କରେ ପଚାରିବାରୁ ମଦ୍ଯପ ଅବସ୍ଥାରେ ଥିବା ଡ୍ରାଇଭର ଓଲଟା ଲୋକଙ୍କୁ ସରକାରୀ ବସ୍ କହି ନାଲି ଆଖି ଦେଖାଇଥିଲେ । କିଛି ସମୟ ସେଠାରେ ଯୁକ୍ତିତର୍କ ପରେ ଲୋକେ ପୋଲିସକୁ ଡାକି ଉଭୟ ବସ୍ ଓ ଡ୍ରାଇଭରକୁ ହସ୍ତାନ୍ତର କରିଥିଲେ । ତେବେ ଡ୍ରାଇଭରକୁ ପଚାରିବାରୁ ସେ ସମ୍ପୂର୍ଣ୍ଣ ଘଟଣାକୁ ଅସ୍ବୀକାର କରିଛନ୍ତି ।

You Can Read:

ସ୍କୁଟି ସହ ଯୁବକଙ୍କୁ ଜାଲିଦେଲେ ଦୁର୍ବୃତ୍ତ, ପାଳଗଦାରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ